ବର୍ଷ ଆରମ୍ଭରୁ ଦୁର୍ଘଟଣା: ୨ ଦିନରେ ୬ ମୃତ

ରାୟଗଡ଼ା ଅଫିସ/ଜୟପୁର/ପାଣ୍ଡ୍ରିପାଣି/ସୁନାବେଡ଼ା, ୨ା୧(ନି.ପ୍ର./ଡି.ଏନ୍‌.ଏ.): ନୂଆବର୍ଷ ଆରମ୍ଭରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ଟି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଜଣ ଗୁରୁତର ଓ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜୟପୁର ସଦର ଥାନା ବାଲିଆଠାରେ ବୁଧବାର ବିଳମ୍ବିତ ରାତିରେ ଅଟୋ ଓ ବାଇକ ମୁହାଁମୁହିଁ ହୋଇଥିଲା। ଦୁର୍ଘଟଣାରେ ବାଇକ୍‌ରେ ଥିବା ବୈପାରିଗୁଡ଼ା ଥାନା ଗୌଡ଼ଗୁଡ଼ା ଗ୍ରାମର ପବିତ୍ର ପୂଜାରୀ (୨୩) ଓ ବରୁଣ ନାୟକ (୨୨)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ କୁମ ମାଝି ଗୁରୁତର ରହିଛନ୍ତି। ସେହିପରି ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ଗ୍ରାମ ନିକଟରେ ଗୁରୁବାର ଟ୍ରାକ୍ଟର ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ କାଣ୍ଡୁ କଣ୍ଡାଗରି (୨୫)ଙ୍କ ମୃତ୍ୟୁ ଘଟିଛି। ସମା ଉଲ୍ଲାକା ଆହତ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ା ଏନେଇ ଚାନ୍ଦିଲି ଥାନାରେ ଏକ ମାମଲା (୧/୨୦) ରୁଜୁ ହୋଇଛି। ଅନ୍ୟ ଏକ ଘଟଣାରେ ୩୨୬ ନମ୍ବର ଜାତୀୟ ରାଜପଥର ଗୁମ୍ମା ଘାଟିରେ ଗୁରୁବାର ଏକ ଆଲୁମିନିୟମ ପାଉଡ଼ର ବୋଝେଇ ଟ୍ୟାଙ୍କର ଓଲଟିପଡ଼ିଛି। ଏଥିରେ ଡ୍ରାଇଭର ରାଘବେନ୍ଦ୍ର ସିଂ (୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ପୁଷ୍ପେନ୍ଦ୍ର ସିଂ ଗୁରୁତର ହୋଇଛନ୍ତି। ଟିକିରିସ୍ଥିତ ଉତ୍କଳ ଆଲୁମିନାରୁ ଆଲୁମିନିୟମ ପାଉଡ଼ର ବୋଝେଇ ଧରି ମଧ୍ୟପ୍ରଦେଶ ଯାଉଥିବା ଟ୍ୟାଙ୍କରଟି ଗୁମ୍ମା ଘାଟି ଚଢୁଥିବା ବେଳେ ଭାରସାମ୍ୟ ୨୦ ଫୁଟ ତଳକୁ ଖସିପଡ଼ିଥିଲା। କୋରାପୁଟରୁ ଫୁଲବାଣୀ ଆସୁଥିବା ଏକ ବୋଲେରୋ ବୁଧବାର ବିଳମ୍ବିତ ରାତିରେ କୁମ୍ଭିକୋଟା ନିକଟସ୍ଥ ପୋଲରୁ ଖସିପଡ଼ିଥିଲା। ଏଥିରେ ୨ ଜଣ ଗୁରୁତର ଓ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଆହତମାନଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେହିପରି ନୂଆବର୍ଷ ପାଳିବା ପାଇଁ ମାଲକାନଗିରି ଜିଲା ପାଣ୍ଡ୍ରିପାଣିର ସୁନ୍ଦର ରାୟ ସେଡ଼ାଙ୍କ ସାନପୁଅ ପଙ୍କଜ (୨୫) ବୁଧବାର ବାଇକ୍‌ (ଓଡି-୩୦ବି-୦୩୫୧) ନେଇ ସେମିଳିଗୁଡ଼ାସ୍ଥିତ ମାମୁଘରକୁ ଯାଉଥିଲେ। ନନ୍ଦପୁର ନିକଟରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ସହ ପଙ୍କଜ ଗଛରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?