Posted inଖେଳ

‘ବିଜୟକୁ ଚିହ୍ନିବା ବ୍ୟକ୍ତି ଆଗକୁ ବଢ଼ିଥାଏ’

ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି)-
”କଠିନ ପରିଶ୍ରମ କରି ଯେଉଁ କାର୍ଯ୍ୟ କରାଯାଏ ତାହାର ଫଳ ଭଗବାନ ଦେଇଥାନ୍ତି। କୌଣସି କଠିନ ପରିସ୍ଥିତି ସାମ୍‌ନାକୁ ଆସିଲେ ତାହାକୁ ସାହସର ସହିତ ସମ୍ମୁଖୀନ ହେବା ସହ ପରିଶ୍ରମ ଜାରି ରଖିବା ଉଚିତ। ଆମ ସାମ୍‌ନାରେ ଅନେକ ସମସ୍ୟା ଆସିଥିଲେ ହେଁ ଆମେ କେବେ ହାର ମାନିନାହୁଁ। ପରିଶ୍ରମ କେତେବେଳେ ମଧ୍ୟ ବିଜୟ ରୂପରେ ଆସିପାରେ। ଯଦି ବି ପରାଜୟ ଆସିବ ତେବେ ନିରାଶ ହେବା ଉଚିତ ନୁହେଁ। କାରଣ ଏହା ମୋ ପାଇଁ ଆରମ୍ଭ ବୋଲି ମନରେ ଭାବିବା ଉଚିତ। ପରାଜୟ ରୁ ହିଁ ବିଜୟ ପାଇଁ ଶିକ୍ଷା ମିଳେ ଏବଂ ଯିଏ ବିଜୟକୁ ଚିହ୍ନେ ସିଏ ଆଗକୁ ବଢ଼ିଥାଏ। ତେଣୁ ପରାଜୟରେ କେବେ ବି ମର୍ମାହତ ହେବା କିମ୍ବା ବିଜୟରେ ଅତି ଉଲ୍ଲସିତ ହେବା ଉଚିତ ନୁହେଁ। ଏହି ଶିକ୍ଷା ମୋ ବାପା ମୋତେ ଦେଇଛନ୍ତି“ ବୋଲି ଶୁକ୍ରବାର ଏକଲବ୍ୟ ପୁରସ୍କାର ଉତ୍ସବର ମୁଖ୍ୟ ଅତିଥି ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ରେସଲର ବବିତା ଫୋଗତ ପ୍ରକାଶ କରିଛନ୍ତି।
ବାପାଙ୍କୁ ଆମେ ଶକ୍ତିମାନ କହିଥାଉ
ସବୁବେଳେ ଦେଶ ଏବଂ ମା’ ବାପାଙ୍କ ଆଦର କରିବା ଉଚିତ। ସାଧାରଣତଃ ଝିଅଟିଏ ଯେତେବେଳେ ଜନ୍ମହୁଏ ସେତେବେଳେ ମା ବାପା ତାକୁ ବହୁତ ଆକଟ କରିଥାନ୍ତି। ମାତ୍ର ମୋ ବାପା ମୋତେ ଶିଖାଇଥିଲେ ଯେ, ପ୍ରଥମେ କାହାକୁ କିଛି କହିବୁନି, ମାତ୍ର ପରେ ଛାଡ଼ିବୁନି। ମୋ ବାପାଙ୍କୁ ଆମେ ଶକ୍ତିମାନ କହିଥାଉ। କାରଣ ପ୍ରତି ସମସ୍ୟାର ସମଧାନ ତାଙ୍କ ପାଖରେ ଥାଏ। ଯେତେବଡ଼ ସମସ୍ୟା ଆସିଲେ ମଧ୍ୟ ସେ ତାହାକୁ ଅତି ସହଜରେ ସମାଧାନ କରି ଦେଇଥାନ୍ତି। ତେଣୁ ସବୁ ଝିଅଙ୍କୁ ଏଭଳି ବାପା ମିଳନ୍ତୁ ବୋଲି ମୁଁ ନିଶ୍ଚିତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି। କାରଣ ମୋ ବାପା ଆମକୁ ଯେପରି ସୁଯୋଗ ଦେଇଛନ୍ତି ସେପରି ସବୁଝିଅ ପାଇପାରି ନ ଥିବେ। ନ ହେଲେ ଦେଶରେ ଅନେକ ଗୀତା(ଫୋଗତ), ବବିତା ବାହାରି ପାରନ୍ତେ।
ଜଗନ୍ନାଥଙ୍କଠାରୁ ଆଶୀର୍ବାଦ ନେବି
ପୂର୍ବରୁ ଓଡ଼ିଶା ଆଥଲେଟ୍‌ କହିଲେ ମୁଁ କେବଳ ଦୂତୀ ଚାନ୍ଦଙ୍କ ନାମ ଜାଣିଥିଲି। କାରଣ ଆମେ ସାଥିହୋଇ ପଟିଆଲାରେ ଟ୍ରେନିଂ ନେଉଥିଲୁ। ମୁଁ ପୂର୍ବରୁ ପୁରୀରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଆସିଥିଲି। ଇତି ମଧ୍ୟରେ ୧୨ ବର୍ଷ ବିତି ଯାଇଥିବାବେଳେ ଓଡ଼ିଶାରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖୁଛି। ପୁଣିଥରେ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାପାଇଁ ମୋର ଆଶାଥିଲା। ଏଥର କିନ୍ତୁ ମୋ ସ୍ବାମୀଙ୍କ ସହ ଆସିବାକୁ ଇଚ୍ଛା କରିଥିଲି। ଏକଲବ୍ୟ ପୁରସ୍କାର ପାଇଁ ତାହା ସମ୍ଭବ ହୋଇ ପାରିଛି। ମୁଁ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବି। ଓଡ଼ିଶାରେ ଯେପରି ସମ୍ମାନ ମିଳିଛି ତାହା ସବୁଦିନ ପାଇଁ ମୋର ମନେ ରହିବ।
ସମସ୍ତେ ସ୍ବାସ୍ଥ୍ୟ ସଚେତନ ହେବା ଉଚିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟରେ ସମସ୍ତେ ସାମିଲ ହେବା ଉଚିତ। ସମସ୍ତେ ଅତି କମ୍‌ରେ ଅଧଘଣ୍ଟା ସମୟ ବାହାର କରି ବ୍ୟାୟାମ କରିବା ଉଚିତ। ଏହା ଆମ ଜୀବନର କଥା, ସୁସ୍ଥ ରହିବାର କଥା। ସ୍ବସ୍ଥ୍ୟପ୍ରତି ସମସ୍ତେ ସଚେତନ ହେବା ଉଚିତ, ଏହାକୁ କେହି ଅଣଦେଖା କରିବା ଅନୁଚିତ ବୋଲି ବବିତା କହିଛନ୍ତି।
୧୯୮୯ ନଭେମ୍ବର ୨୦ରେ ହରିୟାଣାର ଭିଓ୍ବାନୀଠାରେ ଜନ୍ମିତ ବବିତା ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୦ ଓ ୨୦୧୮ରେ ସେ ରୌପ୍ୟ ପଦକ ମଧ୍ୟ ପାଇଥିଲେ। ୨୦୧୨ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏହି ଭାରତୀୟ ମହିଳା ରେସଲର। ଖେଳ ଛାଡ଼ିବା ପରେ ବବିତା ରାଜନୀତିରେ କ୍ୟାରିୟର ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri