Posted inଖେଳ

ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଲାଗି ଉପଦେଷ୍ଟା କମିଟି ଗଠିତ

ନୂଆଦିଲ୍ଲୀ,୨୩।୮(ପି.ଟି.)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କରିବାକୁ ଯାଉଛନ୍ତି। ଫିଟ୍‌ନେସକୁ ନେଇ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରୟାସରେ ସରକାରଙ୍କୁ ସହାୟତା ତଥା ପରାମର୍ଶ ଦେବା ପାଇଁ ଏକ ୨୮ ସଦସ୍ୟ ବିଶିଷ୍ଟ ଉପେଦଷ୍ଟା କମିଟି ଗଠିତ ହୋଇଛି। ଏହି କମିଟିରେ ସରକାରୀ ଅଧିକାରୀଙ୍କ ସମେତ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ), ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ସଦସ୍ୟ, ବିଭିନ୍ନ ବେସରକାରୀ ସଂସ୍ଥା ଓ ଫିଟ୍‌ନେସ ପ୍ରମୋଟରମାନେ ସ୍ଥାନ ପାଇଛନ୍ତି।
ଦେଶର ନାଗରିକମାନଙ୍କୁ ଦୈନନ୍ଦିନ ଜୀବନରେ ଶାରୀରିକ ଗତିବିଧି ଓ କ୍ରୀଡ଼ାରେ ପ୍ରୋତ୍ସାହିତ କରିବାକୁ ସଚେତନ କରିବା ପାଇଁ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଉଛି। ଏହି ଉପଦେଷ୍ଟା କମିଟିରେ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଅଧ୍ୟକ୍ଷତା କରିବେ। ଏହି କମିଟିରେ ୧୨ ଜଣ ସରକାରୀ ଅଧିକାରୀ ସଦସ୍ୟ ରହିବେ। କ୍ରୀଡ଼ା, ସେକେଣ୍ଡାରୀ ଏଜୁକେଶନ, ଆୟୁସ, ଯୁବ ବ୍ୟାପାର ଓ ଅନ୍ୟାନ୍ୟ ବିଭାଗର ସଚିବମାନେ ଏଥିରେ ସାମିଲ ରହିବେ। ସେହିପରି ଆଇଓଏ ଅଧ୍ୟକ୍ଷ ଓ ୭ ଏନ୍‌ଏସ୍‌ଏଫ୍‌ ମୁଖ୍ୟ ମଧ୍ୟ ଏହି କମିଟିରେ ସାମିଲ ରହିଛନ୍ତି। ବକ୍ସିଂ, ଆଥଲେଟିକ୍ସ, ଫୁଟବଲ ଓ ସାଇକ୍ଳିଂ ଫେଡେରେଶନର ମୁଖ୍ୟମାନେ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି। ବେସରକାରୀ ସଂସ୍ଥାଗୁଡିକ ମଧ୍ୟରେ କନଫେଡେରେଶନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ), ରିଲାଏନ୍ସ ଫାଉଣ୍ଡେଶନ, ଜେଏସ୍‌ଡବ୍ଳ୍ୟୁ ସିମେଣ୍ଟ ଓ ଜେଏସ୍‌ଡବ୍ଲ୍ୟ ପେଣ୍ଟ୍ସ, ଏସ୍‌ଇ ଟ୍ରାନ୍ସଷ୍ଟାଡିଆ ପ୍ରାଇଭେଟ୍‌ ଲିମିଟେଡ, ଟାଟା ଟ୍ରଷ୍ଟ, ଆସୋଚାମ ଇଣ୍ଡିଆ, ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫ୍‌ଆଇସିସିଆଇ) ଏହି କମିଟିରେ ସାମିଲ ରହିଛନ୍ତି। ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ମିଲିନ୍ଦ ସୋମନ ମଧ୍ୟ ଏହାର ସଦସ୍ୟ ରହିଛନ୍ତି। ଗତବର୍ଷ ସେତେବେଳର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ‘ହମ୍‌ ଫିଟ୍‌ ତୋ ଇଣ୍ଡିଆ ଫିଟ୍‌’ ନାମକ ଏକ ଫିଟିନେସ ଅଭିଯାନ ଆରମ୍ଭ କରିଥିଲେ। କ୍ରୀଡ଼ାବିତ ଓ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ଟୁଇଟରରେ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ। କିଭଳି ଫିଟ୍‌ ରହିବାକୁ ହେବ ସେ ନେଇ ଏହି ଭିଡିଓରେ ବିଭିନ୍ନ ଟିପ୍ସ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?