Posted inଖେଳ

‘ବିଜୟକୁ ଚିହ୍ନିବା ବ୍ୟକ୍ତି ଆଗକୁ ବଢ଼ିଥାଏ’

ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି)-
”କଠିନ ପରିଶ୍ରମ କରି ଯେଉଁ କାର୍ଯ୍ୟ କରାଯାଏ ତାହାର ଫଳ ଭଗବାନ ଦେଇଥାନ୍ତି। କୌଣସି କଠିନ ପରିସ୍ଥିତି ସାମ୍‌ନାକୁ ଆସିଲେ ତାହାକୁ ସାହସର ସହିତ ସମ୍ମୁଖୀନ ହେବା ସହ ପରିଶ୍ରମ ଜାରି ରଖିବା ଉଚିତ। ଆମ ସାମ୍‌ନାରେ ଅନେକ ସମସ୍ୟା ଆସିଥିଲେ ହେଁ ଆମେ କେବେ ହାର ମାନିନାହୁଁ। ପରିଶ୍ରମ କେତେବେଳେ ମଧ୍ୟ ବିଜୟ ରୂପରେ ଆସିପାରେ। ଯଦି ବି ପରାଜୟ ଆସିବ ତେବେ ନିରାଶ ହେବା ଉଚିତ ନୁହେଁ। କାରଣ ଏହା ମୋ ପାଇଁ ଆରମ୍ଭ ବୋଲି ମନରେ ଭାବିବା ଉଚିତ। ପରାଜୟ ରୁ ହିଁ ବିଜୟ ପାଇଁ ଶିକ୍ଷା ମିଳେ ଏବଂ ଯିଏ ବିଜୟକୁ ଚିହ୍ନେ ସିଏ ଆଗକୁ ବଢ଼ିଥାଏ। ତେଣୁ ପରାଜୟରେ କେବେ ବି ମର୍ମାହତ ହେବା କିମ୍ବା ବିଜୟରେ ଅତି ଉଲ୍ଲସିତ ହେବା ଉଚିତ ନୁହେଁ। ଏହି ଶିକ୍ଷା ମୋ ବାପା ମୋତେ ଦେଇଛନ୍ତି“ ବୋଲି ଶୁକ୍ରବାର ଏକଲବ୍ୟ ପୁରସ୍କାର ଉତ୍ସବର ମୁଖ୍ୟ ଅତିଥି ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ରେସଲର ବବିତା ଫୋଗତ ପ୍ରକାଶ କରିଛନ୍ତି।
ବାପାଙ୍କୁ ଆମେ ଶକ୍ତିମାନ କହିଥାଉ
ସବୁବେଳେ ଦେଶ ଏବଂ ମା’ ବାପାଙ୍କ ଆଦର କରିବା ଉଚିତ। ସାଧାରଣତଃ ଝିଅଟିଏ ଯେତେବେଳେ ଜନ୍ମହୁଏ ସେତେବେଳେ ମା ବାପା ତାକୁ ବହୁତ ଆକଟ କରିଥାନ୍ତି। ମାତ୍ର ମୋ ବାପା ମୋତେ ଶିଖାଇଥିଲେ ଯେ, ପ୍ରଥମେ କାହାକୁ କିଛି କହିବୁନି, ମାତ୍ର ପରେ ଛାଡ଼ିବୁନି। ମୋ ବାପାଙ୍କୁ ଆମେ ଶକ୍ତିମାନ କହିଥାଉ। କାରଣ ପ୍ରତି ସମସ୍ୟାର ସମଧାନ ତାଙ୍କ ପାଖରେ ଥାଏ। ଯେତେବଡ଼ ସମସ୍ୟା ଆସିଲେ ମଧ୍ୟ ସେ ତାହାକୁ ଅତି ସହଜରେ ସମାଧାନ କରି ଦେଇଥାନ୍ତି। ତେଣୁ ସବୁ ଝିଅଙ୍କୁ ଏଭଳି ବାପା ମିଳନ୍ତୁ ବୋଲି ମୁଁ ନିଶ୍ଚିତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି। କାରଣ ମୋ ବାପା ଆମକୁ ଯେପରି ସୁଯୋଗ ଦେଇଛନ୍ତି ସେପରି ସବୁଝିଅ ପାଇପାରି ନ ଥିବେ। ନ ହେଲେ ଦେଶରେ ଅନେକ ଗୀତା(ଫୋଗତ), ବବିତା ବାହାରି ପାରନ୍ତେ।
ଜଗନ୍ନାଥଙ୍କଠାରୁ ଆଶୀର୍ବାଦ ନେବି
ପୂର୍ବରୁ ଓଡ଼ିଶା ଆଥଲେଟ୍‌ କହିଲେ ମୁଁ କେବଳ ଦୂତୀ ଚାନ୍ଦଙ୍କ ନାମ ଜାଣିଥିଲି। କାରଣ ଆମେ ସାଥିହୋଇ ପଟିଆଲାରେ ଟ୍ରେନିଂ ନେଉଥିଲୁ। ମୁଁ ପୂର୍ବରୁ ପୁରୀରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଆସିଥିଲି। ଇତି ମଧ୍ୟରେ ୧୨ ବର୍ଷ ବିତି ଯାଇଥିବାବେଳେ ଓଡ଼ିଶାରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖୁଛି। ପୁଣିଥରେ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାପାଇଁ ମୋର ଆଶାଥିଲା। ଏଥର କିନ୍ତୁ ମୋ ସ୍ବାମୀଙ୍କ ସହ ଆସିବାକୁ ଇଚ୍ଛା କରିଥିଲି। ଏକଲବ୍ୟ ପୁରସ୍କାର ପାଇଁ ତାହା ସମ୍ଭବ ହୋଇ ପାରିଛି। ମୁଁ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବି। ଓଡ଼ିଶାରେ ଯେପରି ସମ୍ମାନ ମିଳିଛି ତାହା ସବୁଦିନ ପାଇଁ ମୋର ମନେ ରହିବ।
ସମସ୍ତେ ସ୍ବାସ୍ଥ୍ୟ ସଚେତନ ହେବା ଉଚିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟରେ ସମସ୍ତେ ସାମିଲ ହେବା ଉଚିତ। ସମସ୍ତେ ଅତି କମ୍‌ରେ ଅଧଘଣ୍ଟା ସମୟ ବାହାର କରି ବ୍ୟାୟାମ କରିବା ଉଚିତ। ଏହା ଆମ ଜୀବନର କଥା, ସୁସ୍ଥ ରହିବାର କଥା। ସ୍ବସ୍ଥ୍ୟପ୍ରତି ସମସ୍ତେ ସଚେତନ ହେବା ଉଚିତ, ଏହାକୁ କେହି ଅଣଦେଖା କରିବା ଅନୁଚିତ ବୋଲି ବବିତା କହିଛନ୍ତି।
୧୯୮୯ ନଭେମ୍ବର ୨୦ରେ ହରିୟାଣାର ଭିଓ୍ବାନୀଠାରେ ଜନ୍ମିତ ବବିତା ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୦ ଓ ୨୦୧୮ରେ ସେ ରୌପ୍ୟ ପଦକ ମଧ୍ୟ ପାଇଥିଲେ। ୨୦୧୨ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏହି ଭାରତୀୟ ମହିଳା ରେସଲର। ଖେଳ ଛାଡ଼ିବା ପରେ ବବିତା ରାଜନୀତିରେ କ୍ୟାରିୟର ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri