ବାତ୍ୟା ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇ ଲାଗି ଆସୁ ପୁନରୁଦ୍ଧାର ପ୍ୟାକେଜ: କ୍ଷୁଦ୍ର ଶିଳ୍ପ ସଂଘ

ଭୁବନେଶ୍ୱର,୯-୬: କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଶିଳ୍ପ ସଂଘ ଓଡ଼ିଶା ଆସେମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌(ଓସ୍‌ମେ)ର ପ୍ରତିନିଧି ଦଳ ଭୁବନେଶ୍ୱର ଭେଟି ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକର ବିଭିନ୍ନ ଦାବି ଶୁଶିବା ପରେ ଏହାର ସମାଧାନ ପନ୍ଥା ବାହାରି କରିବାକୁ ମନ୍ତ୍ରୀ ଷଡଙ୍ଗୀ ପ୍ରତିଶ୍ରୁତି ଦେଇଛନ୍ତି। ଓସ୍‌ମେ ସଭାପତି ଗୌରୀ ଶଙ୍କର ଦାସ ଏବଂ ମହାସଚିବ ସ୍ବାତ୍ତ୍ୱିକ ସ୍ବାଇଁଙ୍କ ସହ ଅନ୍ୟ ସଦସ୍ୟମାନେ ଫନୀ ପରେ ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇଗୁଡିକ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଭିତ୍ତିଭୂମି ସମସ୍ୟା, ମେଶିନାରୀ, ଷ୍ଟକ, ବିଦ୍ୟୁତ ଯୋଗାଣ, ସିକ୍ୟୁରିଟି ଅର୍ଥ, ଲୋକ ଶକ୍ତିର ଅଭାବ, ରାଜସ୍ବ ହାନି ବ୍ୟାଙ୍କ ଏବଂ ବୀମା ଭଳି ପ୍ରସଙ୍ଗ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସେହିଭଳି ଶିଳ୍ପଗୁଡିକ ଲାଗି ପ୍ୟାକେଜ, ହୋଟେଲ ଏବଂ ପର୍ଯ୍ୟଟନ କ୍ଷେତ୍ର ଲାଗି ବ୍ୟବସ୍ଥା, ସ୍ବଳ୍ପ ସୁଧହାରରେ ଋଣ ଯୋଗାଣ, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଏମ୍‌ଏସ୍‌ଏମ୍‌ଇଗୁଡିକର ଋଣ ଛାଡ ଏବଂ ପ୍ରଭାବିତ ଶିଳ୍ପ ସଂସ୍ଥାଗୁଡିକ ଋଣ ପୁନର୍ଗଠନ ଦିଗରେ ସରକାର ବିଚାର କରନ୍ତୁ ବୋଲି ସଂଘ ନିବେଦନ କରିଛି। କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ ଡିଆଇର ନିର୍ଦ୍ଦେଶକ ଡ.ଏସ୍‌.କେ.ସାହୁ, ଏନ୍‌ଏସ୍‌ ଆଇସି ଡିଏମ୍‌ ପି.ସି. ନାୟକ, ଏନ୍‌ଏସ୍‌ଆଇସି ଡିଜିଏମ୍‌ ସଞ୍ଜୟ ରଉତଲେ, ଶିଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଏମ୍‌.କେ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri