ବରଗୋଛା-ଦପଲା ରାସ୍‌ତା: ନୂତନ ରାସ୍‌ତା ଲାଗି ଅଂଚଲବାସୀକର ଦାବି

ମନମୁଣ୍ଡା, ୧୬।୧୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଧୀନ ବରଗୋଛା-ଦପଲା ୨୦ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଦେଖ୍‌ରେଖ, ମରାମତି ଅଭାବୁ ପିଚୁ ଉଠି ମେଟାଲ ଯାକ ଯାହିଁତାହିଁ ପଡ଼ିଛେ। ସେନ୍‌ତା ରାସ୍‌ତାର ଅନେକ ଜାଗାରେ ବଡ଼ ବଡ଼ ଖାଲ ହେଇଛେ। ଏନ୍‌ତାଥି ଚାରଚକିଆ ଗାଡ଼ି, ମୋଟରସାଇକେଲ ୨୦ କି.ମିରୁ ଅଧ୍‌କା ବେଗ୍‌ରେ ଯାଇ ନାଇଁପାରବାର। ସେନ୍‌ତା ସାଇକେଲିଆ ଆର ଚାଲତି ଲୋକ୍‌ ଇ ରାସ୍‌ତାରେ ଯିବାର ଆଗ୍‌ରୁ ୭ ଥର ଭାବୁଛନ୍‌। ରାସ୍‌ତାର ବେହାଲ ଅବସ୍‌ତା ଲାଗି ଅନେକ ସମିଆରେ ଛୋଟ ବଡ଼ ଦୁରଘଟନା ଘଟୁଛେ। ଲୋକ୍‌ ଖଁଡିଆ ଡଁଡିଆ ହେଇ ଡାକ୍‌ତରଖାନା ଯିବାର ନଜିର ବି ରହିଛେ। ଇ ରାସ୍‌ତାଟା ନୂତନ ଭାବେ ତିଆରି କରବାକେ ଅଂଚଲବାସୀ ଅନେକ ଦିନୁ ଦାବି କରିଆସୁଥିଲେ ବି କେହି ନାଇଁ ଶୁନୁଥିବାର ଅଭିଯୋଗ ହେଉଛେ। ସେନ୍‌ତା ଇ ରାସ୍‌ତା ଉପରେ ଅଂଚଲର ବରଗୋଛା, ଶିଗାଡ଼ି, ଦେହେରୀସାହି, ମନୋହରପୁର, ବାଞ୍ଜିମୁଣ୍ଡା, ଗୋପାଳପୁର, ପାଲଝିର, ସେମିଲିକଟା, ତିଲକମାଲ, ବଡ଼ଦେହେରିପାଲି, ସାନଦେହେରିପାଲି, ଶୁଣ୍ଢିପଦର ଆଦି ଗଁାର ପାଖାପାଖି ୭୦ ହଜାର ଲୋକ ନିରଭର କରୁଛନ୍‌। ଗଁାବାସୀମାନେ ଫିଦିନ ଇ ରାସ୍‌ତା ଦେଇ କଣ୍ଟାମାଳ ବ୍ଲକ, କୋର୍ଟ, ତହସିଲ ଆଦି ଅଫିସ କାଯ୍‌ରେ ଯାଆସ କରୁଛନ୍‌। ହେଲେ ରାସ୍‌ତାର ବେହେଲା ଅବସ୍‌ତା ଲାଗି ଫିଦିନ ବସ୍‌ ବି ଯିବାର ଆଏବାର ନାଇଁ କରବାର। ଯେନ୍‌ଥିରଲାଗି ଅଂଚଲବାସୀ ବହୁତ୍‌ ହଇରାନ ହରକତ ହେଉଛନ୍‌। ଏନ୍‌ତାଥି ଅଂଚଲବାସୀକୁ ୨୫ରୁ ୩୦ କି.ମି. ଦୂରିଆ ମନମୁଣ୍ଡାକେ ଆସି କଣ୍ଟାମାଳ ଯିବାକେ ପଡ଼ୁଛେ। ଲୋକ୍‌ ବ୍ଲକରୁ ଅଫିସ କାମ୍‌ବୁତା ସାରି ଫିରଲାବେଲେ ବେଲବୁଡ଼ୁଛେ। ଗାଡ଼ି ମଟର ଅଭାବୁ ଅନେକ ଗରିବ୍‌ ଦୁଖି ଘରକେ ଫିରି ନାଇଁପାରି କରି ମନମୁଣ୍ଡାରେ ରାଏତ୍‌ ବିତଉଛନ୍‌। ସେନ୍‌ତା ବରଗୋଛା-ଦପଲା ରାସ୍‌ତାରେ ଥିବାର କେତେ ପୁଲିଆ ବରଷା ପାଏନ୍‌ ଲାଗି ଖରାପ ହେଇଯାଇଛେ। ଇ ରାସ୍‌ତାକେ ନୂତନ ଭାବେ ତିଆରି କରବାକେ ବରଗୋଛାର ତନ୍ମୟ ସାହୁ, କଣ୍ଠେଶ୍ୱର ପ୍ରଧାନ, ବିଜୁ ଜିଲା କୃଷକ ସଭାପତି ଶାନ୍ତନୁ ଥାଟ୍ଟି, ଧୃବଚରଣ ପ୍ରଧାନ ପରମୁଖ ଦାବି କରିଛନ୍‌। ସୂଚନା ହିସାବେ ଇ ରାସ୍‌ତାଟା ଆଗ୍‌ରୁ ଆରଡି ବିଭାଗ ଅଧୀନରେ ଥିଲା। ପାଖାପାଖି ୨ ବଛର ହେଲା ପିଡବ୍ଲୁଡି ଅଧୀନକେ ଯାଇଛେ। ବିଭାଗୀୟ କତୁରପକ୍ଷ ଇ ରାସ୍‌ତା ଉପରେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌। ଇ ବାବ୍‌ଦେ ମନମୁଣ୍ଡା ପିଡବ୍ଳୁଡି ଜେଇ ଗୋବିନ୍ଦ ନାଏକକୁଁ ପଚରାଲାରୁ ରାସ୍‌ତାର ହାଲ୍‌ ବାବ୍‌ଦେ ମୁଇଁ ଉଚ କତୁରପକ୍ଷକୁଁ ଜନେଇଛେଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri