ବରଗୋଛା-ଦପଲା ରାସ୍‌ତା: ନୂତନ ରାସ୍‌ତା ଲାଗି ଅଂଚଲବାସୀକର ଦାବି

ମନମୁଣ୍ଡା, ୧୬।୧୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଧୀନ ବରଗୋଛା-ଦପଲା ୨୦ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଦେଖ୍‌ରେଖ, ମରାମତି ଅଭାବୁ ପିଚୁ ଉଠି ମେଟାଲ ଯାକ ଯାହିଁତାହିଁ ପଡ଼ିଛେ। ସେନ୍‌ତା ରାସ୍‌ତାର ଅନେକ ଜାଗାରେ ବଡ଼ ବଡ଼ ଖାଲ ହେଇଛେ। ଏନ୍‌ତାଥି ଚାରଚକିଆ ଗାଡ଼ି, ମୋଟରସାଇକେଲ ୨୦ କି.ମିରୁ ଅଧ୍‌କା ବେଗ୍‌ରେ ଯାଇ ନାଇଁପାରବାର। ସେନ୍‌ତା ସାଇକେଲିଆ ଆର ଚାଲତି ଲୋକ୍‌ ଇ ରାସ୍‌ତାରେ ଯିବାର ଆଗ୍‌ରୁ ୭ ଥର ଭାବୁଛନ୍‌। ରାସ୍‌ତାର ବେହାଲ ଅବସ୍‌ତା ଲାଗି ଅନେକ ସମିଆରେ ଛୋଟ ବଡ଼ ଦୁରଘଟନା ଘଟୁଛେ। ଲୋକ୍‌ ଖଁଡିଆ ଡଁଡିଆ ହେଇ ଡାକ୍‌ତରଖାନା ଯିବାର ନଜିର ବି ରହିଛେ। ଇ ରାସ୍‌ତାଟା ନୂତନ ଭାବେ ତିଆରି କରବାକେ ଅଂଚଲବାସୀ ଅନେକ ଦିନୁ ଦାବି କରିଆସୁଥିଲେ ବି କେହି ନାଇଁ ଶୁନୁଥିବାର ଅଭିଯୋଗ ହେଉଛେ। ସେନ୍‌ତା ଇ ରାସ୍‌ତା ଉପରେ ଅଂଚଲର ବରଗୋଛା, ଶିଗାଡ଼ି, ଦେହେରୀସାହି, ମନୋହରପୁର, ବାଞ୍ଜିମୁଣ୍ଡା, ଗୋପାଳପୁର, ପାଲଝିର, ସେମିଲିକଟା, ତିଲକମାଲ, ବଡ଼ଦେହେରିପାଲି, ସାନଦେହେରିପାଲି, ଶୁଣ୍ଢିପଦର ଆଦି ଗଁାର ପାଖାପାଖି ୭୦ ହଜାର ଲୋକ ନିରଭର କରୁଛନ୍‌। ଗଁାବାସୀମାନେ ଫିଦିନ ଇ ରାସ୍‌ତା ଦେଇ କଣ୍ଟାମାଳ ବ୍ଲକ, କୋର୍ଟ, ତହସିଲ ଆଦି ଅଫିସ କାଯ୍‌ରେ ଯାଆସ କରୁଛନ୍‌। ହେଲେ ରାସ୍‌ତାର ବେହେଲା ଅବସ୍‌ତା ଲାଗି ଫିଦିନ ବସ୍‌ ବି ଯିବାର ଆଏବାର ନାଇଁ କରବାର। ଯେନ୍‌ଥିରଲାଗି ଅଂଚଲବାସୀ ବହୁତ୍‌ ହଇରାନ ହରକତ ହେଉଛନ୍‌। ଏନ୍‌ତାଥି ଅଂଚଲବାସୀକୁ ୨୫ରୁ ୩୦ କି.ମି. ଦୂରିଆ ମନମୁଣ୍ଡାକେ ଆସି କଣ୍ଟାମାଳ ଯିବାକେ ପଡ଼ୁଛେ। ଲୋକ୍‌ ବ୍ଲକରୁ ଅଫିସ କାମ୍‌ବୁତା ସାରି ଫିରଲାବେଲେ ବେଲବୁଡ଼ୁଛେ। ଗାଡ଼ି ମଟର ଅଭାବୁ ଅନେକ ଗରିବ୍‌ ଦୁଖି ଘରକେ ଫିରି ନାଇଁପାରି କରି ମନମୁଣ୍ଡାରେ ରାଏତ୍‌ ବିତଉଛନ୍‌। ସେନ୍‌ତା ବରଗୋଛା-ଦପଲା ରାସ୍‌ତାରେ ଥିବାର କେତେ ପୁଲିଆ ବରଷା ପାଏନ୍‌ ଲାଗି ଖରାପ ହେଇଯାଇଛେ। ଇ ରାସ୍‌ତାକେ ନୂତନ ଭାବେ ତିଆରି କରବାକେ ବରଗୋଛାର ତନ୍ମୟ ସାହୁ, କଣ୍ଠେଶ୍ୱର ପ୍ରଧାନ, ବିଜୁ ଜିଲା କୃଷକ ସଭାପତି ଶାନ୍ତନୁ ଥାଟ୍ଟି, ଧୃବଚରଣ ପ୍ରଧାନ ପରମୁଖ ଦାବି କରିଛନ୍‌। ସୂଚନା ହିସାବେ ଇ ରାସ୍‌ତାଟା ଆଗ୍‌ରୁ ଆରଡି ବିଭାଗ ଅଧୀନରେ ଥିଲା। ପାଖାପାଖି ୨ ବଛର ହେଲା ପିଡବ୍ଲୁଡି ଅଧୀନକେ ଯାଇଛେ। ବିଭାଗୀୟ କତୁରପକ୍ଷ ଇ ରାସ୍‌ତା ଉପରେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌। ଇ ବାବ୍‌ଦେ ମନମୁଣ୍ଡା ପିଡବ୍ଳୁଡି ଜେଇ ଗୋବିନ୍ଦ ନାଏକକୁଁ ପଚରାଲାରୁ ରାସ୍‌ତାର ହାଲ୍‌ ବାବ୍‌ଦେ ମୁଇଁ ଉଚ କତୁରପକ୍ଷକୁଁ ଜନେଇଛେଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri