ବାରବାର ଆବେଦନ କରି ନିରାଶ: ଭତାରୁ ବଁଚିତ୍‌ ଲକ୍ଷ୍ମୀଧର, ସୁଶୀଲା

କଣ୍ଟାମାଳ, ୯ା୧(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ ମାଣ୍ଡିଆଯୋର ଗଁାର ଲକ୍ଷ୍ମୀଧର ବେହେରା(୫୪) ଆର ବିଧବା ସୁଶୀଲା ଭୋଇ(୪୭) ଭତାରୁ ବଁଚିତ୍‌ ହେଇ ବଡ଼ା ଦୁଖେ ଦିନ୍‌ ବିତଉଛନ୍‌। ଉଭଏ ଅନେକଥର ଭତାର ଲାଗି କାଗଜପତର ଦେଇଛନ୍‌। ହେଲେ ବଛର ବଛର ବିତିଯାଇଥିଲେ ବି ଭତା ପାଏବାରୁ ବଁଚିତ୍‌ ହେଇଥିବାର ଉଭଏ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମାଣ୍ଡିଆଯୋ ଗଁାର ଲକ୍ଷ୍ମୀଧର ବେହେରା। ପରିବାର କହେଲେ ମାଏକିନା, ଦୁଇ ପୁଓ ଆର ଦୁଇ ଝି’କେ ନେଇ ସଁସାର। ଲକ୍ଷ୍ମୀଧର ନିଜର ୨ ଏକର ଜମି ଚାଷ୍‌ବାସ କରବାର ସଂଗେ କୁଲିମଜୁରି କରି କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କେ ଅଢ଼େ ବଛର ତଲେ ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲାରୁ ତାକର ଗୋଡ଼ହାତ୍‌ ଅଚଲ ହେଇଯାଇଛେ। ଚାଲବୁଲ ତ ଦୂରର କଥା ଏହେଦେ ସେ ଏକ୍‌ଲା ସାହାସ କରି ଠିଆ ବି ହେଇ ନାଇଁପାରବାର। ତାକର ଚିକିଛାରେ ପରିବାର ଲୋକ୍‌ ଲାଗ୍‌ବରମସ କରି ବୁର୍ଲାରୁ କଟକ ତକ୍‌ ଯାଇ ସରବ୍‌ସୁଅଁାତ୍‌ ହେଇଛନ୍‌। ଏନ୍‌ତାଥି ତାକର ୨ ଏକର ଜମି ବି ବଁଧକ୍‌ ପଡ଼ିଛେ। ଇଆଡ଼େ ଦେଢ଼ ବଛର ହେଲା ଭିନ୍ନକ୍ଷମ ଭତା ଲାଗି ବାରବାର ଆବେଦନ କରି ପଁଚେତ୍‌ରୁ ବ୍ଲକ ନରଦି ନରଦି ନିହାଲ ହେଇଗଲେନ। ହେଲେ କିଛି ଲାଭ ନାଇଁ। ଏନ୍‌ତାଥି ମାଏକିନା ପରହର ଘରେ କାମ୍‌ବୁତା କରି କୁଟୁମ ପୁଷୁଛନ୍‌। ସେନ୍‌ତା ମାଣ୍ଡିଆଯୋର ଇ ଗଁାର ନିସାହା ବିଧବା ସୁଶୀଳା ଭୋଇ। ୨ ବଛର ତଲେ ଆପ୍‌ନେ ରୋଗ୍‌ରେ ପଡ଼ି ଆରପାରକେ ବାଟ୍‌ କାଟଲା ଉତାରୁ ପରିବାରର ବୋଝ୍‌ ଖଁଦେଇଛନ୍‌। ଘରେ ୧୭ ବଛର୍‌ର ଅବିହାରି ଝି’। ଏନ୍‌ତାଥି ସୁଶୀଲା କୁଲିମଜୁରି କରି, ଆସର ପାସର ଜଂଗଲରୁ ସରଗୀ ପତର ଆନି ଖଲିଦନା ଟିପି ପରିବାର ଚଲଉଛନ୍‌। ସୁଶୀଲା ବି ବାରବାର ବିଧବା ଭତା ପାଏବାର ଲାଗି ଆବେଦନ କରି ଥକିଗଲେନ। ଡିସେମ୍ବର ମାସର ପହେଲା ହପ୍‌ତା ଜିଲାପାଳକଁର କୁଲତାଯୋର ପରିଦରଶନ ବେଲେ ବିଡିଓକୁଁ ଭେଟି ଲକ୍ଷ୍ମଣ ଆର ସୁଶୀଲା ଭତାର ଲାଗି ଗୁହାରି କରିଥିଲେ। ହେଲେ ପରଶାସନ ତରଫୁ ଇ ଦିଗେ ଆଏଜ୍‌ତକ କେହେନ୍‌ସି ପଦକ୍ଷେପ ନାଇଁ ନିଆଯାଇ ବଲି ଉଭଏ କହିଛନ୍‌। ଆଗରୁ କଣ୍ଟାମାଳ ବ୍ଲକରେ ମଲା ଲୁକ୍‌କର ନଁାରେ ମାସମାସ ଧରି ଭତା ଟଁକା ଉଠେଇ ନିର୍ବାହୀ ଅଧ୍‌କାରୀ ଖାଇଦେବାର ଅଭିଯୋଗ ରହିଛେ। ହେଲେ ଇଆଡେ ୨ ଝନ୍‌ ଆସାହା ହକ୍‌ଦାର ହିତାଧିକାରୀ ବାରବାର ଭତାର ଲାଗି ଆବେଦନ କରି ନିରଶ ହେବାରଟା ଥାନୀଅ ବୁଧିଜୀବୀକୁଁ ଆଶିରିଯ୍‌ କରିଛେ। ଇ ଦିଗେ ଜିଲାପାଲ ଖାସ୍‌ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲର ବୁଧିଜୀବୀ ମହଲ ଦାବି କାରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri