ବସୁଛି ବୈଠକ, ହେଉନି ସମାଧାନ: ହଳଦିଆପଦର ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପ୍ରସଙ୍ଗ ବିଧାୟକ, ଏମ୍‌ପି – ବସ୍‌ମାଲିକ ସଂଘ ଆଲୋଚନା

ବ୍ରହ୍ମପୁର ଅଫିସ,୧୫ା୮-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ନିର୍ମିତ ନୂତନ ବସ୍‌ ଟର୍ମିନାଲ ଉଦ୍‌ଘାଟନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଛି ା ତଥାପି ଟର୍ମିନାଲରୁ ବସ୍‌ ଚଳାଚଳ ତଥା କାର୍ଯ୍ୟକ୍ଷମ କରିବାରେ ପ୍ରଶାସନ ବିଫଳ ହୋଇଛି ା ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରୁନାହିଁ ା ଏନେଇ ବିଡିଏ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ବସ୍‌ମାଲିକ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଜୁଲାଇ ୧୬ରେ ଆଲୋଚନା ହୋଇଥିବା ବେଳେ ବୁଧବାର ପୁଣି ଏକ ଆଲୋଚନା ବୈଠକ ସର୍କିଟ ହାଉସ୍‌ରେ ଅନୁଷ୍ଠିତ ହୋଇଥିଲା ା ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଘରୋଇ ବସ ମାଲିକ ସଂଘ ସହ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପୂର୍ବ ବୈଠକରେ ପ୍ରଥମେ ସରକାରୀ ବସ୍‌ ତଥା ଓଏସ୍‌ଆରଟିସି ଓ ଇଣ୍ଟର ଷ୍ଟେଟ ବସ୍‌ଗୁଡିକୁ ଟର୍ମିନାଲରୁ ଚଳାଚଳ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ା କିନ୍ତୁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବା ସଂଘ କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ ା ବସ୍‌ମାଲିକଙ୍କ ସହ ଆଲୋଚନା ବିନା ହଳଦିଆପଦରରେ ଟର୍ମିନାଲ ନିର୍ମାଣ ସହ ଉଦ୍‌ଘାଟନ କରାଯାଇଛି ା ଏହା ବ୍ୟତୀତ ନୂତନ ଟର୍ମିନାଲକୁ ବସ୍‌ଯାତାୟାତ କରିବାକୁ ମୌଳିକ ସୁବିଧା ନ ଥିବା ସଂଘ କର୍ମକର୍ତ୍ତାମାନେ ବିଧାୟକ, ଏମ୍‌ପିଙ୍କୁ ଅବଗତ କରାଇଥିଲେ ା ସଂଘ ପକ୍ଷରୁ ବହୁବାର ଟର୍ମିନାଲକୁ ବସ୍‌ ଚଳାଚଳ ନିମିତ୍ତ ଫ୍ଲାଏ ଓଭର ତଥା ଅଣ୍ଡରପାସ୍‌ କରିବାକୁ ଦାବି କରାଯାଇଥିଲେ ମଧ୍ୟ ଏଯାଏ ନିର୍ମାଣ ହୋଇ ନାହିଁ। ଯାତାୟାତ ନିମିତ୍ତ ରାସ୍ତା ସୁବିଧା ନ ହେବା ପର୍ଯ୍ୟନ୍ତ ଘରୋଇ ବସ୍‌ ନୂତନ ଟର୍ମିନାଲକୁ ଯାତାୟାତ କରିବା ଅସମ୍ଭବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ା ହଳଦିଆପଦର ନୂତନ ସିଟି ବସ୍‌ଷ୍ଟାଣ୍ଡକୁ ସହର ମଧ୍ୟଦେଇ ଆଞ୍ଚଳିକ ବସ୍‌ଗୁଡିକୁ ଯାତାୟାତ କରିବାକୁ ଲାଗୁଥିବା ଅଧିକ ସମୟ ଏବଂ ସେହି ସମୟରେ ସୃଷ୍ଟି ହେବାକୁ ଥିବା ଟ୍ରାଫିକ ସମସ୍ୟା ସମାଧାନ ନେଇ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେମାନେ କହିଥିଲେ ା ଏଥିସହ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଥିବା ସିଟି ବସ୍‌ଷ୍ଟାଣ୍ଡରେ ମଧ୍ୟ ଥିବା ବିିଭିନ୍ନ ସମସ୍ୟା ଉପରେ ବସ୍‌ ମାଲିକମାନେ କହିଥିଲେ ା ବର୍ତ୍ତମାନର ସିଟି ବସ୍‌ଷ୍ଟାଣ୍ଡ ଦୀର୍ଘ ୬ ମାସ ଧରି ଅନ୍ଧକାର ମଧ୍ୟରେ ରହିଛି ା ଏଥିସହ ଷ୍ଟାଣ୍ଡରେ ଯାତ୍ରୀଙ୍କ ଆନୁଷଙ୍ଗିକ ସୁବିଧା ନ ଥିବା ସେମାନେ ସୂଚାଇଥିଲେ ା କେବଳ ଆଲୋଚନା ନ କରି ଏହାର ସମାଧାନର ରାସ୍ତା ବାହାର କରିବାକୁ ମାଲିକମାନେ ଯୁକ୍ତି ବାଡିଥିଲେ ା ବୈଠକରେ ବିଜେଡି ଜିଲା ଉପସଭାପତି ସଞ୍ଜିତ କୁମାର ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲା ବସ୍‌ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri