ବାଇକରେ ଆସିଲେ, ଚାଲି କି ଫେରିଲେ

ଖୋର୍ଦ୍ଧା ଅଫିସ,୫।୪ : କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19 ଉଲଘଂନ କରି ବାଇକରେ ବୁଲୁଥିବା ବାଇକଚାଳକଙ୍କ ଉପରେ କଦା ଆଭିମୁଖ୍ଯ ଗ୍ରହଣ କରିଛି ପ୍ରଶାସନ । ଅତ୍ଯାବଶ୍ଯକ ସାମଗ୍ରୀ କ୍ରୟ ଲାଗି ଚାଲି କି ଆସିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଉଲ୍ଲଂଘନକାରୀଙ୍କ ବାଇକ ଜବତ କରିଛି ପ୍ରଶାସନ। ରବିବାର ନୂଆ ବସଷ୍ଟାଣ୍ଡ ନିକଟ ହାବେଳି ପଡିଆ ପରିବା ହାଟକୁ ବାଇକ ଧରି ଆସିଥିବା ବ୍ଯକ୍ତିଙ୍କ ବାଇକ ଜବତ କରିଛି ପୋଲିସ। ରାସ୍ତା କଡ଼ରେ ଥିବା ଦଶଟି ବାଇକକୁ ଉଠାଇ ନେଇଛି ପୋଲିସ। ଫଳରେ ହାଟକୁ ପରିବା କିଣିବା ଲାଗି ବାଇକରେ ଆସିଥିବା ବ୍ଯକ୍ତି ହଟହଟା ହୋଇଛନ୍ତି। ପୋଲିସକୁ କାକୁତି ମିନତି ହୋଇ ବିଫଳ ହେବା ପରେ କେତେଜଣ ଚାଲି କି ଘରକୁ ଫେରିଥିଲେ। ଏଣିକି ବାଇକ ରେ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲାପାଳ ଶାନ୍ତନୁ ମହାନ୍ତି କହିଛନ୍ତି । ବାରମ୍ବାର ତାଗିଦ୍ ସତ୍ତ୍ବେ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡୁନାହି। ଏଥର ପରିବା ହାଟ, ମାଛ ହାଟ, ଗ୍ରୋସରୀ ଦୋକାନ ଆଗରେ ପାର୍କିଂ ହୋଇଥିବା ବାଇକୁ ଉଠାଇ ନିଆଯିବ। ପୋଲିସ ଓ ପ୍ରଶାସନର ମିଳିତ ଭାବେ ନୂଆ ବସଷ୍ଟାଣ୍ଡ, ଟିଏଲସି ଛକ, ଚଣ୍ଡିଚୁଆ ଛକ ଓ ମୁକୁନ୍ଦ ପ୍ରସାଦ ଛକରେ ବାଇକ ଚେକିଂ କୁ କଡାକଡି କରାଯାଇଛି। ବିନା କାରଣରେ ବୁଲୁଥିବା, ସଠିକ ପ୍ରମାଣ ମିଳିଲେ, ବାଇକ ଜବତ କରାଯିବା ସହ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳ ମହାନ୍ତି କହିଛନ୍ତି। ମିଳିଥିବା ସୂଚନା ପ୍ରକାରେ ଗତ ଦଶ ଦିନ ମଧ୍ୟରେ ପ୍ରାୟ 150 ରୁ ଉର୍ଦ୍ଧ୍ବ ବାଇକ ଜବତ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?