ବିକ୍ରି ହେଲାନି, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ସୋନପୁର,୨୮।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶୀତଳ କେନ୍ଦ୍ର ସମ୍ମୁଖ ରାସ୍ତାରେ ମଙ୍ଗଳବାର ଚାଷୀମାନେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଓମ୍‌ଫେଡ୍‌ ଚାଷୀଙ୍କ ନିକଟରୁ କ୍ଷୀର ନେବାକୁ ମନା କରିବା ପରେ ସେମାନେ ଏହିପରି ଅସନ୍ତୋଷ ଜାହିର କରିଛନ୍ତି। ରାମପୁର, ଅଇଳାମୁଣ୍ଡା, ନାଇକେନପାଲି, ସାରସମାଲ, ପଣ୍ଡକିଟାଲ, ବଲେନପାଲି, ତେଲିପାଲି, ଚନ୍ଦଲି, ଭବାନୀପାଲି, କଣ୍ଟାପାଲି ଓ ଟାଙ୍ଗରକର୍ଲେ ଅଞ୍ଚଳର ଶତାଧିକ ଚାଷୀ ପ୍ରାୟ ୨ହଜାର ଲିଟର କ୍ଷୀର ରାସ୍ତାରେ ଢାଳିଛନ୍ତି। ଓମ୍‌ଫେଡ ସ୍ଥାନୀୟ ଗୋଚାଷୀଙ୍କଠାରୁ ଦୁଗ୍ଧ କିଣି ସମ୍ବଲପୁରସ୍ଥିତ ପ୍ଲାଣ୍ଟରେ ପ୍ରୋସେସିଂ କରି ବଜାରରେ ଦୁଗ୍ଧ, ଦୁଗ୍ଧରୁ ପ୍ରସ୍ତୁତ ଦହି, ଛେନା, ପନିର, ରାବିଡି ଓ ଲସି ବିକ୍ରି କରିଥାଏ। ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଥିବାରୁ ବଜାରରେ କ୍ଷୀରର ଚାହିଦା ନାହିଁ। ଦୁଗ୍ଦ ଓ ଦୁଗ୍ଧରୁ ପ୍ରସ୍ତୁତ ଖାଦ୍ୟର ବିକ୍ରି ବଟାରେ କଟକଣା ନ ଥିଲେ ହେଁ ଏହା ଆଉ ଆଗଭଳି ବିକ୍ରି ହେଉନି। ତେଣୁ ଓମ୍‌ଫେଡ୍‌ ଚାଷୀଙ୍କ ନିକଟରୁ କିଛି ଦିନ ହେବ ଗୋଟିଏ ଦିନ ଅନ୍ତରରେ କ୍ଷୀର କିଣୁଥିଲା। ମଙ୍ଗଳବାରଠାରୁ ଦୁଇ ଦିନ ଅନ୍ତରରେ ଚାଷୀଙ୍କ ନିକଟରୁ କ୍ଷୀର ନେବାକୁ କର୍ତ୍ତୃପକ୍ଷ କହିବା ପରେ ଚାଷୀମାନେ ଉତ୍ତ୍ୟକ୍ତ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିଲେ। ଗୋ ଚାଷୀ ସରୋଜ କଲତା କୁହନ୍ତି, ବ୍ୟାଙ୍କରୁ ଋଣ କରି ୩୫ରୁ ୪୦ ହଜାର ଟଙ୍କାରେ ଗୋଟିଏ ଲେଖାଏଁ ଗାଈ କିଣିଛୁ । ଦୁଗ୍ଦ ବିକ୍ରି ନ ହେଲେ ବ୍ୟାଙ୍କ ଋଣ କିପରି ଶୁଝିବୁ। ସେହିପରି ଚାଷୀ ସହଦେବ ଦନ୍ତା କୁହନ୍ତି, ଦୁଗ୍ଦ ବିକ୍ରି ନ ହେଲେ ଗାଈକୁ କଣ ଖାଇବାକୁ ଦେବୁ ଓ ପରିବାର କିଭଳି ପ୍ରତି ପୋଷଣ କରିବୁ ସେହି ଚିନ୍ତାରେ ଅଛୁ। ଚାଷୀଙ୍କ ଦୁଃଖ ନ ବୁଝି କ୍ଷୀର କ୍ରୟ ବନ୍ଦ କରିବା ପରିତାପର ବିଷୟ । ସରକାର ସମସ୍ୟା ବୁଝିବା ସହ ଗୋଚାଷୀଙ୍କୁ ସହାୟତା ଓ ଗାଈଙ୍କୁ ଦାନା ଯୋଗାଇ ଦେବାକୁ ମଠ ପୁଟେଲ, ବିକାଶ ଅଗ୍ରଓ୍ବାଲା, ଦୀନବନ୍ଧୁ ମେହେର, ବୀରେନ୍ଦ୍ର ମାଟି, ପ୍ରଫୁଲ୍ଲ କୁମ୍ଭାର ଓ ପରମା ଥାଟି ପ୍ରମୁଖ ଗୋ ଚାଷୀ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?