Posted inଖେଳ

ବର୍ଷର ଶେଷ ମ୍ୟାଚ ପାଇଁ ପ୍ରସ୍ତୁତି

କଟକ ଅଫିସ,୨୨ା୧୨-  ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ରବିବାର ‘୨୦୧୯’ର ଶେଷ ମ୍ୟାଚ୍‌ ଖେଳିବ। ଚଳିତବର୍ଷ ଭାରତୀୟ କ୍ରିକେଟ ନିମନ୍ତେ ଏହା ‘ସୁପର-ସଣ୍ଡେ’ ବୋଲି କୁହାଯାଉଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ଶନିବାର ଉଭୟ ଦଳ ଅଭ୍ୟାସକୁ ଓହ୍ଲାଇଥିଲେ। ପୂର୍ବାହ୍ନରେ ବିରାଟ ବାହିନୀ ଓ ଅପରାହ୍ନରେ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଇଣ୍ଡିଜର ଖେଳାଳି ଅଭ୍ୟାସ ଶେଷ କରି ଫେରିଛନ୍ତି। ତେବେ ଏଠାରେ ଉକ୍ତ ଦ୍ୱିପାକ୍ଷିକ ସିରିଜ୍‌ର ନିର୍ଣ୍ଣାୟକ ଫଳାଫଳ ଜଣାପଡ଼ିବ, ଯାହା ଓଡ଼ିଶାର ଏହି ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମର ଇତିହାସରେ ଲିପିବନ୍ଧ ହେବାକୁ ଅପେକ୍ଷା କରିଛି…
୩୭ବର୍ଷ ପରେ କଟକରେ ନିର୍ଣ୍ଣାୟକ
୧୯୮୨ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ସେହି ବର୍ଷ ଜାନୁୟାରୀ ମାସରେ ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍‌ର ୩ୟ ମ୍ୟାଚ୍‌ ଭାରତ ଏଠାରେ ଖେଳିଥିଲା। ପୂର୍ବ ୨ ମ୍ୟାଚରେ ସ୍ଥିତି ୧-୧ରେ ରହିଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇ ଟ୍ରଫି ହାସଲ କରିଥିଲା। ଦୀର୍ଘ ୩୭ବର୍ଷର ବ୍ୟବଧାନ ପରେ ପୁଣି ଥରେ ଏଠାରେ ଏଭଳି ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଗୋଟିଏ ଲେଖାଏ ମ୍ୟାଚ ଜିତି ଭାରତ ଓ ଇଣ୍ଡିଜ ଦଳ ସମାନ ସ୍ଥିତିରେ ଅଛନ୍ତି। ରବିବାରର ମ୍ୟାଚ୍‌ ଯିଏ ଜିତିବ ସେ ଟ୍ରଫିର ହକ୍‌ଦାର ହେବ।
ରୋହିତଙ୍କ ଫ୍ୟାନ୍‌ ନିରାଶ
ରୋହିତ ଶର୍ମାଙ୍କ ଫ୍ୟାନ୍‌ ଶନିବାର ନିରାଶ ହୋଇଛନ୍ତି। ଗ୍ୟାଲେରି ନଂ-୬ ଓ କ୍ଲବ ହାଉସରେ କ୍ରିକେଟପ୍ରେମୀ ଭାରତୀୟ ଦଳର ଅଭ୍ୟାସ ଦେଖିବାକୁ ଭିଡ଼ ଜମାଇଥିଲେ। ଏଥିରେ ଶହଶହ ରୋହିତଙ୍କ ପ୍ରଶଂସକ ଉପସ୍ଥିତ ଥିଲେ। ଏପରିକି ରୋହିତ ଶର୍ମାଙ୍କ ଜର୍ସିର ନକଲ ପିନ୍ଧି ଗ୍ୟାଲେରିକୁ ଆସିଥିଲେ। ହେଲେ ଭାରତୀୟ ଦଳର ଅଭ୍ୟାସରେ ରୋହିତ ଆସି ନ ଥିବା ଦେଖିବାକୁ ମିଳିଥିଲା। ରୋହିତଙ୍କ ସମେତ ଲୋକେଶ ରାହୁଲ, ରିଷଭ ପନ୍ତ, ମହମ୍ମଦ ସାମି ଓ ୟୁଜଭେନ୍ଦ୍ର ଚହଲ ମଧ୍ୟ ଅଭ୍ୟାସରେ ଅନୁପସ୍ଥିତ ଥିଲେ।
ବିରାଟଙ୍କ କ୍ରେଜ୍‌ ଅଧିକ
ଅଭ୍ୟାସକୁ ସବୁଠାରୁ ବିଳମ୍ବରେ ଆସିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ଗ୍ରାଉଣ୍ଡକୁ ପ୍ରବେଶ କରିବା ମାତ୍ରେ ଦର୍ଶକଙ୍କ ବିରାଟ..ବିରାଟ ଡାକରେ ଷ୍ଟାଡିୟମ ପ୍ରକମ୍ପିତ ହୋଇଥିଲା। ବିରାଟ ପ୍ରଥମେ ପ୍ୟାଭିଲିୟନ ନିକଟରେ ଅଭ୍ୟାସ କରିଥିଲେ। ପରେ ଗ୍ୟାଲେରି ନଂ-୩ ନିକଟ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ବିରାଟ ଷ୍ଟାଡିୟମର ଯେଉଁ ଦିଗକୁ ଗଲେ ବି କ୍ରିକେଟପ୍ରେମୀଙ୍କ ମୁହଁରେ କେବଳଙ୍କ ତାଙ୍କରି ନାଁ ଥିଲା।
ପୋଲାର୍ଡଙ୍କ ପାଇଁ ବିଶେଷ ବ୍ୟବସ୍ଥା
ୱେଷ୍ଟଇଣ୍ଡିଜ ଦଳ ଅଭ୍ୟାସକୁ ଆସିବା ପରେ ଉପସ୍ଥିତ କ୍ରିକେଟପ୍ରେମୀ କେବଳ ପୋଲାର୍ଡଙ୍କ ନାମ ଚିତ୍କାର କରିଥିଲେ। ପୋଲାର୍ଡ ପିଚ୍‌ ଅନୁଧ୍ୟାନ କରିବା ପରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ତେବେ ପୋଲାର୍ଡଙ୍କୁ ପାଖରେ ପାଇ ବାଉଣ୍ଡରୀ ନିକଟରେ ଥିବା ଦର୍ଶକ ତାଙ୍କ ସହ ସେଲ୍‌ଫି ଉଠାଇବାକୁ ଭିଡ଼ ଜମାଇଥିଲେ। ପୋଲିସ ବାଧ୍ୟ ହୋଇ ପ୍ୟାଭିଲିୟନ ସମ୍ମୁଖ ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ବ୍ୟାରିକେଡ ବ୍ୟବସ୍ଥା କରିଥିଲା।
କୋହଲିଙ୍କ ବିଗ୍‌ଫ୍ୟାନ ପିଣ୍ଟୁ
ପେଟରେ ସଚିନ ତେନ୍ଦୁଲକର ଓ ଛାତିରେ ବିରାଟ କୋହଲିଙ୍କ ଟାଟୁ। ଦେହ ସାରା କୋହଲିଙ୍କୁ ଭଲପାଇବାର ଚିହ୍ନ। ଭାରତୀୟ ଦଳର ଅଭ୍ୟାସ ସମୟରେ ବାଉଣ୍ଡରୀ ନିକଟରେ ଉପସ୍ଥିତ ଥିବା କୋହଲିଙ୍କ ଏହି ବିଗ୍‌ ଫ୍ୟାନ୍‌ ଜଣଙ୍କ ହେଲେ ପିଣ୍ଟୁ ବେହେରା। ପିଣ୍ଟୁ ଶନିବାର ସମସ୍ତଙ୍କ ନଜର ପରିସରକୁ ଆସିଥିଲେ। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ନଜର ମଧ୍ୟ ପିଣ୍ଟୁଙ୍କ ଉପରେ ପଡ଼ିଥିଲା। ତେବେ ପୂର୍ବରୁ ପିଣ୍ଟୁ କୋହଲିଙ୍କୁ ଭେଟିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?