ବିଜେଡି ପ୍ରତିଷ୍ଠା ଦିବସରେ ପିନାକୀ କେଉଁଠି ଥିଲେ: ଭର୍ତ୍ତୃହରି

ଭୁବନେଶ୍ବର,୩ା୧(ବ୍ୟୁରୋ):ବିଜେଡିର ବରିଷ୍ଠ ନେତା ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବ ୪ଟି ବିଷୟରେ ନିଜର ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ଖୁବ୍‌ଶୀଘ୍ର ରଖିବେ। ହେଲେ ସେ କେବେ ଏବଂ କେଉଁସବୁ ପ୍ରସଙ୍ଗରେ ରଖିବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଭର୍ତ୍ତୃହରିଙ୍କ ଏଭଳି ମନ୍ତବ୍ୟ ପରେ ସେ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ଉହ୍ୟ ରଖିଲେ ନା ବୈଦ୍ୟୁତିକ ଗଣମାଧ୍ୟମର ଖବରଦାତାମାନଙ୍କ ଜରିଆରେ ନିଜର ଅସନ୍ତୋଷକୁ ନେଇ ରାଜନୈତିକ କାର୍ଡ ଖେଳିଲେ ସେନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଗତ ଡିସେମ୍ବର ୨୬ ତାରିଖରେ ପୁରୀଠାରେ ବିଜେଡି ପାଳିଥିବା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ ଦେଖିବାକୁ ମିଳି ନ ଥିଲା ବୋଲି ପ୍ରଶ୍ନରେ ସେ ପୁରୀ ଏମ୍‌ପି ପିନାକୀଙ୍କ କଥା ଉଠାଇ ଆହୁରି ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛନ୍ତି। ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ରହିଥିବା ନେଇ ମହତାବ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଜି ସ୍ବାଧୀନତା ସଂଗ୍ରାମୀ ଦିବସରେ ଏନେଇ ଚର୍ଚ୍ଚା ନ କରିବା ଭଲ। ୪ଟି ବିଷୟରେ ତାଙ୍କର କହିବାର ଅଛି। ସେ ମନ୍ମଥ ଦାସଙ୍କ ‘ଦେଖା ହେଲେ କହିବି ସେ କଥା’ ସମ୍ପର୍କରେ ଉଲ୍ଲେଖ କରି ଏବେ ନୁହେଁ, ଦେଖାହେଲେ କହିବେ ବୋଲି କହିଛନ୍ତି। ତେବେ ୨୦୨୪ରେ ସେ ନିର୍ବାଚନ ଲଢ଼ିବେ ନା ନାହିଁ ବୋଲି ପଚାରିବାରୁ ତାହା ମଧ୍ୟ ଗୋଟିଏ ପ୍ରସଙ୍ଗ ବୋଲି ଭର୍ତ୍ତୃହରି କହିଛନ୍ତି।
ବିଜେଡି ପ୍ରତିଷ୍ଠା ଦିବସରେ କାହିଁକି ଅନୁପସ୍ଥିତ ରହିଲେ ତା’ର ସିଧାସଳଖ ଉତ୍ତର ନ ଦେଇ ସେ କହିଛନ୍ତି, ପିନାକୀ ମିଶ୍ର ତ ଅନୁପସ୍ଥିତ ଥିଲେ। ତାଙ୍କୁ ଏନେଇ ପଚାରିଛନ୍ତି କି। ତେବେ ପିନାକୀ ଅସୁସ୍ଥ ଥିବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଭର୍ତ୍ତୃହରିଙ୍କ ସମ୍ପର୍କରେ ଦଳ ପକ୍ଷରୁ କିଛି କୁହାଯାଇ ନ ଥିବା ସମ୍ପର୍କରେ ଖବରଦାତାମାନେ ପଚାରିିଥିଲେ। ଏହାର ଉତ୍ତରରେ ସେଦିନ ପିନାକୀବାବୁ କେଉଁଠି ଥିଲେ ବୋଲି ଭର୍ତ୍ତୃହରି ପାଲଟା ପ୍ରଶ୍ନ କରିଛନ୍ତି। ତେବେ ପିନାକୀ ମିଶ୍ର ପ୍ରତିଷ୍ଠା ଦିବସରେ ଉପସ୍ଥିତ ନ ରହିବା ଏବଂ ଏହି ବିଷୟରେ ଭର୍ତ୍ତୃହରି ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର୍‌ ଧରିଛି। ଭର୍ତ୍ତୃହରି ଆହୁରି କହିଛନ୍ତି, ଭାଜପା ଏବେ ବିଭିନ୍ନ ଲୋକ ସଭା ଆସନ ଉପରେ ଫୋକସ କରୁଛି। ୨୦୧୪ରୁ ଭାଜପା କଟକ ଆସନକୁ ଫୋକସ୍‌ କଲାଣି। ୨୦୧୯ରେ ଭାଜପାକୁ ୪ଲକ୍ଷ ଭୋଟ ମିଳିଥିଲା। କଟକରେ ଭାଜପା ହେଉଛି ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ। ସେହିପରି ନବୀନ ପଟ୍ଟନାୟକ ୧୦୦ବର୍ଷ ବିଜେଡି ଶାସନ କରିବ ବୋଲି ଯାହା କହିଛନ୍ତି ତା’ର ମର୍ମକୁ ବୁଝିବା ଆବଶ୍ୟକ। ଦଳର ନେତା ଓ କର୍ମୀମାନଙ୍କୁ ସେ ଆହ୍ବାନ ଦେଇଛନ୍ତି ଯେ ମହିଳାମାନଙ୍କ ସହଯୋଗ ଓ ଆଶୀର୍ବାଦରେ ୧୦୦ବର୍ଷ ଧରି କ୍ଷମତାରେ ରହିହେବ।
ଅପରପକ୍ଷେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଦଳ ଭିତରେ କିଛି ଦ୍ୱନ୍ଦ୍ୱ ନାହିଁ। ସମସ୍ତେ ପ୍ରାୟତଃ ଦଳର ପ୍ରତିଷ୍ଠା ଦିବସରେ ଆସିଥିଲେ। କେହି ବ୍ୟକ୍ତିଗତ ଓ ଶାରୀରିକ ସମସ୍ୟା ଯୋଗୁ ଆସି ନ ଥିଲେ। ଉଭୟ ଭର୍ତ୍ତୃହରି ଓ ପିନାକୀଙ୍କ ସହ ସେ ନିଜେ କଥା ହୋଇଛନ୍ତି। ତେବେ ଭର୍ତ୍ତୃହରି ୪ଟି ବିଷୟରେ ମୁହଁ ଖୋଲିବା ପ୍ରସଙ୍ଗକୁ ନେଇ ପଚାରିବାରୁ ସେ ଏଡ଼ାଇ ଯାଇଥିଲେ। ତେବେ ଡିସେମ୍ବର ୨୬ ଦଳୀୟ ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ଥିବା ଭର୍ତ୍ତୃହରି କିନ୍ତୁ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଲଓଡ଼ିଶା ଲୟର୍ସ ଆସୋସିଏଶନର ୫୧ତମ ବାର୍ଷିକ ଉତ୍ସବରେ ମଞ୍ଚରେ ଉପସ୍ଥିତ ଥିଲେ। ଏ ନେଇ ପିନାକୀଙ୍କ ମତାମତ ନେବାଲାଗି ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri