ବାର୍ଷିକ ସାହିତ୍ୟ ଆସର:ଅବକ୍ଷୟମୁଖୀ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ବାନ

ସାତମାଇଲ, ୨୬।୫(ଡି.ଏନ.ଏ.)-ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମହାନ୍‌। ହେଲେ ଆଜିକାର ଦିନରେ ଯୁବପିଢ଼ି ସାହିତ୍ୟ, ସଂସ୍କୃତିରୁ ବିମୁଖ ହେଉଛନ୍ତି। ଫଳରେ ଓଡ଼ିଆ ଜାତିର ମହାନ ପରମ୍ପରା ଅବକ୍ଷୟ ଆଡ଼କୁ ଗତି କରୁଛି, ଯାହା ଆଗାମୀ ପିଢ଼ି ପାଇଁ ଆଦୌ ଶୁଭଙ୍କରୀ ନୁହେଁ। ସମୁସ୍ତରରୁ ଉଦ୍ୟମ ହେଲେ ଅବକ୍ଷୟମୁଖୀ ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି କହିଛନ୍ତି ହିନ୍ଦୋଳ କଲେଜର ଅବସରପ୍ରାପ୍ତ ଇଂଲିଶ ଅଧ୍ୟାପକ ବିରଞ୍ଚତ୍ ନାରାୟଣ ତ୍ରିପାଠୀ। ଖଜୁରିଆକଟା ସରସ୍ବତୀ ଶିଶୁ ମନ୍ଦିରରେ ରବିବାର ମା’ ଧରାଶୁଣୀ ସାହିତ୍ୟ, ସଂସ୍କୃତି କଳା ପରିଷଦ ପକ୍ଷରୁ ଆୟୋଜିତ ୭ମ ବାର୍ଷିକ ସାହିତ୍ୟ ଆସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ଜନତା କଲେଜର ଓଡ଼ିଆ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଖଣି ଉପନିର୍ଦ୍ଦେଶକ ଜୟନ୍ତ ପ୍ରଧାନ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଦସ୍ୟ କବି ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ଭାଷାସାହିତ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।
ପରିଷଦର ସଭାପତି ତଥା ପ୍ରାବନ୍ଧିକ ଦଣ୍ଡଧର ପତି ସ୍ବାଗତ ଭାଷଣ ଦେଇଥିବାବେଳେ ଇଂଲିଶ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ହିନ୍ଦୋଳ, ଅନୁଗୋଳ ଅଞ୍ଚଳର ଅନେକ ସାହିତି୍ୟକ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। କବି ଶିବପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର ମୁଖ୍ୟମନ୍ତ୍ରୀ...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା...

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri