ବାହ୍ୟପୂଜା ଓ ଶ୍ରାଦ୍ଧ

ବରଦା ପ୍ରସନ୍ନ ଦାସ
ଯେଉଁ ହିନ୍ଦୁଧର୍ମର ସନାତନ ଶାସ୍ତ୍ର ବେଦ ସତ୍ୟ ଓ ଯଥାର୍ଥ ବିଚାରରେ ପରିପୂର୍ଣ୍ଣ, ସେହି ହିନ୍ଦୁ ଆଜି ଅନ୍ଧବିଶ୍ୱାସର ଅନ୍ଧକୂପରେ ନିପୀଡ଼ିତ। ପରମେଶ୍ୱରଙ୍କ ଆଜ୍ଞା ହେଲା ସତ୍ୟଂ ବଦ, ଧର୍ମଂ ଚର, ଦୟାଂ କୁରୁ। ଅର୍ଥାତ୍‌ ଦୁଃଖୀର ଦୁଃଖ ନିବାରଣ କର, ରୋଗୀକୁ ଔଷଧ ଦିଅ, କ୍ଷୁଧାର୍ତ୍ତକୁ ଅନ୍ନ ଦାନ କର, ତୃଷାର୍ତ୍ତକୁ ଜଳ ଦାନ କର, ଉଲ୍ଲଗ୍ନକୁ ବସ୍ତ୍ର ଦାନ କର, ଅଜ୍ଞାନକୁ ଜ୍ଞାନ ଦାନ କର, ଅସହାୟକୁ ସାହାଯ୍ୟ କର, ବିପଦଗ୍ରସ୍ତ ଲୋକକୁ ଉଦ୍ଧାର କର ଓ ପର ଉପକାର କର ଇତ୍ୟାଦି। ଏସବୁ କାର୍ଯ୍ୟ ହେଲା ପ୍ରଭୁ ପୂଜା। ଅର୍ଥାତ୍‌ ସେବା ହିଁ ପ୍ରଭୁ ପୂଜା। ଏଣୁ ମହାଭାରତରେ ମହର୍ଷି ବ୍ୟାସ କହନ୍ତି- ‘ପରୋପକାରଃ ସ୍ବର୍ଗାୟ ପାପାୟ ପରପୀଡନମ୍‌।’ ଭାଗବତରେ ଅଛି- ‘ପରୋପକାର ମହାଧର୍ମ। ସୁଜନେ କର ଉପାର୍ଜନ।ା’
ନାନକ, କବୀର ଏବଂ ଚୈତନ୍ୟ ମଧ୍ୟ ପ୍ରଚାର କରିଗଲେ ଜୀବ ଜଗତର ସେବା ହିଁ ସର୍ବଶ୍ରେଷ୍ଠ ଧର୍ମ। ଅତଏବ ପରମେଶ୍ୱରଙ୍କୁ ପୂଜା କରିବାର ଏତେ ସୁନ୍ଦର ପ୍ରଣାଳୀକୁ ଛାଡି, ଜୀବିତ ମୂର୍ତ୍ତିମାନଙ୍କର ସେବା ଛାଡ଼ି ଫଟୋ, କାଠ ପଥରର ମୂର୍ତ୍ତିମାନଙ୍କର ପୂଜା କରିବା କେତେ ଯଥାର୍ଥ ସେ କଥା ବେଦ ଆଧାରରେ ବିଚାର୍ଯ୍ୟ। ସକାଳେ ସାରେ ଘଣ୍ଟାଏ ଲେଖାଏ ଈଶ୍ୱର ଚିନ୍ତନ ଏକାଗ୍ର ମନରେ ଓ ନିଷ୍ଠାପୂର୍ଣ୍ଣ ଅନ୍ତରରେ କରିବା ଉଚିତ। ଏହାକୁ ହିଁ ଧ୍ୟାନ କୁହାଯାଏ। ସେହି ଦୟାମୟ ପରମେଶ୍ୱରଙ୍କ ଗୁଣ ଚିନ୍ତନ ହିଁ ପ୍ରଭୁପୂଜା। ଏହା ନ କରି ଫଟୋ ବା କାଠପଥରର ମୂର୍ତ୍ତିକୁ ଭୋଗରାଗ ଦେଇ ପୂଜା କରିବା ବାସ୍ତବ ପ୍ରଭୁ ପୂଜା ନୁହେଁ। ତେବେ ଶାସ୍ତ୍ରରେ ମୂର୍ତ୍ତିପୂଜାକୁ ସମ୍ପୂର୍ଣ୍ଣ ବାରଣ କରାଯାଇ ନ ଥିଲେ ମଧ୍ୟ ତାହା ଅଧମାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଉପାସନା ପଦ୍ଧତି ବୋଲି କୁହାଯାଇଛି-
ଉତ୍ତମୋ ବ୍ରହ୍ମସଦ୍‌ଭାବୋ ଧ୍ୟାନଭାବସ୍ତୁ ମଧ୍ୟମଃ।
ସ୍ତୁତିଜପୋଽଧମଭାବୋ ବାହ୍ୟପୂଜାଧମାଧମଃ।ା
ଭାବଭକ୍ତିହୀନ ମୂର୍ତ୍ତିପୂଜା ହେଉଛି ସେହି ବାହ୍ୟପୂଜା, ଯାହାକୁ ଅଧମାଧମ ବୋଲି କୁହାଯାଇଛି। ଏପରି ମୂର୍ତ୍ତିପୂଜା ଦ୍ୱାରା କିଛି ଲାଭ ହୋଇ ନ ଥାଏ। ଶ୍ରୀମଦ୍‌ ଭଗବଦ୍‌ ଗୀତା ମତରେ ପରୋପକାର ଦ୍ୱାରା ହିଁ ମଣିଷ ବିଶ୍ୱପିତା ପ୍ରଭୁଙ୍କ ପୂଜା କରିଥାଏ ଏବଂ ସିଦ୍ଧି ଲାଭ କରିଥାଏ। ବିଶ୍ୱର ଜୀବଗଣଙ୍କ ଉପକାର କରିବା ଦ୍ୱାରା ହିଁ ବିଶ୍ୱପିତା ଆମ ଉପରେ ପ୍ରସନ୍ନ ହୋଇଥାନ୍ତି। ଏଣୁ ଏହା ହିଁ ବାସ୍ତବ ପ୍ରଭୁ ପୂଜା। ଏହା ହିଁ ବେଦର ଆଦେଶ ଓ ମର୍ମାର୍ଥ। ଏହାକୁ ଆମେ ପାଳନ କରୁଛେ କି? ଏବେ ଆସନ୍ତୁ ବିଚାର କରିବା ପିତୃଶ୍ରାଦ୍ଧ ଅର୍ଥ କ’ଣ।
ପିତାମାତା, ପ୍ରାଣଦାତା ଓ ଅନ୍ନଦାତା- ଏ ତିନିଙ୍କୁ ଧର୍ମଶାସ୍ତ୍ରରେ ପିତୃପୁରୁଷ ବୋଲି କୁହାଯାଏ। ସେମାନଙ୍କୁ ଜୀବିତାବସ୍ଥାରେ ଭୋଜନ, ବସ୍ତ୍ର ଓ ଔଷଧ ଦାନ କରି ଯଥୋଚିତ ସେବାସତ୍କାର କରିବାର ନାମ ହିଁ ପିତୃଶ୍ରାଦ୍ଧ। ଶ୍ରାଦ୍ଧର ଅର୍ଥ ହେଲା ଶ୍ରଦ୍ଧାର ସହ ସେବା କରିବା ଓ ତତ୍‌ ପ୍ରୀତ୍ୟର୍ଥେ ଦାନ କରିବା। ଏହା ହିଁ ବେଦର ସିଦ୍ଧାନ୍ତ। ତେବେ ମୃତ ପିତୃପୁରୁଷଙ୍କୁ ଭୋଜନ ଓ ଆଚ୍ଛାଦନ ପାଇଁ ବ୍ରାହ୍ମଣମାନଙ୍କୁ ଯେଉଁ ଅନ୍ନ, ବସ୍ତ୍ର, ଅର୍ଥ ଦାନ ଦିଆଯାଏ ସେ ସବୁ ଏକ ପରମ୍ପରା। କିନ୍ତୁ ଜୀବନ୍ତ ମାତାପିତାଙ୍କର ସେବା ନ କରି ମଲାପରେ ସାଇଭାଇ ଓ ବ୍ରାହ୍ମଣଙ୍କୁ ଭୁରିଭୋଜନ ଦେବାରେ କେବଳ ଆତ୍ମବଡ଼ିମା ହିଁ ପ୍ରକାଶ ପାଇଥାଏ। ଏହାଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୁଅନ୍ତି ନାହିଁ।
ଇହ ଜନ୍ମରେ କରିଥିବା ପାପ ଓ ପୁଣ୍ୟ କର୍ମର ଫଳ ସ୍ବରୂପ ମନୁଷ୍ୟକୁ ମୃତ୍ୟୁ ପରେ ତିନୋଟି ବସ୍ତୁ ପ୍ରାପ୍ତ ହୋଇଥାଏ। ସେଗୁଡିକ ହେଲା- ଶରୀର, ଆୟୁ ଓ ଭୋଗ। ଶରୀର ଅର୍ଥ ମନୁଷ୍ୟ ବା କୀଟପତଙ୍ଗ, ପକ୍ଷୁପକ୍ଷୀ ମଧ୍ୟରୁ ଯେ କୌଣସି ଗୋଟିଏ ଶରୀର। ଆୟୁର ଅର୍ଥ ଏକ ନିର୍ଦ୍ଦିଷ୍ଟ ଆୟୁ। ଭୋଗର ଅର୍ଥ ସୁଖଦୁଃଖ ଭୋଗ। ଇହ ଜନ୍ମରେ କରିଥିବା ପାପ ବା ପୁଣ୍ୟ କର୍ମର ଫଳସ୍ବରୂପ ମନୁଷ୍ୟକୁ ମୃତ୍ୟୁ ପରେ ପରମେଶ୍ୱରଙ୍କ ନିୟମ ଅନୁସାରେ ଉପରୋକ୍ତ ତିନୋଟି ବସ୍ତୁ ପ୍ରାପ୍ତ ହୋଇଥାଏ। ଜୀବାତ୍ମା ଏଭଳି ଏକ ନୂତନ ଶରୀରରେ ପଦାର୍ପଣ କରି ନିଜର ପାପ ବା ପୁଣ୍ୟ କର୍ମର ଦୁଃଖ ବା ସୁଖ ଫଳକୁ ଭୋଗିବାରେ ଲାଗେ। ନିଜେ କରିଥିବା କର୍ମର ଫଳକୁ ନିଜକୁ ହିଁ ଭୋଗିବାକୁ ପଡ଼େ। ମୃତ ପିତୃପୁରୁଷଙ୍କୁ ପୁଣ୍ୟର ଅଧିକାରୀ କରାଇବା ତାଙ୍କ ବଂଶଧରଙ୍କ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ। ଉତ୍ତରାଧିକାରୀମାନେ ମୃତ ପିତୃପୁରୁଷଙ୍କ ପୁଣ୍ୟକୁ ବା ପାପକୁ କଦାପି ବଢ଼ାଇ ବା କମାଇ ପାରିବେନି। ଧର୍ମ ନାମରେ ସମ୍ପ୍ରଦାୟ ଭିତ୍ତିରେ ମୃତ୍ୟୁ ପରେ ଅଲଗା ଅଲଗା ଶ୍ରାଦ୍ଧ ଦିଆଯିବା ପଦ୍ଧତି ବେଦ ମତେ ସମ୍ପୂର୍ଣ୍ଣ ଅମୂଳକ।
ସାମ୍ପ୍ରତିକ ବିଶ୍ୱାସ ମତେ ପିତୃମାତୃ ଶ୍ରାଦ୍ଧ ବହୁ ଆଡ଼ମ୍ବର ସହକାରେ ସମ୍ପାଦିତ ହେଉଛି। ବ୍ରାହ୍ମଣଙ୍କୁ ଡାକି ବିଭିନ୍ନ ପୂଜାକର୍ମ, ବସ୍ତ୍ର ବଣ୍ଟନ, ଭୋଜି ଆଦି ବାହ୍ୟ ଆଡ଼ମ୍ବରର ଫଳ ଶୂନ। ବେଦରେ ଏପରି ଶ୍ରାଦ୍ଧ ବ୍ୟବସ୍ଥା ନାହିଁ, ମାତ୍ର ସ୍ମୃତିଶାସ୍ତ୍ରରେ ଅଛି। ବେଦ ଓ ସ୍ମୃତିଶାସ୍ତ୍ର ଉଭୟ ହିନ୍ଦୁଧର୍ମର ଶାସ୍ତ୍ର। ମାତ୍ର ଏ ଉଭୟ ମଧ୍ୟରେ ବିରୋଧ ଉପସ୍ଥିତ ହେଲେ ବେଦ ହିଁ ଅନୁସର୍ତ୍ତବ୍ୟ ବୋଲି କୁହାଯାଇଛି- ଶ୍ରୁତିସ୍ମୃତି ଦ୍ୱୟୋର୍ମଧ୍ୟେ ଶ୍ରୁତି ଏବ ଗରୀୟସୀ। ଦୁର୍ଲ୍ଲଭ ମଣିଷ ଜନ୍ମ ପାଇ ବେଦ ମତେ କାର୍ଯ୍ୟ ସମ୍ପାଦନ କଲେ ବିଶ୍ୱ ମାନବ ପ୍ରକୃତ ସନାତନ ହିନ୍ଦୁତ୍ୱକୁ ବଜାୟ ରଖିବାରେ ସହାୟକ ହେବ।
ମୋ-୯୮୬୧୧୪୫୬୮୭


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri