ବାୟୁରେ କରୋନାର ଆନୁବଂଶିକ ଉପାଦାନ

ବେଜିଂ,୨୮ା୪(ପି.ଟି.): କରୋନା ଭୂତାଣୁର ଆନୁବଂଶିକ ଉପାଦାନ ବାୟୁରେ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏହି ଭୂତାଣୁ ଉପାଦାନରୁ ସଂକ୍ରମଣ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଚାଇନାର ଉହାନ ସହରରେ ଥିବା ଦୁଇଟି ହସ୍ପିଟାଲ ଏବଂ କେତେକ ସର୍ବସାଧାରଣ ସ୍ଥାନରେ ପରିବେଶର ଅନୁଧ୍ୟାନ କରାଯାଇଥିଲା। ହଟ୍‌ସ୍ପଟ୍‌ ଅଞ୍ଚଳର ବାୟୁରେ ଭୂତାଣୁର ଆର୍‌ଏନ୍‌ଏ ଥିବା ଉହାନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସମେତ ଅନ୍ୟମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି। ତେବେ ଉକ୍ତ ଉପାଦାନର ସଂକ୍ରମଣ କ୍ଷମତା ରହିଛି କି ନାହିଁ ସେ ନେଇ ନେଚର ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ କିଛି କୁହାଯାଇନାହିଁ। ୩୧ଟି ସ୍ଥାନରୁ ୪୦ଟି ନମୁନା ସଂଗ୍ରହ କରାଯାଇ ଏହି ପରୀକ୍ଷା କରାଯାଇଥିଲା। ବାୟୁବାହିତ ଏହି ଉପାଦାନରୁ ସଂକ୍ରମଣ ଆଶଙ୍କା ଥିବାରୁ ଉକ୍ତ ଅଞ୍ଚଳକୁ ଉପଯୁକ୍ତ ଭାବେ ବିଶୋଧନ କରିବା, ଉତ୍ତମ ବାୟୁ ଚଳାଚଳ ଏବଂ ଦୂରତ୍ୱ ବଜାୟ ରଖିବା ଲାଗି ପରାମର୍ଶ ଦିଆଯାଇଛି।
କରୋନା ଆକ୍ରାନ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ, ସଂକ୍ରମିତ ପୃଷ୍ଠକୁ ଛୁଇଁଲେ କିମ୍ବା ଆକ୍ରାନ୍ତ ଛିଙ୍କିଲେ କିମ୍ବା କାଶିଲେ ବାହାରୁଥିବା ଜଳକଣିକା ଶ୍ୱାସକ୍ରିୟାରେ ଅନ୍ୟ ଶରୀରକୁ ଗଲେ ତାହା ଉକ୍ତ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ। ତେବେ ବାୟୁରେ ଭାସୁଥିବା ଭୂତାଣୁର ଆନୁବଂଶିକ ଉପାଦାନରେ ଏଭଳି ସାମର୍ଥ୍ୟ ରହିଛି କି ନାହିଁ ତାହାର ଅନୁଧ୍ୟାନ କରାଯାଉଥିବା ବୈଜ୍ଞାନିକମାନେ କହିଛନ୍ତି। କେ ଲାନ୍‌ ଓ ତାଙ୍କ ଟିମ୍‌ ଦୁଇଟି ସରକାରୀ ହସ୍ପ୍‌ିଟାଲରେ ଏରୋସୋଲ୍‌ ଟ୍ରାପ୍‌ ଲଗାଇଥିଲେ। ଗୁରୁତର ଅସୁସ୍ଥ ଏବଂ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଏହି ଦୁଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଭେଣ୍ଟିଲେଟର ଥିବା ଓ୍ବାର୍ଡରେ ଭୂତାଣୁ ଆର୍‌ଏନଏ କମ୍‌ ଥିବାବେଳେ ଭେଣ୍ଟିଲେଶନ ନ ଥିବା ରୋଗୀଙ୍କ ପାଇଖାନାରେ ଆର୍‌ଏନ୍‌ଏର ସାନ୍ଦ୍ରତା ଅଧିକ ଥିବା ଜଣାପଡିଥିଲା। ସେହିପରି ସର୍ବସାଧାରଣ ସ୍ଥାନରେ ଭୂତାଣୁ ଆର୍‌ଏନ୍‌ଏ କମ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri