Posted inବରଗଡ଼

ବସ୍‌ ଭଡ଼ା କରି ଗାଁକୁ ଫେରିଲେ ୩୫ ଶ୍ରମିକ

ବରଗଡ଼ ଅଫିସ୍‌,୧୧।୫-ଲକ୍‌ ଡାଉନ୍‌ କଟକଣା ଯୋଗୁ ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ ବରଗଡ଼ ଜିଲା ପାଇକମାଲ ବ୍ଲକ ଛେତଗାଁର ୩୫ ଶ୍ରମିକ ନିଜ ପିଲାଛୁଆଙ୍କ ସହିତ ଫସି ରହିଥିଲେ। ତେବେ ସ୍ଥାନୀୟ ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ଉଦ୍ୟମକ୍ରମେ ସମ୍ପୃକ୍ତ ଶ୍ରମିକମାନେ ସୋମବାର ନିଜ ଗ୍ରାମକୁ ଏକ ବସ୍‌ ଯୋଗେ ଫେରିଛନ୍ତି। ନିଜ ରୋଜଗାର ଟଙ୍କାରେ ଏକ ବସ୍‌ ଭଡ଼ା କରି ସେମାନେ ଗାଁକୁ ପହଞ୍ଚିଛନ୍ତି। ଫେରିବା ପରେ ସେମାନେ ସାମାଜିକ କର୍ମୀ ସାହୁଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ପ୍ରକାଶଯୋଗ୍ୟ, ଗତ କିଛିମାସ ତଳେ ଏହି ଶ୍ରମିକମାନେ ଅଚ୍ୟୁତପୁରରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ। ଲକ୍‌ ଡାଉନ୍‌ ଯୋଗୁ କାମ ଧନ୍ଦା ବନ୍ଦ ହୋଇ ଯାଇଥିଲା। ଫଳରେ ସେମାନେ ଇଟାଭାଟି ନିକଟ ଏକ ଅସୁରକ୍ଷିତ ସ୍ଥାନରେ ରହିଥିଲେ। ଏହି ଖବର ପାଇବା ପରେ ସାମାଜିକ କର୍ମୀ ସାହୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ, ପୁରୀ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଏହାପରେ ଶ୍ରମିକମାନଙ୍କୁ ନିକଟସ୍ଥ ପଞ୍ଚାୟତ ଅଫିସକୁ ଅଣାଯାଇ ସେଠାରେ ଆଶ୍ରୟ ଦେବା ସହିତ ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା କରାଯାଇଥିଲା। ମାତ୍ର ଶ୍ରମିକମାନେ ଘରକୁ ଫେରିବାକୁ ଚାହୁଁଥିଲେ। ଏ ନେଇ ପୁଣି ଥରେ ସେମାନେ ସାମାଜିକ କର୍ମୀ ସାହୁଙ୍କୁ ଯୋଗାଯୋଗ କରିଥିଲେ। ସାମାଜିକ କର୍ମୀ ଏସମ୍ପର୍କରେ ଆଇଜି ଅମିତାଭ ଠାକୁରଙ୍କ ଦୃଷ୍ଟି ଆକର୍ଷଣ ପରେ ଆଇଜି ଠାକୁର ଗାଡ଼ିପାସ୍‌ ବ୍ୟବସ୍ଥା କରିଥିଲେ। ପରେ ଶ୍ରମିକମାନେ ଏକ ବସ୍‌କୁ ୩୨ ହଜାର ଟଙ୍କାରେ ଭଡ଼ା କରି ନିଜ ଗ୍ରାମକୁ ଫେରିଥିଲେ। ତେବେ ଗାଡ଼ି ଭଡ଼ାରେ ସବୁ ରୋଜଗାର ଟଙ୍କା ସରିଯାଇ ଥିବା ଯୋଗୁ ସମ୍ପୃକ୍ତ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri