କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଜିଲାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ସମେତ ସମସ୍ତ ସ୍କୁଲ ଏହାକୁ ପାଳନ କରିବେ। ଏହି ଦିନଗୁଡ଼ିକରେ ସକାଳ ୬.୩୦ରୁ ଦିନ ୧୦.୩୦ ଯାଏ ସ୍କୁଲଗୁଡ଼ିକ ପରିଚାଳିତ ହେବ। ନିର୍ଦ୍ଦେଶାନାମାରେ କୌଣସି ପ୍ରକାର ବ୍ୟତିକ୍ରମକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରାଯିବ। ତେବେ ଏହି ସମୟ ମଧ୍ୟରେ କୌଣସି ପରୀକ୍ଷା ଥିଲେ ତାହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପରିଚାଳିତ ହେବ ବୋଲି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

