ବାଲୁଖଣ୍ଡ ଅଭୟାରଣ୍ୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ନଭେମ୍ବର ସୁଦ୍ଧା ପ୍ରକୃତି ନିବାସକୁ କାର୍ଯ୍ୟକ୍ଷମ କର

ଭୁବନେଶ୍ୱର, ୧ା୯(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ନୂଆନଈଠାରେ ଅବସ୍ଥିତ ପ୍ରକୃତି ନିବାସ ବାତ୍ୟା ‘ଫନୀ’ ରେ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ ଏହାର ମରାମତି, ପୁନରୁଦ୍ଧାର ଓ ନବୀକରଣ କରାଯିବ। ନଭେମ୍ବର ସୁଦ୍ଧା ଏହାର କାର୍ଯ୍ୟ ସାରିବା ସହ ପର୍ଯ୍ୟଟକଙ୍କ ନିମନ୍ତେ କାର୍ଯ୍ୟକ୍ଷମ କରିବାକୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ମନ୍ତ୍ରୀ ଆରୁଖ ପୁରୀ-କୋଣାର୍କ ବେଳାଭୂମିରେ ଅବସ୍ଥିତ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅଚାନକ ଗସ୍ତ ସମୟରେ ନୂଆନଈଠାରେ ସମୀକ୍ଷା ବୈଠକ କରି ବନବିଭାଗର ଅଧିକାରୀମାନଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଆରୁଖ ଅଭୟାରଣ୍ୟ ଭିତରେ ବୁଲିବା ସହ ହରିଣମାନଙ୍କ ରହିବା ସ୍ଥାନ ଦେଖିଥିଲେ। ହରିଣମାନଙ୍କ ବର୍ତ୍ତମାନ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ସେମାନଙ୍କ ସୁରକ୍ଷା ଏବଂ ଆବଶ୍ୟକ ଯତ୍ନ ନେବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହରିଣମାନଙ୍କ ପାଇଁ ବର୍ତ୍ତମାନ ଥିବା ୧୨ଟି ଚାରଣ ଭୂମି ଯଥେଷ୍ଟ ହେଉ ନାହିଁ। ଅଧିକ ଚାରଣ ଭୂମି ସୃଷ୍ଟି କରିବା ସହ ତାରବାଡ଼ ଘେରାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଫେବୃୟାରୀ ସୁଦ୍ଧା ଗଣନା ଅନୁଯାୟୀ ଅଭୟାରଣ୍ୟରେ ୪୦୦୦ ହରିଣ ଥିଲେ। କିନ୍ତୁ ଫନୀ ଯୋଗୁ ବାଲୁଖଣ୍ଡରେ ବହୁ ଉପୁଡା ଗଛ ପଡି ରହିଥିବାରୁ ତୁରନ୍ତ ଏହାକୁ ସଫା କରି ପୁଣି ହରିଣ ଗଣନା କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବେଳାଭୂମି ଅଞ୍ଚଳରେ ହରିଣମାନେ ରାସ୍ତା ଅତିକ୍ରମ କରିବାବେଳେ ଯାନବାହନ ଦ୍ୱାରା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ହରିଣଙ୍କ ସୁରକ୍ଷା ପାଇଁ ଶିକାର ନିରୋଧ ସ୍କ୍ବାଡ ଗଠନ କରିବାକୁ କହିଥିଲେ। ହରିଣମାନଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଗୃହକୁ ନିୟମିତ ଭାବେ ପ୍ରାଣୀ ଚିକିତ୍ସକ ଆସୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ହରିଣମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ ହେଉଥିବାରୁ ଖୁସି ପ୍ରକଟ କରିଥିଲେ। ବାଙ୍ଗର ବିଟ୍‌ ହାଉସ୍‌ରେ ଅବସ୍ଥିତ ନର୍ସରିକୁ ମଧ୍ୟ ସେ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ହର୍ଷବର୍ଦ୍ଧନ ଉଦ୍‌ଗାତା, ବନବିଭାଗ ଓ ଅଭୟାରଣ୍ୟର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

ଚାମେଲି ଓଝାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା ବଲାଙ୍ଗୀର ସରପଞ୍ଚ ମହାସଂଘ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୬(ସୁନିଲ କୁମାର ମହାନ୍ତି): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ପ୍ରଦାନ ପାଇଁ ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri