ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ACSଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ଚିଠି କରାଯାଇଛି। ଏପରିକି ତୁରନ୍ତ ଜମି ହସ୍ତାନ୍ତର ପାଇଁ ଜିଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସଂଯୋଗ ପାଇଁ ଏହି ପଦକ୍ଷେପ ନିଆଯାଇଛି।

୨୪ ଜିଲାର ୭୦୭ଟି ନୂଆ ସ୍ଥାନରେ ୪ଜି ଟାୱାର ସ୍ଥାପନ କରାଯିବ। ଏନେଇ ଆବଶ୍ୟକ ସରକାରୀ ଜମି ଯୋଗାଇ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୨,୦୦୦ ବର୍ଗଫୁଟ ଜମିର ଅଗ୍ରୀମ ଦଖଲ BSNLକୁ ଦିଆଯିବ। ଏପରିକି ନୋ ଅବଜେକ୍ସନ ସର୍ଟିଫିକେଟ’ ଜାରି ପାଇଁ ଜିଲାପାଳଙ୍କୁ କୁହାଯାଇଛି। ରାଜ୍ୟର ମୟୂରଭଞ୍ଜ, ସୁନ୍ଦରଗଡ଼ ଭଳି ଆଦିବାସୀ ଓ ପାହାଡ଼ିଆ ଜିଲାରେ ପ୍ରାଧାନ୍ୟ ଟାୱାର ନିର୍ମାଣ ନେଇ ପ୍ରଧାନ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିନୀ ଦେବୀ ଥିଲେ ପ୍ରବୀଣ ନାରୀ ନେତ୍ରୀ

ଭୁବନେଶ୍ୱର, ୫ା୮(ବନ୍ଦନା ସେଠୀ):ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ବରେଣ୍ୟ ସାହିତ୍ୟ ସାଧିକା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଅବସରରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ: ୯ମ ଶ୍ରେଣୀ ପିଲାଙ୍କୁ ନିସ୍ତୁକ ପିଟିଲେ ୧୦ମ ଛାତ୍ର

କଲ୍ୟାଣସିଂହପୁର/ରାୟଗଡ଼ା, ୫।୮ (ଦୀପକ କୁମାର ପରିଡ଼ା/ କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ଥିବା ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କୋଲନରା ବ୍ଲକ୍‌ ଅନ୍ତର୍ଗତ ରିଭଲକଣାସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri