ବଡ଼ଦିନ ପାଇଁ ସଜେଇ ହେଲାଣି ଚର୍ଚ୍ଚ: କ୍ରିସ୍‌ମାସ୍‌ କ୍ୟାରୋଲରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ସରିଲାଣି କ୍ରିସ୍‌ମାସ ପ୍ରସ୍ତୁତି। ବଡ଼ଦିନକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରଙ୍ଗିନ ଆଲୋକମାଳାରେ ଝଲସିଲାଣି ସହର। ଚର୍ଚ୍ଚଗୁଡ଼ିକରେ ଉତ୍ସବର ପରିବେଶ ସାଙ୍ଗକୁ ଆରମ୍ଭ ହୋଇଗଲାଣି ସାଜସଜ୍ଜା ଓ କ୍ରିସ୍‌ମାସ୍‌-ଟ୍ରୀ ପ୍ରସ୍ତୁତି କାମ। ଏପଟେ ରାଜଧାନୀରେ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିବସକୁ ପାଳନ କରିବା ତଥା ତାଙ୍କ ଜନ୍ମ ମୁହୂର୍ତ୍ତରେ ଉତ୍ସବ ମନାଇବାକୁ ପ୍ରସ୍ତୁତ ହେଲେଣି ସହରବାସୀ। କ୍ରିସ୍‌ମାସ ପାଇଁ ଆକର୍ଷଣୀୟ ସାମଗ୍ରୀକୁ ନେଇ ଏକାଧିକ ସିଜିନ ସେଣ୍ଟର ଖୋଲିଥିବାବେଳେ ବଜାରରେ ଉପଲବ୍ଧ ହେଉଛି ଭଳିକିଭଳି କ୍ରିସ୍‌ମାସ-କେକ୍‌।
କ୍ରିସ୍‌ମାସ୍‌ ପାଇଁ ରାଜଧାନୀର ଦୁଇ ପ୍ରମୁଖ ଚର୍ଚ୍ଚ ୟୁନିଟ୍‌-୪ ଓ ସତ୍ୟନଗରସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚରେ ବିଶେଷ ପ୍ରସ୍ତୁତି କରାଯାଇଛି। ଏନେଇ ସୋମବାର ସୁଦ୍ଧା ସାଜସଜ୍ଜା ଓ କ୍ରିସ୍‌ମାସ-ଟ୍ରୀ ନିର୍ମାଣ ସହ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ ହୋଇଛି। ରଙ୍ଗିନ ଆଲୋକମାଳାରେ ଉଭୟ ଚର୍ଚ୍ଚ ସଜ୍ଜା ଯାଇଥିବାବେଳେ କ୍ରିସ୍‌ମାସ ପର୍ବ ପାଇଁ ରହିଥିବା ନୀତି ଓ ନିୟମ ଅନୁସାରେ ଚର୍ଚ୍ଚଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସମୟ ସ୍ଥିର କରିଛନ୍ତି। ଚର୍ଚ୍ଚରେ ସାଜସଜ୍ଜା କାମ ପ୍ରାୟତଃ ଶେଷ ହୋଇଆସୁଥିବାବେଳେ ଏବେ ପିଲାମାନଙ୍କୁ ନେଇ କ୍ରିସ୍‌ମାସ କ୍ୟାରୋଲ ଏବଂ ନୃତ୍ୟାଭ୍ୟାସ କରାଯାଉଥିବା କ୍ୟାଥୋଲିକ୍‌ ଚର୍ଚ୍ଚର ଜଣେ ସଦସ୍ୟ କହିଛନ୍ତି। ଏଥିରେ ସମସ୍ତେ ଖୁସିରେ ଯୋଗ ଦେଉଛନ୍ତି। ଧୁମ୍‌ଧାମର ସହ ପର୍ବକୁ ପାଳନ କରିବାକୁ ସମସ୍ତେ ଉତ୍ସାହିତ ଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟନଗରସ୍ଥିତ ସେଣ୍ଟ୍‌ ଭିନ୍‌ସେଣ୍ଟ ପ୍ରୋ-କ୍ୟାଥେଡ୍ରାଲ୍‌ ଚର୍ଚ୍ଚରେ ଆୟୋଜିତ କ୍ରିସ୍‌ମାସ କ୍ୟାରୋଲ୍‌ରେ ଯୋଗଦେଇଥିଲେ। ଏହି ଅବସରରେ ସେ ଚର୍ଚ୍ଚ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେକ୍‌ କାଟିବା ସହ କୁନି କୁନି ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ବିଭିନ୍ନ ବେଶପୋଷାକରେ ସଜ୍ଜିତ ହୋଇ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ ଏବଂ ବାର୍ତ୍ତାଳାପ କରିଥିଲେ। ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ମୁନ୍ନା ଖାନ୍‌ ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri