ବରଯାତ୍ରୀରେ ବୁଢ଼ୀ ମାଉସୀଙ୍କଠୁ ମାଡ଼ ଖାଇଥିଲି

ଓଡ଼ିଆ ଟେଲିଭିଜନ ଦୁନିଆରେ ସୁଜିତ ପାଇକରାୟ ନାୟକ କମ୍‌, ଖଳନାୟକ ଭୂମିକାରେ ବେଶି ଦେଖିବାକୁ ମିଳନ୍ତି। ଭୁବନେଶ୍ୱରରେ ଜନ୍ମିତ ଏହି ଅଭିନେତା ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ମହଲରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ। ସୁମିତ୍ରା ଓ ସୂର୍ଯ୍ୟକାନ୍ତ ପାଇକରାୟଙ୍କ ପୁଅ ସୁଜିତଙ୍କ ଅନୁଭୂତିରୁ କିଛି..

ପରଦାରେ ଖଳନାୟକ ଭାବେ ମୋତେ ଅନେକ ଲୋକ ଦେଖିଛନ୍ତି। କିଛି ବର୍ଷ ତଳର ଘଟଣା। ନେଇ ଯାରେ ମେଘ ମୋତେ ସିରିଏଲରେ ମୁଁ ମହ୍ଲାର ପଟ୍ଟନାୟକ ଭୂମିକାରେ ଅଭିନୟ କରୁଥିଲି। ସିରିଏଲ ଟେଲିକାଷ୍ଟ ହେବା ସମୟର ଘଟଣା। ମୁଁ ଏକ ବରଯାତ୍ରୀରେ ଯାଇଥାଏ। ବର ଗାଡ଼ି କନ୍ୟାଘର ପାଖେ ପହଞ୍ଚିଲା। ବର ଗାଡ଼ିରୁ ଓହ୍ଲାଇ ଭିତରକୁ ଯାଇ ସାରିଥାଏ। ସେଠାରେ ଉପସ୍ଥିତ ସମସ୍ତ ଲୋକ ମୋତେ ବଲବଲ କରି ଅନାଉଥାନ୍ତି। ମୁଁ ଭାବୁଥାଏ ବୋଧହୁଏ ମୋତେ ସିରିଏଲରୁ ଚିହ୍ନି ଏମିତି ପ୍ରତିକ୍ରିୟା ଦେଉଛନ୍ତି। ହଠାତ୍‌ ଭିଡ଼ ଭିତରୁ ଜଣେ ବୁଢ଼ୀ ଲୋକ ପାଖକୁ ଆସିଲେ ଆଉ ମୋ କାନ ମୋଡ଼ି ଗୋଟେ ଥାପଡ ଲଗାଇଲେ। ‘ତୁ ସେ ସନ୍ଧ୍ୟା(ସିରିଏଲରେ ହିରୋଇନର ନାଁ)କୁ କାହିଁକି ହଇରାଣ କରୁଛୁ। ସେ ପ୍ରତ୍ୟୁଷ(ସିରିଏଲରେ ହିରୋର ନାଁ) ପାଖରେ ରହୁ। ତୋର କ’ଣ ଅସୁବିଧା ହଉଛି’। ବୁଢ଼ୀ ମାଉସୀ ଜଣକ ଏପରି କଥା ମୋତେ କହି ଚାଲିଗଲେ। ଅନ୍ୟକିଛି ଲୋକ ଆସି ମୋତେ ବୁଝାଶୁଝା କରୁଥାନ୍ତି। ହେଲେ ମୋ ଭିତରୁ ଗୋଟେ ଅନ୍ୟପ୍ରକାର ଖୁସି ଅନୁଭବ ହେଉଥାଏ। ଏତେ ଲୋକଙ୍କ ସାମ୍ନାରେ ମାଡ଼ ଖାଇଲି, ତାହା ଖରାପ ଲାଗୁ ନ ଥାଏ। ଯାହାହେଉ ମୋ ଅଭିନୟକୁ ଲୋକେ ପସନ୍ଦ କରୁଛନ୍ତି, ଏପରି ମିଠା ଅନୁଭବ ହେଉଥାଏ।
ଆଉ ଏକ ଅନୁଭୂତି ସମ୍ପର୍କରେ ସୁଜିତ କୁହନ୍ତି, ନିର୍ବାଚନ କ୍ୟାମ୍ପେନିଂରେ ବାଲେଶ୍ୱର ଯାଇଥାଏ। ସେଠାରେ ଭିଡ଼ ଏତେ ଥିଲା ଯେ, ମୋତେ କିଛି ସମୟ ପର୍ଯ୍ୟନ୍ତ ଆଦୌ ଭଲ ଲାଗିଲାନି। ଗାଡ଼ି ଗଡ଼ିବାର ପ୍ରଶ୍ନ ଉଠୁ ନ ଥାଏ। ମୁଁ ଚୁପ କରି ଏକ ଖୋଲା ଜିପ୍‌ରେ ବସିଥାଏ। କିଛି କଲେଜ ପଢ଼ୁଆ ପିଲା ମୋ ପାଖକୁ ଆସିଲେ। ହେଲେ ମୁଁ ଖରାପ ଭାବିବି ବୋଲି ଭାବି ମୋଠାରୁ ଅଳ୍ପ ଦୂରରେ ଛିଡ଼ା ହେଲେ। ମୋ ସହ କଥା ହେବାକୁ ନିଜନିଜ ଭିତରେ ଠେଲାପେଲା ହେଉଥାନ୍ତି। ଖଳନାୟକ ଭୂମିକାରେ ଦେଖିଦେଖି ସେମାନଙ୍କ ମନରେ ବି ଏପରି ଭାବନା ଥାଏ। କିଛି ସମୟ ପରେ ସେମାନଙ୍କୁ ପାଖକୁ ଡାକିଥିଲି ଆଉ ସେଲ୍‌ଫି ମଧ୍ୟ ଉଠାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

ଭାଙ୍ଗିଲା ରିଙ୍ଗ ରୋଡ଼ : ୨୦ ଫୁଟ୍‌ ଘାଇ କରି ପଶିଲା ପାଣି, ୫୦ରୁ ଅଧିକ ପରିବାର ସ୍ଥାନାନ୍ତର

ବଞ୍ଚୋ,୨୯।୭ (ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ ସାହୁ ): ଲଗାଣ ବର୍ଷା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପରେ ଆଜି ଭୋର ପ୍ରାୟ ୪ଟାରୁ ଆନନ୍ଦପୁର ସହରରେ ବନ୍ୟା…

କାଳୀ ମନ୍ଦିରରୁ ଚୋରି ଘଟଣା: ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମନ୍ଦିର ପରିଚାଳନା କମିଟି ସଦସ୍ୟ, କହିଲେ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ ) : ଚଳିତ ବର୍ଷ ଜୁଲାଇ ୪ ତାରିଖ ମଧ୍ୟ ରାତ୍ରରେ ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri