ବିଜ୍ଞାନ ଜଗତର ଅମର ଶହୀଦ

ଡା. ଗୋପାଳ ଚନ୍ଦ୍ର ଦାଶ

କରୋନା ଯୁଦ୍ଧର ପ୍ରଥମ ଶହୀଦ, ଚାଇନାର ଉହାନ ସହରର ଡାକ୍ତର ଲିଓ୍ବେନ୍ଲିୟାଙ୍ଗ। କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହରରେ ଜଣେ ରୋଗୀର ଚିକିତ୍ସା କରିବା ସମୟରେ ରୋଗର ଲକ୍ଷଣ ଓ ସଂକ୍ରମଣରୁ ଜାଣିପାରିଲେ ଯେ ବ୍ୟକ୍ତି ଜଣକ କରୋନା ଭଳି ଏକ ଭୂତାଣୁ ଦ୍ୱାରା ସଂକ୍ରମିତ। ରୋଗ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ନିଜର ଡାକ୍ତର ବନ୍ଧୁମାନଙ୍କୁ ସଚେତନ କରାଇବା ପାଇଁ ଟୁଇଟ୍‌ ମାଧ୍ୟମରେ ଜଣାଇଥିଲେ। ଚାଇନା ସରକାର ଡାକ୍ତରଙ୍କର ମତାମତକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଏହାକୁ ଏକ ଗୁଜବ କହି ଡାକ୍ତର ଲିଓ୍ବେନ୍ଲିୟାଙ୍ଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଲେ। ସରକାରଙ୍କ ଧମକକୁ ନ ଡରି ସେ ନିର୍ଭୀକ ମତ ପ୍ରଦାନ କରିବାରୁ ତାଙ୍କୁ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ନିଜେ କରୋନା ରୋଗରେ ସଂକ୍ରମିତ ହୋଇ ଫେବୃୟାରୀ ୭ ତାରିଖ ଦିନ ପ୍ରାଣତ୍ୟାଗ କଲେ। ଚାଇନା ସରକାରଙ୍କ ଦମନ ନୀତି ଯୋଗୁ କରୋନା ରୋଗ ବିଶ୍ୱ ମହାମାରୀ ଭାବରେ ବ୍ୟାପିବାରେ ଲାଗିଲା, ଯାହାର କୁପରିଣାମ ବର୍ତ୍ତମାନ ସମସ୍ତ ବିଶ୍ୱବାସୀଙ୍କୁ ଭୋଗିବାକୁ ପଡୁଛି। ଲିଓ୍ବେନ୍ଲିୟାଙ୍ଗଙ୍କ ମତକୁ ସମ୍ମାନ ଦେଇ ଯଦି ପ୍ରାରମ୍ଭିକ ଅବସ୍ଥାରେ ପଦକ୍ଷେପ ନିଆଯାଇ ଥାଆନ୍ତା, ତେବେ ଆଜି ସମଗ୍ର ବିଶ୍ୱକୁ ଏପରି ଦୁର୍ଦ୍ଦଶା ଭୋଗିବାକୁ ପଡ଼ି ନ’ଥାନ୍ତା।
ଏହା ରାଜନେତା ଓ ପ୍ରଶାସନର ଅହଂଭାବ ଓ ବିଜ୍ଞାନ ପ୍ରତି ଅସମ୍ମାନ ମନୋଭାବର ପ୍ରତୀକ। ଏହା ଏକ ନୂଆ କଥା ନୁହେଁ, ଚିରାଚରିତ କାଳରୁ ଏ ପ୍ରକାର ମନୋଭାବ ସମାଜରେ ପ୍ରଚଳିତ ହୋଇ ଆସୁଛି। ସେ ଯୁଗର ଧର୍ମଯାଜକ ଓ ରାଜା ତଥା ବର୍ତ୍ତମାନର ରାଜନେତା ଓ ପ୍ରଶାସକମାନଙ୍କର ମନୋଭାବ ବିଜ୍ଞାନ ସମ୍ମତ ହୋଇ ନ ଥିବାରୁ ଅନେକ ଚିକିତ୍ସକ ଓ ବୈଜ୍ଞାନିକ ସେମାନଙ୍କର ରୋଷର ଶିକାର ହୋଇ ନିଜର ଜୀବନକୁ ବଳିଦାନ ଦେଇଛନ୍ତି। ଇତିହାସରେ ଏହାର ଅନେକ ଉଦାହରଣ ଅଛି। ସେଥିରୁ କିଛି ଆଲୋଚନା କରିବା।
ଷୋଡ଼ଶ ଶତାବ୍ଦୀରେ ଇଟାଲୀର ବୈଜ୍ଞାନିକ ବ୍ରୁନୋ ଯେତେବେଳେ ସୂର୍ଯ୍ୟ କୈନ୍ଦ୍ରିକ ସୌରମଣ୍ଡଳ ବୋଲି ମତ ପ୍ରଦାନ କରିଥିଲେ, ତତ୍କାଳୀନ ଧର୍ମଗୁରୁମାନେ ଏହାକୁ ବାଇବେଲ ବିରୋଧୀ ବୋଲି ଦର୍ଶାଇଥିଲେ। ପରିଣାମ ସ୍ବରୂପ ତାଙ୍କୁ ବିଧର୍ମୀ ଓ ଈଶ୍ୱର ବିରୋଧୀ ବୋଲି ଦର୍ଶାଯାଇ ଜନସାଧାରଣଙ୍କ ସମ୍ମୁଖରେ ଉଲଗ୍ନ ଅବସ୍ଥାରେ ଜିଅନ୍ତା ପୋଡ଼ି ଦିଆଯାଇଥିଲା। ସୌରମଣ୍ଡଳ ସମ୍ବନ୍ଧରେ ସମଭିତ୍ତିକ ମତ ପ୍ରଦାନ କରିଥିବାରୁ ଗାଲିଲିଓଙ୍କୁ ମଧ୍ୟ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ନିଜ ଇଚ୍ଛା ବିରୋଧରେ ଲିଖିତ ପ୍ରତିଶ୍ରୁତି ଦେଇ ନିଜ ମତରୁ ଓହରି ଯାଇଥିବାରୁ ସେ ମୃତ୍ୟୁଦଣ୍ଡରୁ ବର୍ତ୍ତି ଯାଇଥିଲେ।
ଗ୍ରୀକ୍‌ ଧର୍ମଗୁରୁମାନେ ପଶୁ ଶରୀର ଗଠନ ଅନୁଯାୟୀ ମନୁଷ୍ୟ ଶରୀରର କଳ୍ପନା କରୁଥିଲେ। ବେଲ୍‌ଜିୟମ୍‌ର ଶରୀର ବୈଜ୍ଞାନିକ ଆଣ୍ଡ୍ରିଆସ ଭେସାଲିୟାସ ମୃତ ମାନବ ଶରୀରକୁ ବିଶ୍ଳେଷଣ କରି ମତ ପ୍ରଦାନ କଲେ ଯେ, ମନୁଷ୍ୟ ଶରୀରର ଗଠନ ଅନ୍ୟ ପଶୁମାନଙ୍କର ଶରୀର ଗଠନଠାରୁ ପୃଥକ୍‌। ତତ୍କାଳୀନ ଗ୍ରୀକ୍‌ ରାଜା ଚାର୍ଲସ ପଞ୍ଚମ ତାଙ୍କର ଏହି ମତରେ ଖୁସି ହୋଇ ତାଙ୍କୁ ରାଜବୈଦ୍ୟ ଭାବରେ ନିଯୁକ୍ତି ଦେଲେ। ଆଣ୍ଡ୍ରିଆସ୍‌ଙ୍କ କାର୍ଯ୍ୟକଳାପ ଉପରେ ଧର୍ମଯାଜକମାନେ କ୍ଷୁବ୍ଧ ଥିଲେ। ସେ ଏକଦା ଏକ ଉଚ୍ଚପଦସ୍ଥ କର୍ମଚାରୀଙ୍କର ଚିକିତ୍ସା କରୁଥିବା ବେଳେ ରୋଗୀର ମୃତ୍ୟୁ ହୋଇଯାଇଥିଲା। ଧର୍ମଗୁରୁଙ୍କ ପରାମର୍ଶରେ ତାଙ୍କୁ ହତ୍ୟା ଅଭିଯୋଗରେ ଦଣ୍ଡିତ କରାଯାଇ ମୃତ୍ୟୁଦଣ୍ଡ ପାଇଁ ରାଜାଙ୍କ ପାଖରେ ପ୍ରସ୍ତାବ ଦିଆଯାଇଥିଲା। ସେ ରାଜବୈଦ୍ୟ ହୋଇଥିବାରୁ ରାଜା ଚାର୍ଲସ ତାଙ୍କର ଦଣ୍ଡକୁ କୋହଳ କରି ଦେଶାନ୍ତରର ଆଦେଶ ପ୍ରଦାନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ।
ସ୍ପେନର ବୈଜ୍ଞାନିକ ମାଇକେଲ ସଭେଟସ ନିଜର ଗବେଷଣା ଦ୍ୱାରା ପ୍ରତିପାଦନ କଲେ ଯେ, ହୃତ୍‌ପିଣ୍ଡର ରକ୍ତ ଧମନୀ ଦ୍ୱାରା ପ୍ରବାହିତ ହୋଇ ଶ୍ୱାସଯନ୍ତ୍ର (ଫୁସ୍‌ଫୁସ୍‌)ରୁ ଅମ୍ଳଜାନ ସଂଗ୍ରହ କରୁଛି। ଏହାର ସତ୍ୟାସତ୍ୟ ପ୍ରତିପାଦନ ପାଇଁ ସେ ଅନେକ ଗବେଷଣାତ୍ମକ ପ୍ରବନ୍ଧ ମାଧ୍ୟମରେ ପ୍ରଚାର କରିଥିଲେ। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଧର୍ମଗୁରୁ କାଲ୍‌ଭିନ ଫ୍ରାନ୍‌ସ୍ରେ ପ୍ରବନ୍ଧଗୁଡ଼ିକୁ ବାଇବେଲ ବିରୋଧୀ ବୋଲି ଦର୍ଶାଇବାରୁ ତାଙ୍କ ବିରୋଧରେ ମକଦ୍ଦମା ଚାଲିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ତାଙ୍କ ପୁସ୍ତକ ସହିତ ଜୀବନ୍ତ ପୋଡ଼ି ଦିଆଯାଇଥିଲା।
ରୋଗ ସଂକ୍ରମଣରୁ ବଞ୍ଚିବା ପାଇଁ ହଙ୍ଗେରୀର ଡାକ୍ତର ଇଗନାଜିପିଂ ଲିଫ୍‌ ସେମେଲଓ୍ବସି କ୍ଲୋରିନେଟେଡ୍‌ ପାଣିରେ ହାତ ଧୋଇବା ଲାଗି ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ମତକୁ ସମ୍ମାନ ଦେବା ପରିବର୍ତ୍ତେ ତାଙ୍କୁ ପାଗଳ କହି ଡାକ୍ତରଖାନାରେ ଭର୍ତ୍ତି କରିଦିଆଯାଇଥିଲା। ସେ ପାଗଳଖାନାରୁ ଖସିବାକୁ ଚେଷ୍ଟାକରିବା ସମୟରେ ଜଗୁଆଳିର ମାଡ଼ରେ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରିଥିଲେ।
ପୋଲାଣ୍ଡର ବିଶିଷ୍ଟ ରସାୟନ ଓ ଭୌତିକ ବିଜ୍ଞାନୀ ମେରି ମାଡାମ୍‌ କ୍ୟୁରି ରେଡିୟମ ଉପରେ ଗବେଷଣା କରି ରକ୍ତ କର୍କଟ ରୋଗରେ ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନର ଚିକିତ୍ସା ବିଜ୍ଞାନରେ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ରେଡିୟମ ତାଙ୍କର ଅମୂଲ୍ୟ ଦାନ।
ଈଶ୍ୱର ସମ୍ବନ୍ଧରେ ବିଜ୍ଞାନ ସମ୍ମତ ମତ ପ୍ରଦାନ କରିଥିବାରୁ ଗ୍ରୀକ୍‌ ଦାର୍ଶନିକ ପ୍ଲୁଟୋଙ୍କୁ ତତ୍କାଳୀନ ଧର୍ମଗୁରୁମାନେ ନାସ୍ତିକ ବୋଲି ଦର୍ଶାଇଥିଲେ। ସେମାନଙ୍କର ପରାମର୍ଶରେ ପ୍ଲୁଟୋଙ୍କୁ ବିଷପାନ କରି ମୃତ୍ୟୁବରଣ କରିବାକୁ ପଡ଼ିଥିଲା।
ଅଷ୍ଟାଦଶ ଶତାବ୍ଦୀରେ ବେଲ୍‌ଜିୟମର ସେବାବୀର ଡେମିଆନ ମଲୋକାର ଦ୍ୱୀପରେ ନିର୍ବାସିତ କୁଷ୍ଠରୋଗୀମାନଙ୍କର ସେବା କରି ନିଜେ କୁଷ୍ଠ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ କରୋନା ଯୁଦ୍ଧରେ ପ୍ରତିଦିନ ଶହ ଶହ ସ୍ବାସ୍ଥ୍ୟକର୍ମୀ ଶହୀଦ ହେବାରେ ଲାଗିଛନ୍ତି।
ବିଜ୍ଞାନର ସତ୍ୟତା ପ୍ରଦାନ କରିବାକୁ ଯାଇ ଅନେକ ବୈଜ୍ଞାନିକ ତତ୍କାଳୀନ ଧର୍ମଗୁରୁ ଓ ଶାସକମାନଙ୍କ ଦ୍ୱାରା ନିର୍ଯାତିତ ଓ ଅତ୍ୟାଚାରର ଶିକାର ହୋଇ ଜୀବନକୁ ବଳିଦାନ ଦେଇଛନ୍ତି। ବିଜ୍ଞାନ ଓ ମାନବ ସମାଜକୁ ବଞ୍ଚାଇବାକୁ ଯାଇ ନିନ୍ଦିତ ଓ ନିହତ ହୋଇଛନ୍ତି। ତାଙ୍କର ପାର୍ଥତ୍ବ ଶରୀରର ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନେ ଆମ୍ଭମାନଙ୍କ ପାଇଁ ଅମର ହୋଇ ରହିଯାଇଛନ୍ତି। ସେହି ମହାମାନବମାନଙ୍କୁ ସମ୍ମାନ ଜଣାଇ ବ୍ୟାସକବି ଫକୀର ମୋହନ କହିଛନ୍ତି-
ଧନ୍ୟ ସେ ମାନବ କୁଳେ ଯାହା ଯଶରାଜି
ଲୋକହିତ ବ୍ରତେ ଥାଏ ଜଗତେ ବିରାଜି।
ମଲେ ଯାହା ନାମ ଥାଏ ଜଗତ ମଧ୍ୟରେ
ଅମର ଦେବତା ସେହି ମାନବ କୁଳରେ।

ଚିକିତ୍ସା ନିର୍ଦ୍ଦେଶକ, ପୂର୍ବତଟ ରେଲ୍‌ଓ୍ବେ, ଭୁବନେଶ୍ୱର
ମୋ: ୮୪୫୫୮୮୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri