Posted inଖେଳ

ଫିଞ୍ଚଙ୍କ ମୁଣ୍ଡରେ ବାଜିଲ ବଲ

ମେଲବୋର୍ନ,୩୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆର ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ ଶନିବାର ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଆହତ ହୋଇଛନ୍ତି। ଭିକ୍ଟୋରିଆ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫିଞ୍ଚଙ୍କ ହେଲମେଟରେ ବଲ ବାଜିଛି। ଏଥିଯୋଗୁ କନକୁଶନ ନିୟମ ଯୋଗୁ ତାଙ୍କ ବଦଳରେ ଟ୍ରାଭିସ ହେଡଙ୍କୁ ଖେଳାଯାଇଛି। ନ୍ୟୁ ସାଉଥ ଓ୍ବଲ୍ସ ଷ୍ଟିଭ ଓ କଫେ ଦ୍ୱିତୀୟ ଦିନର ପ୍ରଥମ ସେଶନରେ ଜେମ୍ସ ପାଟିନଶନଙ୍କ ବଲକୁ ଘୁରାଇ ମାରିଥିଲେ। ମାତ୍ର ବଲ ଶର୍ଟ ଲେଗ୍‌ ଅଞ୍ଚଳରେ ଫିଲ୍ଡିଂ କରୁଥିବା ୩୩ ବର୍ଷୀୟ ଫିଞ୍ଚଙ୍କ ହେଲମେଟରେ ବାଜିଥିଲା। ମେଡିକାଲ ଟିମ୍‌ ତାଙ୍କ ଅବସ୍ଥା ଯାଞ୍ଚ କରିବା ପରେ ମଧ୍ୟ ଅଷ୍ଟ୍ରେଲିଆନ ଓପନର ଫିଲ୍ଡିଂ ଜାରି ରଖିଥିଲେ। ଲଞ୍ଚ ବ୍ରେକବେଳେ କନକୁଶନର ଲକ୍ଷଣ ଦେଖାଯାଇଥିବା କ୍ରିକେଟ ଭିକ୍ଟୋରିଆ ପକ୍ଷରୁ ବିବୃତିରେ ପ୍ରକାଶ ପାଇଥିଲା। ଏହା ୫ ବର୍ଷ ତଳେ ଫିଲିପ୍ସ ହ୍ୟୁଗ୍ସଙ୍କ ସହ ଘଟିଥିବା ଘଟଣା କଥା ମନେ ପକାଇ ଦେଇଥିଲା। ଉଲ୍ଲେଖଥାଉ କି, ମୁଣ୍ଡରେ ବଲ ବାଜି ହମରେଜ ହେବାରୁ ହ୍ୟୁଗ୍ସ ୨୭ ନଭେମ୍ବର ୨୦୧୪ରେ ପ୍ରାଣ ହରାଇ ଥିଲେ। ଶେଫିଲ୍ଡ ଟୁର୍ନାମେଣ୍ଟରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିବା ପରେ ତାଙ୍କ ବଦଳରେ ଅନ୍ୟ ଖେଳାଳି ଚୂଡ଼ାନ୍ତ ଏକାଦଶରେ ଖେଳିବା ନିୟମ ୨୦୧୭-୧୮ଠାରୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?