ଫେରାର ଅଭିଯୁକ୍ତ ଗିରଫ

ଯୋଡ଼ା, ୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବଡବିଲ ଜେଏମ୍‌ଏଫସି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପୋଲିସ କବଳରୁ ଫେରାର ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି| ଯୋଡା ଥାନା ସବଇନ୍ସପେକ୍ଟର ରଞ୍ଜିତ କୁମାର ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଯୋଡା ସହରର ଚେମେରି କ୍ୟାମ୍ପ ଠାରେ ରହୁଥିବା ମନୋଜ କାଳନ୍ଦୀ ନାମକ ଯୁବକ ବିଭିନ୍ନ ମାରଣାସ୍ତ୍ର ଏବଂ ବନ୍ଧୁକ ଦେଖାଇ ସହରରେ ଆତଙ୍କ ଖେଳାଉଥିଲା। ମନୋଜ କାଳନ୍ଦୀ ନାମରେ ୨୦୧୪ ମସିହାରେ ଯୋଡା ଥାନାରେ ୨୫(ସ)ଆର୍ମସ ଆକ୍ଟ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା ା ବଡବିଲ ଜେଏମ୍‌ଏଫସି କୋର୍ଟ ଏହାର ବିଚାର କରି ୨୦୧୮ ମସିହାରେ ଅଭିଯୁକ୍ତ ମନୋଜ କାଳନ୍ଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ା ତାଙ୍କୁ କୋର୍ଟକୁ ନେବା ବେଳେ ସେ ଫେରାର ହୋଇଯାଇଥିଲେ। ପୋଲିସ ଏହାର ତଦନ୍ତ ଜାରି ରଖିଥିଲା। ଗୁରୁବାର ଝୁମ୍ପୁରା ଥାନା ଅଞ୍ଚଳରୁ ଗିରଫ କରାଯାଇଥିବା ସବଇନ୍ସପେକ୍ଟର ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri