ଯୋଡ଼ା, ୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବଡବିଲ ଜେଏମ୍ଏଫସି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପୋଲିସ କବଳରୁ ଫେରାର ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି| ଯୋଡା ଥାନା ସବଇନ୍ସପେକ୍ଟର ରଞ୍ଜିତ କୁମାର ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଯୋଡା ସହରର ଚେମେରି କ୍ୟାମ୍ପ ଠାରେ ରହୁଥିବା ମନୋଜ କାଳନ୍ଦୀ ନାମକ ଯୁବକ ବିଭିନ୍ନ ମାରଣାସ୍ତ୍ର ଏବଂ ବନ୍ଧୁକ ଦେଖାଇ ସହରରେ ଆତଙ୍କ ଖେଳାଉଥିଲା। ମନୋଜ କାଳନ୍ଦୀ ନାମରେ ୨୦୧୪ ମସିହାରେ ଯୋଡା ଥାନାରେ ୨୫(ସ)ଆର୍ମସ ଆକ୍ଟ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା ା ବଡବିଲ ଜେଏମ୍ଏଫସି କୋର୍ଟ ଏହାର ବିଚାର କରି ୨୦୧୮ ମସିହାରେ ଅଭିଯୁକ୍ତ ମନୋଜ କାଳନ୍ଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ା ତାଙ୍କୁ କୋର୍ଟକୁ ନେବା ବେଳେ ସେ ଫେରାର ହୋଇଯାଇଥିଲେ। ପୋଲିସ ଏହାର ତଦନ୍ତ ଜାରି ରଖିଥିଲା। ଗୁରୁବାର ଝୁମ୍ପୁରା ଥାନା ଅଞ୍ଚଳରୁ ଗିରଫ କରାଯାଇଥିବା ସବଇନ୍ସପେକ୍ଟର ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…
ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍ କରି କହିଲେ…
ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…
ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍ଖଡ଼ି
ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…
Archives

