ବଲିଉଡ୍‌ ସେଲିବ୍ରିଟିଙ୍କ ଘରେ ଦୀପାବଳି ସେଲିବ୍ରେଶନ

ମୁମ୍ବାଇ: ଦେଶର ପ୍ରମୁଖ ପର୍ବ ମଧ୍ୟରେ ଆଲୋକର ପର୍ବ ଦୀପାବଳି ଅନ୍ୟତମ। ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟକୁ ଦୀପାବଳି ଭାବେ ପାଳନ କରାଯାଏ। ଏଥିପାଇଁ ଗଁ।ରୁ ସହର ସବୁ ଉତ୍ସବମୁଖର ହୋଇଉଠେ। ଘରେ ଘରେ ଏବେଠାରୁ ସେଲିବ୍ରେଶନ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ପ୍ରତି ବର୍ଷ ବଲିଉଡ୍‌ରେ ବହୁ ଆଡମ୍ବରରେ ଦୀପାବଳି ପାଳନ କରାଯାଇଥାଏ। ତେଣୁ ଚଳିତ ଥର ମଧ୍ୟ କିଛି ଏଭଳି ଦେଖିବାକୁ ମିଳିବ। ଦୀପାବଳି ଅବସରରେ ବଲିଉଡ୍‌ ସେଲିବ୍ରିଟି ଅମିତାଭ ବଚ୍ଚନ, ଅନିଲ କପୁର, ସଲମାନ ଖାନ୍‌ ଓ ଶିଳ୍ପା ସେଟ୍ଟୀଙ୍କ ଘରେ ବହୁ ଆଡମ୍ବରରେ ଏହି ଉତ୍ସବ ପାଳନ କରାଯିବ।
ଅମିତାଭ ବଚ୍ଚନ: ହୋଲି ହେଉ କି ଦୀପାବଳି ବିଗ୍‌ ବିଙ୍କ ଘରେ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ। କିଛିଦିନ ତଳେ ଅମିତାଭ ରେଗୁଲାର ଚେକ୍‌ଅପ୍‌ ପରେ ହସ୍ପିଟାଲରୁ ଫେରିଛନ୍ତି। ହେଲେ ଚଳିତ ଥର ଗ୍ରାଣ୍ଡଓ୍ବେରେ ସେ ଦୀପାବଳି ସେଲିବ୍ରେଶନ କରିବେ ବୋଲି ଶୁଣିବାକୁ ମିଳିଛି। ସେ ତାଙ୍କ ଘରେ ଏକ ବଡ଼ ପାର୍ଟିର ଆୟୋଜନ କରୁଥିବା ବେଳେ ଏଥିରେ ବଡ଼ ବଡ଼ ଷ୍ଟାର ସାମିଲ ହେବେ।
ସଲମାନ ଖାନ୍‌: ବଲିଉଡ୍‌ର ଦବଙ୍ଗ ଖାନ୍‌ ଇଦ୍‌ରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ସମସ୍ତ ପର୍ବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି। ତେବେ ଚଳିତ ଥର ତାଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଘରେ ଦୀପାବଳି ସେଲିବ୍ରେସନ ରଖାଯାଇଛି। ଏହି ଅବସରରେ ସଲମାନଙ୍କ ସହ ବଲିଉଡ୍‌ର କେତେକ ସେଲିବ୍ରିଟି ମଧ୍ୟ ସାମିଲ ହେବେ।
ଅନିଲ କପୁର: ବଲିଉଡ୍‌ ସୁପରଷ୍ଟାର ଅନିଲ କପୁର ଓ ପରିବାର ତାଙ୍କ ଘରେ ବଡ଼ ସେଲିବ୍ରେଶନର ଆୟୋଜନ କରିଛନ୍ତି। ଏହି ଅବସରରେ ସଞ୍ଜୟ କପୁର ଓ ବୋନି କପୁରଙ୍କ ପରିବାର ସହ ଅନ୍ୟ ସେଲିବ୍ରିଟି ମଧ୍ୟ ଯୋଗ ଦେବେ।
ଶିଳ୍ପା ସେଟ୍ଟୀ: ବଲିଉଡ୍‌ରେ ଫିଟନେସ୍‌ ପାଇଁ ଜଣାଶୁଣା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଚଳିତ ଥର ତାଙ୍କ ଘରେ ଗ୍ରାଣ୍ଡଓ୍ବେରେ ଦୀପାବଳି ମନାଇବେ। ପ୍ରଥମେ ଲକ୍ଷ୍ମୀପୂଜା ପରେ ଘରେ ପାର୍ଟିର ଆୟୋଜନ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri