ବାଇପାସ୍‌ ଚିନ୍ତା

ଦେବଗଡ଼ ଜିଲା ସଦର ମହକୁମା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହାର ପ୍ରଶସ୍ତୀକରଣ ବିଳମ୍ବିତ ହେବାରେ ଲାଗିଛି। ରାଜପଥରେ ଯାନବାହନ ବୃଦ୍ଧି ସହିତ ସହରର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ମଧ୍ୟ ବଢୁଛି। ଫଳରେ ରାଜପଥ ପ୍ରଶସ୍ତୀକରଣ ବେଳେ ରାଜପଥକୁ ସହର ବାହାର ଦେଇ ଅର୍ଥାତ୍‌ ବାଇପାସ୍‌ ରାଜପଥ ନିର୍ମାଣ ପାଇଁ ଦାବି ହୋଇଥିଲା। ଦେବଗଡ଼ବାସୀ ଏନେଇ ବହୁବାର ଆନ୍ଦୋଳନ, ରାସ୍ତାରୋକୋ କରିଥିଲେ। ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜପଥ କର୍ତ୍ତୃପକ୍ଷ ସହର ବାହାର ଦେଇ ବାଇପାସ ରାଜପଥ ନିର୍ମାଣ କରୁଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଥିବାରୁ ସହରବାସୀଙ୍କ ସମସ୍ୟା ବଢିଚାଲିଛି। ବର୍ତ୍ତମାନ ସହର ଭିତରେ ଯାଇଥିବା ରାଜପଥ ବି ମରାମତି କରାଯାଉନି। ଯାହା ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ରାଜପଥ ମରାମତି ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ ରାସ୍ତା ନିର୍ମାଣକାରୀ ସଂସ୍ଥା ଶୁଣୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଏପରି କି ଉକ୍ତ ସମସ୍ୟା ଦୂର ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହୋଇପାରୁ ନାହିଁ। କେନ୍ଦୁଝରସ୍ଥିତ ଭାରତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ପ୍ରକଳ୍ପ ଅଧିକାରୀ ଓ ଦେବଗଡ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କ ସହ ସମ୍ପୃକ୍ତ ଠିକାସଂସ୍ଥା କର୍ମକର୍ତ୍ତାଙ୍କୁ ସହର ଭିତର ଦେଇ ଯାଇଥିବା ରାଜପଥର ତୁରନ୍ତ ମରାମତି ଏବଂ ରାଜପଥ ଉପରେ ପ୍ରତିଦିନ ପାଣି ଛିଞ୍ଚନ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ସମ୍ପୂର୍ଣ୍ଣ ଅଣଦେଖା କରୁଛି। ରାସ୍ତାରେ ପାଣି ନ ଦେଇ ନିଜର ମନଇଚ୍ଛା ଉକ୍ତ ରାସ୍ତାର ଖାଲଗୁଡ଼ିକରେ କ୍ରଶର୍‌ ଡଷ୍ଟ ପକାଇ ଦେଉଛି। ଫଳରେ ରାସ୍ତାରେ ଧୂଳି ଉଡ଼ୁଛି। କିଛି ଦିନ ପରେ ପୁଣି ଖାଲ ହୋଇଯାଉଛି। ଜାତୀୟ ରାଜପଥର ପୁରୁଣାଗଡ଼ ଛକରୁ ସିମିଳିଆବାହାଳ ସର୍କିଟ ହାଉସ ପର୍ଯ୍ୟନ୍ତ ଦୀର୍ଘଦିନ ହେଲା ଖାଲଖମା ସହ ବିପର୍ଯ୍ୟସ୍ଥ ଅବସ୍ଥାରେ ପଡି ରହିଛି। ବିଭାଗ ତରଫରୁ ଏହାକୁ ସଜଡା ଯାଉନାହିଁ। ବିଭିନ୍ନ ଖାଲରେ ପକାଇଥିବା କ୍ରଶର୍‌ ଡଷ୍ଟ୍‌ ଯୋଗୁ ଲୋକେ ଧୂଳିଧୁସର ଖାଇ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ୪୯ନଂ. ଜାତୀୟ ରାଜପଥର ବାଇପାସ କାମ ସରିଗଲେ ସହର ଭିତରେ ଗାଡ଼ିମୋଟର ଯିବାଆସିବା କମିଯିବ। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କିନ୍ତୁ ବାଇପାସ କାମ ଚାଲିଥିବା ବେଳେ କାମ ଶେଷ ହେବାର ନାଁ ଧରୁନି। ସହରବାସୀଙ୍କ ଲାଗି ବାଇପାସ ରାଜପଥ ଚିନ୍ତା ପାଲଟିଛି। ଫଳରେ ସହର ଭିତରେ ଗାଡ଼ିମୋଟର ଯାଉଥିବାରୁ ଅଧିକାଂଶ ଦିନ ଦୁର୍ଘଟଣା ଘଟୁଛି। ନିକଟରେ ଦୁର୍ଘଟଣାରେ ଜଣେ ବାଳିକାଙ୍କ ମୃତ୍ୟୁ ଘଟିଛି। ଯଦି ବାଇପାସ ବିଳମ୍ବ ହେଉଛି, ତେବେ ସହର ଭିତରେ ଯାଇଥିବା ରାଜପଥ ମରାମତି କରିବା କଥା। କିନ୍ତୁ ରାଜପଥ କର୍ତ୍ତୃପକ୍ଷ କେଉଁଟା ବି କରୁନାହିଁ। ଜିଲା ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
– ଶଶାଙ୍କ ଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri