ରାୟଗଡ଼ା ଅଫିସ,୨୯।୧୨: ଗୋଟିଏ ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରେମ ବ୍ୟାପାରରୁ ଉଭୟେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ ସନ୍ଦେହ କରୁଛି। ମୃତ ଯୁବକଙ୍କ ନାମ ରାହୁଲ କୌଶଲ୍ୟା (୨୬)। ସୂଚନାନୁଯାୟୀ, ନାବାଳିକା ଜଣକ ଟ୍ୟୁଶନ ଯିବାକୁ କହି ମଙ୍ଗଳବାର ଘରୁ ବାହାରିଥିଲେ। ଟ୍ୟୁଶନ ସାରି ଘରକୁ ନ ଫେରିବାରୁ ପରିବାର ଲୋକେ ଟ୍ୟୁଶନ ସାର୍ଙ୍କୁ ଯୋଗାଯୋଗ କରିଥିଲେ। ନାବାଳିକା ଜଣକ ଟ୍ୟୁଶନ ଆସି ନ ଥିବା ତାଙ୍କ ଶିକ୍ଷକ କହିଥିଲେ। ରାହୁଲଙ୍କ ଘରୁ ଉଭୟଙ୍କ ଝୁଲନ୍ତା ମୃତଦେହ ମିଳିବା କଥା ତାଙ୍କ ପଡ଼ୋଶୀମାନେ ନାବାଳିକାଙ୍କ ଘର ଲୋକ ଓ ପୋଲିସକୁ ଜଣାଇଥିଲେ। ପୋଲିସ ମୃତଦେହ ଜବତକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁଯାୟୀ, ସ୍ବାମୀଙ୍କର ଅନ୍ୟତ୍ର ପ୍ରେମ ସମ୍ପର୍କ ଥିବା ରାହୁଲଙ୍କ ସ୍ତ୍ରୀ ସନ୍ଦେହକରି ୩ମାସ ହେବ ଘର ଛାଡ଼ି ବାପଘରେ ରହୁଛନ୍ତି।
Posted inHome Left, ଆମ ଜିଲା ଖବର, ରାୟଗଡା View All
ପୁରୀ ବଡ଼ଦାଣ୍ଡରେ ଭୟଙ୍କର ବିସ୍ଫୋରଣ: ୪ ଗୁରୁତର
ପୁରୀ,୧୩।୧୧: ପୁରୀ ବଡ଼ଦାଣ୍ଡରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟି ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା…
ଭାରତର ପରାଜୟ ପଛରେ ୩ଟି ବଡ଼ କାରଣ, ଗମ୍ଭୀରଙ୍କ ଏହି ଭୁଲ ବଦଳାଇଦେଲା ମ୍ୟାଚର ମୋଡ଼
ନୂଆଦିଲ୍ଲୀ, ୧୩।୧୧: କୌଣସି ଦିନିକିଆ ମ୍ୟାଚରେ ୨୦୦ ରନରେ ପରାଜୟ ଏକ ଲଜ୍ଜାଜନକ ରେକର୍ଡ। ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ…
ଗଞ୍ଜାମ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ଦାବି: ଚାଷୀଙ୍କୁ ବୀମା ରାଶି ସହ କୃଷି ଋଣ ଛାଡ଼ ନେଇ…
ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ…
କାଠ ଚୁଲିରୁ ଗ୍ୟାସ୍ ସିଲିଣ୍ଡର ପାଇପ୍ରେ ଲାଗିଲା ନିଆଁ, ବିସ୍ଫୋରଣ ହେବାରୁ…
ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅଗଝୋଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। କାଠ ଚୁଲିର ନିଆଁରୁ ଗ୍ୟାସ୍ ସିଲିଣ୍ଡର ପାଇପ୍ରେ…
ପିସି କାରବାର: ପୁଣି ଗର୍ଜିଲେ ବରଗଡ଼ ଏମ୍ପି, ଅଧିକାରୀଙ୍କୁ ତାଗିଦ୍ କରି କହିଲେ…
ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପି.ସି କାରବାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଖୋଦ ବରଗଡ଼ ଲୋକ ସଭା ଏମ୍ପି(MP) ପ୍ରଦୀପ ପୁରୋହିତ…
ହନୁମାନ ମନ୍ଦିରରୁ ଚୋରି, ଦେଢ଼ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ…
ଭାରତୀୟ ବ୍ୟାଟରଙ୍କ ଉପରେ ଗମ୍ଭୀରଙ୍କ ରାଗ: ପରାଜୟର କାରଣ ନେଇ ଖୋଲିଲେ ମୁହଁ, କହିଲେ ଏହାର ପରିଣାମ…
ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ଏପରି…
ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ, ଆସନ୍ତା…
କଟକ,୧୩।୧୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ…

