ବଢୁଛି ସାଇବର ଅପରାଧର କାରନାମା

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟରେ ମାତିଛନ୍ତି ଆର୍ମି ଅଫିସର କହି ଲୁଟୁଥିବା ସାଇବର ଅପରାଧୀ। ରାଜଧାନୀ ସମେତ ବିଭିନ୍ନ ସହରରେ ସୋସିଆଲ ମିଡିଆରେ ଶସ୍ତାରେ ଗାଡ଼ି ଏବଂ ଘରର ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରି ପାଇଁ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖିବା ପରେ ସାଧାରଣ ଲୋକେ ଶସ୍ତାରେ ଗାଡ଼ି ଏବଂ ଅନ୍ୟ ସାମଗ୍ରୀ ପାଇବା ଆଶାରେ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି। ପରେ ଏହି ଠକମାନେ ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଉଛନ୍ତି। ଲୋକଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ନିଜର ଆର୍ମି ପୋଷାକ ପିନ୍ଧା ଫଟୋ, ଆଧାର କାର୍ଡ ଏବଂ ଭୋଟର କାର୍ଡ ପଠାଉଛନ୍ତି। ଏପରିକି ଉକ୍ତ ଠକମାନେ ଆର୍ମି ପୋଷକ ପିନ୍ଧି ଭିଡିଓ କଲିଂ କରି ବିଶ୍ୱାସ ଜମାଉଛନ୍ତି। ପରେ ଗାଡ଼ି ଦେଖିବା ପାଇଁ ଅଗ୍ରିମ ଟଙ୍କା ପୈଠ କରିବାକୁ କହୁଛନ୍ତି। ଲୋକେ ବିଶ୍ୱାସ କରି ଟଙ୍କା ପୈଠ କରିବା ପରେ ଠକମାନେ ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଲୁଟି ଚାଲନ୍ତି। ଏହିଭଳି ରାଜ୍ୟରେ ଗତ ଦୁଇମାସ ମଧ୍ୟରେ ୨୦ ଜଣରୁ ଅଧିକ ଲୋକେ ଲୁଟର ଶିକାର ହେଲେଣି। ଲୁଟର ଶିକାର ହୋଇଥିବା ଅନେକ ଲୋକ ଥାନାକୁ ଯାଉଥିବାବେଳେ ଆଉ କେତେଜଣ ଲଜ୍ଜା ଭୟରେ ଥାନାକୁ ଯାଉନାହାନ୍ତି। ଯାହାଫଳରେ ଏହି ଠକମାନେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଠକି ଚାଲିଛନ୍ତି। ଗତ ବର୍ଷକ ତଳେ ଏହିଭଳି ଠକେଇକୁ ରୋକିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏକ ସର୍କ୍ୟୁଲାର ଜାରି କରିଥିଲା। ସେଥିରେ ସମସ୍ତ ଜିଲାର ଏସ୍‌ପିଙ୍କୁ ଏନେଇ ସଜାଗ ରହିବାକୁ କୁହାଯିବା ସହ ପ୍ରତ୍ୟେକ ଥାନାକୁ ଏଭଳି ଠକେଇ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଥିଲା। ଏପରି କି ଏଭଳି ଠକେଇ ସମ୍ପର୍କରେ ଥାନାଗୁଡ଼ିକରେ ପୋଷ୍ଟର ମାରି ଲୋକମାନଙ୍କୁ ସଚେତନ କରାଇବାକୁ କୁହାଯାଇଥିଲା। ହେଲେ ଏହି ନିର୍ଦ୍ଦେଶନାମାକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳୁଛି।
ନିକଟରେ କଟକର ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି। ଗତ ୭ତାରିଖରେ ସେ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଖିଥିଲେ। ଯେଉଁଥିରେ ଏକ କାରର ଦାମ୍‌ ୧ଲକ୍ଷ ୨୦ହଜାର ଟଙ୍କା ଦାମ୍‌ ରହିଥିଲା। ବ୍ୟକ୍ତି ଜଣଙ୍କ ଗାଡ଼ି ଶସ୍ତା ଦେଖି ଉକ୍ତ ଫୋନ୍‌ ନମ୍ବରରେ ଯୋଗାଯୋଗ କରି ଗାଡ଼ି କିଣିବା ପାଇଁ କହିଥିଲେ। ଠକ ଜଣଙ୍କ ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇଥିଲେ। ଏପରିକି ସେ ଭୁବନେଶ୍ୱର ବିମାନ ବନ୍ଦରରେ କାମ କରୁଥିବା ମଧ୍ୟ କହିଥିଲେ। ଗାଡ଼ି ବ୍ୟବସାୟ ତାଙ୍କର ସାଇଟ୍‌ ବ୍ୟବସାୟ ହୋଇଥିବା କହିଥିଲେ। ଏହାପରେ ତାଙ୍କୁ ଗାଡି ଦେଖିବା ପାଇଁ ୩ ହଜାର ୧୨୦ ଟଙ୍କା ଦେବାକୁ କହିଥିଲେ। ଠକ ନିଜକୁ ଆର୍ମି ଅଫିସର ପରିଚୟ ଦେଇଥିବାରୁ ବ୍ୟକ୍ତି ଜଣଙ୍କ ବିଶ୍ୱାସ କରି ଗୁଗଲ ପେ’ ଦ୍ୱାରା ୩ ହଜାର ୧୨୦ ଟଙ୍କା ପଠାଇଥିଲେ। ହେଲେ ଠକ ତାଙ୍କୁ ଗାଡ଼ି ଦେଖାଇ ନ ଥିଲେ। ବରଂ ଗାଡ଼ି କନ୍ଦରପୁରରେ ଅଛି ଆଉ ୧୦ହଜାର ଟଙ୍କା ପଠାଅ, ଗାଡ଼ିକୁ ଆମ ଡ୍ରାଇଭର ଆଣି ଦେଖାଇବ ବୋଲି କହିଥିଲେ। ହେଲେ ବ୍ୟକ୍ତି ଜଣଙ୍କ ନିଜେ ଗାଡି ରହିଥିବା ସ୍ଥାନକୁ ଯାଇ ଦେଖିବେ ବୋଲି କହିଥିଲେ। ମାତ୍ର ଠକ ତାଙ୍କୁ ମନା କରିବାରୁ ବ୍ୟକ୍ତିଙ୍କର ସନ୍ଦେହ ହୋଇଥିଲା। ସେ ଆଉ ଟଙ୍କା ନଦେଇ ତାଙ୍କର ଚିହ୍ନାଥିବା କିଛି ପୋଲିସ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହାପରେ ଠକଙ୍କ କାରନାମା ବିଷୟରେ ଜାଣି ଥାନାରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଣେ ଲୋକ ମଧ୍ୟ ଏକ ପୁରୁଣା ବୋଲେରୋ ଗାଡ଼ି କିଣିବାକୁ ଯାଇ ୧ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସେହିପରି ଏୟାରପୋର୍ଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ମଧ୍ୟ ଘରର ଆସବାବପତ୍ର କିଣିବା ଆଶାରେ ୮୪ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା କହିଛି।
କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏନେଇ ପଚାରିବାରେ ସେ କହିଛନ୍ତି ଯେ, ସାଇବର ଠକେଇ ସମ୍ପର୍କରେ ଲୋକଙ୍କୁ ସର୍କ୍ୟୁଲାର ଜାରି କରି ସଚେତନ କରାଯାଉଛି। ଲୋକେ ସଚେତନ ହେବା ଆବଶ୍ୟକ। ଏପରିକି ସ୍ଥାନୀୟ ଥାନାକୁ ତଦନ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛୁ ବୋଲି ପ୍ରିୟଦର୍ଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?