Posted inଜାତୀୟ

ବାଂଲାଦେଶକୁ ହାତେଇବାକୁ ଚାଇନାର ଯୋଜନା

ନୂଆଦିଲ୍ଲୀ,୨୧ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ସବୁଠୁ ଖରାପ ସ୍ଥିତିକୁ ଆସିଯାଇଛି। ଏବେ ଚାଇନା ଭାରତକୁ ଚାରିପଟୁ ଘେରିବା ପାଇଁ ଉଦ୍ୟମ ଚଳାଇଛି। ପାକିସ୍ତାନ ଚାଇନାର ସବୁଦିନିଆ ବନ୍ଧୁ ଓ ଭାରତ ବିରୋଧୀ ହୋଇଥିବାବେଳେ ପଡୋଶୀ ନେପାଳକୁ ମଧ୍ୟ ବେଜିଂ ନିଜ ସପକ୍ଷକୁ ନେବାରେ ସଫଳ ହୋଇଛି। ଏବେ ଭାରତର ଦୃଢ଼ ସହଯୋଗୀ ପଡ଼ୋଶୀ ବାଂଲାଦେଶକୁ ନିଜ ସପକ୍ଷକୁ ନେବା ପାଇଁ ବେଜିଂ ଜୋର୍‌ଦାର ଉଦ୍ୟମ ଚଳାଇଛି। ବାଂଲାଦେଶକୁ ଚାଇନା ଅନେକ ପ୍ରଲୋଭନ ଦେଖାଉଥିବା ଜଣାପଡ଼ିଛି।
ଗଲଓ୍ବାର ଉପତ୍ୟକା ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଚାଇନାର ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ଲାଗି ଭାରତ ପଦକ୍ଷେପ ଆରମ୍ଭ କରିଛି। ଫଳରେ ବେଜିଂ ଏବେ ଢାକା ସହ ବାଣିଜ୍ୟ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ କରୁଛି। ବାଂଲାଦେଶକୁ ଯାଉଥିତ୍ବା ୫,୧୬୧ ସାମଗ୍ରୀ ଉପରେ ଚାଇନା ୯୭% ଶୁଳ୍କ ଛାଡ଼ କରିଛି। ବାଂଲାଦେଶ ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ଶୁଳ୍କ ଛାଡ଼ ପାଇଁ ବେଜିଂକୁ ଅନୁରୋଧ କରିଥିଲା। ଗତ ୧୬ ତାରିଖରେ ବେଜିଂ ଏଥିରେ ସମ୍ମତି ପ୍ରଦାନ କରିଛି। ଜୁଲାଇ ମାସରୁ ଏହା କାର୍ଯ୍ୟକାରୀ ହେବ ବୋଲି ବାଂଲାଦେଶ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ରିହାତି ଫଳରେ ଢାକା ବେଜିଂର ଅଧିକ ନିକଟତର ହୋଇପାରିବ।
ଦୀର୍ଘଦିନ ଧରି ବାଂଲାଦେଶ ସହ ଭାରତର ଉତ୍ତମ ବନ୍ଧୁତା ରହିଆସିଥିଲା, ଯାହା ଚାଇନାକୁ ଦୂରେଇ ରଖିଥିଲା। ତେବେ ଗତବର୍ଷ ଭାରତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ନାଗରିକ ସଂଶୋଧନ ଆଇନ ଆଣିବା ପରେ ଦୁଇଦେଶ ସମ୍ପର୍କକୁ ଧକ୍କା ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri