ବାହ୍ୟ ମଳମୁକ୍ତ ପଞ୍ଚାୟତ ସୁନ୍ଦରିଆ: ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି

ଯାଜପୁର ଅଫିସ,୧୮।୮-ଯାଜପୁର ଜିଲାରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ସଂକ୍ରାନ୍ତରେ ଓଡିଶା ଲୋକାୟୁକ୍ତ ଆଇନ ଧାରା ୨୦ରେ ପ୍ରଥମ କରି ଏକ ମାମଲା ଦାଏର ହୋଇଛି। ଶନିବାର ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷଙ୍କ ନିକଟରେ ଏହି ମର୍ମରେ ହୋଇଥିବା ଅଭିଯୋଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌)ର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ମା’ ତାରିଣୀ ଏସ୍‌ଏଚ୍‌ଜି, ରାଧାକୃଷ୍ଣ ଏସ୍‌ଏଚ୍‌ଜି ଓ ମା’ ମଙ୍ଗଳା ଏସ୍‌ଏଚ୍‌ଜିର ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଦ୍ୱାରା ଅଭିଯୋଗରେ ଦର୍ଶାଯାଇଛି ଯେ, ୧୭ା୮ା୨୦୧୭ରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ସୁନ୍ଦରିଆ ଗ୍ରାମ ପଞ୍ଚାୟତକୁ ରାଜ୍ୟ ସରକାର ବାହ୍ୟ ମଳମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୂଚନା ଅଧିକାର ଆଇନ ବଳରେ ଆରଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ସରକାରୀ ଭାବେ ସୁନ୍ଦରିଆ ପଞ୍ଚାୟତର ଫତେପୁର, ହରଦେଇପୁର, ପ୍ରତାପପୁର, ସରେଇ, ଷେଣ୍ଢାପୁର, ସୁନ୍ଦିରଆ ଓ ତରାପୁର ଗ୍ରାମରେ ୯୨୬ଟି ପାଇଖାନା ନିର୍ମାଣ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ବାସ୍ତବରେ ଉପରୋକ୍ତ ୩ଟି ସ୍ବୟଂ ସହାୟକ ଦଳ ଜରିଆରେ ୭୨୭ଟି ନିର୍ମାଣ ହୋଇଥିବା ସୂଚନା ଅଧିକାର ଆଇନରେ ଜଣାପଡିଛି। ଉଭୟ ତଥ୍ୟରେ ତାଳମେଳ ରହୁ ନ ଥିବାରୁ ୧୯୯ଟି ପାଇଖାନାର ହିସାବ ମିଳୁନାହିଁ ବୋଲି ସେତେବେଳେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ଏହି ଅନିୟମିତତା ଓ ଆତ୍ମସାତ ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନ ପତ୍ରରେ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ ଯେ, ପରିମଳ ଅଧିକ ଜରୁରୀ ଭଳି ବଡ଼ବଡ଼ ଭାଷଣ ଜିଲାରେ ମାତ୍ର ସ୍ଲୋଗାନ ହୋଇଛି। ବାସ୍ତବରେ କେତେକ ଜନପ୍ରତିନିଧିଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଯନ୍ତ୍ରୀ କେବଳ ଯୋଜନାର ଅର୍ଥ ଲୁଟିବାକୁ ଲାଗି ପଡ଼ିଛନ୍ତି। ୨୦୧୭ ଅଗଷ୍ଟ ୧୭ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲା ଜଳ ଓ ପରିମଳ ମିଶନ ଏବଂ ପାନୀୟ ଜଳ ବିଭାଗର ଆନୁକୁଲ୍ୟରେ ଖୋଲା ମଳମୁକ୍ତ ପଞ୍ଚାୟତ ଗଠନ ଅଭିଯାନ ମାଧ୍ୟମରେ ଜିଲାସ୍ତରୀୟ ଫୋକସ୍‌-୧୦୦୦ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲାର ୧୨ଟି ପଞ୍ଚାୟତକୁ ଏଥିରେ ସାମିଲ କରାଯାଇଥିଲା। ସରକାର ଶୌଚାଳୟ ନିର୍ମାଣ ପାଇଁ ୧୨ହଜାର ଟଙ୍କାର ସହାୟତା ଦେଉଛନ୍ତି। ଜିଲା ପକ୍ଷରୁ କୌଣସି ଗ୍ରାମକୁ ବା ପଞ୍ଚାୟତକୁ ସଚେତନତା ଦ୍ୱାରା ସମ୍ପୂର୍ଣ୍ଣ ବାହ୍ୟମଳ ମୁକ୍ତ ଅଞ୍ଚଳ ଭାବେ ପରିଣତ କରିପାରିଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ, ଯୁବ ରେଡ଼କ୍ରସ୍‌ ସଂଗଠନକୁ ୧ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି କୌଣସି ପଞ୍ଚାୟତର ସମସ୍ତ ଗ୍ରାମ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହେଲେ ସମ୍ପୃକ୍ତ ପଞ୍ଚାୟତକୁ ୨ଲକ୍ଷ ଓ ବ୍ଲକର ସମସ୍ତ ପଞ୍ଚାୟତ ବାହ୍ୟ ମଳମୁକ୍ତ ହେଲେ ସମ୍ପୃକ୍ତ ବ୍ଲକକୁ ୫ଲକ୍ଷ ଟଙ୍କାର ପ୍ରୋତ୍ସାହନ ସହ ଜିଲାସ୍ତରୀୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲାପାଳ ଘୋଷଣା କରିଥିଲେ। ଧର୍ମଶାଳା ବ୍ଲକର ପୂର୍ବତନ ଏମ୍‌ପି ସ୍ବର୍ଗତ କଳ୍ପତରୁ ଦାସଙ୍କ ଆଦର୍ଶ ତଥା ସ୍ବପ୍ନର ପଞ୍ଚାୟତ ସୁନ୍ଦୁରିଆ ମଧ୍ୟ ଏଥିରେ ସ୍ଥାନ ପାଇଥିଲା। ହେଲେ ଏହାର ବାସ୍ତବ ସ୍ଥିତି ଜାଣିବା ପାଇଁ ଜଳ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ଯେଉଁ ତଥ୍ୟ ମିଳିଛି ପ୍ରଶାସନର ଭାଷଣକୁ ତୁଳନା କଲେ ତାହା ବିଶ୍ୱାସଯୋଗ୍ୟ ହେଉ ନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଏହି ପଞ୍ଚାୟତର ୭ଟି ଗ୍ରାମରେ ୧୧୭୩ ପରିବାର ଥିବାବେଳେ ୯୨୬ଟି ପରିବାର ପାଇଖାନା ନିର୍ମାଣ କରିଛନ୍ତି। ହେଲେ ସୂଚନା ଅଧିକାର ତଥ୍ୟ ଅନୁସାରେ ଏଠକାର ୬ଟି ରାଜସ୍ବ ଗ୍ରାମରେ ମାତ୍ର ୭୨୭ଟି ପାଇଖାନା ନିର୍ମାଣ କରାଯାଇଛି ଏବଂ ହିତାଧିକାରୀ ନାମ ତାଲିକାରେ ୫୫୪ ଜଣଙ୍କ ନାମ ରହିଛି। ଏସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରୁ ସେ କହିଛନ୍ତି ପାଇଖାନା ନିର୍ମାଣରେ ଯଦି ଅନିୟମିତତା ହୋଇଥିବ ସେ ନେଇ ତଦନ୍ତ କରାଯାଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri