ବଜାଜ୍‌ ପ୍ଲାଟିନା ଏଚ୍‌ ଗିଅରର ବଜାର ପ୍ରବେଶ

କାମାକ୍ଷାନଗର, ୨୧।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍‌ ‘ବଜାଜ ପ୍ଲାଟିନା ଏଚ୍‌ ଗିଅର’ ବଜାର ପ୍ରବେଶ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଲ୍ସ ମ୍ୟାନେଜର ରତନ ନାଏକ ଉପସ୍ଥିତ ରହି ଗାଡ଼ିର ଦକ୍ଷତା, ଫିଚର ସମ୍ପର୍କରେ ସୂଚନା ଦେଇଥିଲେ। ୫ ଗିଅର ବିଶିଷ୍ଟ ଉକ୍ତ ବାଇକ୍‌ କମ୍‌ ପେଟ୍ରୋଲ ଖର୍ଚ୍ଚରେ ଲମ୍ବା ଯାତ୍ରା କରିପାରିବ। ଏଥିରେ ଉପଲବ୍ଧ ଅତ୍ୟାଧୁନିକ ଜ୍ଞାନକୌଶଳର ସକ୍‌ଅବଜରବର, ଡିଜିଟାଲ ହେଡ୍‌ଲାଇଟ୍‌, ମିଟର, ଟିଡିଏସ୍‌ଆଇ ଇଞ୍ଜିନ ଗ୍ରାହକଙ୍କୁ ବାଇକ୍‌ ଚଳାଇବାର ନିଆରା ଅନୁଭୂତି ଦେବ ବୋଲି ସେଲ୍ସ ମ୍ୟାନେଜର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାମାକ୍ଷାନଗରର ପ୍ରଥମ ଗ୍ରାହକ ବିଭୂତି ଭୂଷଣ ମହାନ୍ତି, ଶ୍ରୀକୃଷ୍ଣ ଅଟୋର ନିର୍ଦ୍ଦେଶକ ମଙ୍ଗତଲାଲ କଟାରୁକା, ଛେଦିଲାଲ କଟାରୁକା, ଛଗନଲାଲ କଟାରୁକା, ବଣିକସଂଘ ସମ୍ପାଦକ ବିଶ୍ବଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?