Posted inଖେଳ

ବିଜୟ ଶଙ୍କରଙ୍କ ସ୍ଥାନରେ ଭାରତୀୟ ଦଳରେ ମୟଙ୍କ

ବର୍ମିଂହାମ, ୧।୭(ପି.ଟି.)- ଆଘାତଜନିତ ସମସ୍ୟା ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ପିଛା ଛାଡ଼ୁନାହିଁ। ସଦ୍ୟତମ ଖେଳାଳିଭାବେ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବିଜୟଙ୍କ ସ୍ଥାନରେ ବଦଳ ଖେଳାଳିଭାବେ କର୍ନାଟକ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳ ସହ ଯୋଗଦେବା ପାଇଁ ଡାକରା ମିଳିଛି। ଫଳରେ ମୟଙ୍କ ଦିନିକିଆ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଆଘାତଜନିତ ସମସ୍ୟା ଲାଗି ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବାରେ ଶଙ୍କର ୨ୟ ଭାରତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଇନ୍‌ଫର୍ମ ଓପନର୍‌ ଶିଖର ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଅବସରରେ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇ ବିଶ୍ୱକପ୍‌ରୁ ବିଦା ହୋଇଥିଲେ। ତାଙ୍କ ସ୍ଥାନରେ ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଦଳ ସହ ଯୋଗଦେଇଥିଲେ।
୧୯ରେ ସାଉଥାମ୍ପଟନରେ ନେଟ୍ସରେ ବ୍ୟାଟିଂ କରୁଥିବାବେଳେ ବିଜୟ ଶଙ୍କରଙ୍କ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ବଲ୍‌ ବାଜିଥିଲା। ଏହାସତ୍ତ୍ୱେ ପରେ ସେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଖେଳିଥିଲେ। କିନ୍ତୁ ଜୁନ୍‌ ୨୭ ମ୍ୟାଚ୍‌ ପରେ ତାଙ୍କର ଆଘାତଜନିତ ସମସ୍ୟା ଆହୁରି ଗୁରୁତର ହୋଇଥିଲା। ସିଟି ସ୍କାନ ପରେ ତାଙ୍କ ଆଙ୍ଗୁଠିରେ ଗୁରୁତର ସମସ୍ୟା ଥିବା ସ୍ପଷ୍ଟ ହୋଇଥିଲା। ଫଳରେ ତାଙ୍କୁ ଅତିକମ୍‌ରେ ୩ ସପ୍ତାହ ବିଶ୍ରାମ ଆବଶ୍ୟକ ହୋଇଛି ଏବଂ ବିଶ୍ୱକପ୍‌ରୁ ବାଦ୍‌ ଦିଆଯାଇଛି’ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଶଙ୍କରଙ୍କ ସ୍ଥାନରେ ଅଗ୍ରଓ୍ବାଲଙ୍କୁ ବଦଳ ଖେଳାଳିଭାବେ ଦଳରେ ନେବା ପାଇଁ ବିସିସିଆଇ ପକ୍ଷରୁ ଯେଉଁ ଅନୁରୋଧ କରାଯାଇଥିଲା ତାହାକୁ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି) ଅନୁମୋଦନ କରିଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ‘ଆଇସିସି ପୁରୁଷ ବିଶ୍ୱକପ୍‌ ୨୦୧୯ ଟୁର୍ନାମେଣ୍ଟର ଇଭେଣ୍ଟ ଟେକ୍‌ନିକାଲ କମିଟି ମୟଙ୍କ ନାମକୁ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ ଲାଗି ଅନୁମୋଦନ କରିଛି’ ବୋଲି ଆଇସିସି ସ୍ପଷ୍ଟ କରିଛି।
ଡାହାଣହାରତୀ ବ୍ୟାଟ୍ସମ୍ୟାନ ମୟଙ୍କ ଗତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ମଧ୍ୟ ଦିନିକିଆରେ ଖେଳିବାର ସୁଯୋଗ ପାଇ ନାହାନ୍ତି। ନିକଟରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ତ୍ରି-ରାଷ୍ଟ୍ରୀୟ ସିରିଜରେ ଭାରତ-ଏ’କୁ ଚାମ୍ପିୟନ କରାଇବାରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୋଗୁ ୨୮ ବର୍ଷୀୟ ମୟଙ୍କ ନାମକୁ ଚୟନକର୍ତ୍ତାମାନେ ମୋହର ମାରିଛନ୍ତି। ଏହି ସିରିଜରେ ଭାରତ-ଏ ବ୍ୟତୀତ ଇଂଲଣ୍ଡ ଲାୟନ୍ସ ଓ ଓ୍ବେଷ୍ଟଇଣ୍ଡିଜ-ଏ ଦଳ ଅଂଶଗ୍ରହଣ କରିଥିଲେ। ଫଳରେ ମୟଙ୍କ ଏବେ ରୋହିତ୍‌ଙ୍କ ସହ ଇନିଂସ ଓପନ୍‌ କରିବା ସମ୍ଭାବଦା ସୃଷ୍ଟି ହୋଇଛି। ଯଦି ରିଷଭ ପନ୍ତ ଆଗାମୀ ୨ ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ବର୍ତ୍ତମାନ ଇନିଂସ ଓପନ୍‌ କରୁଥିବା ଲୋକେଶ ରାହୁଲଙ୍କୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ଏବଂ ମୟଙ୍କଙ୍କୁ ରୋହିତ୍‌ଙ୍କ ସହ ଇନିଂସ ଆରମ୍ଭ ପାଇଁ ସୁଯୋଗ ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri