ଫିକା ଫିକା ରଜ

ରଜ ପାଳନକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ଉତ୍ସାହକୁ ଏବର୍ଷ ଫିକା କରିଦେଇଛି କରୋନା। ତିନିଦିନ ଧରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଏହି ପର୍ବର ଆଜି ହେଉଛି ଶେଷଦିନ। ହେଲେ ରୋଗ ବ୍ୟାପିବା ଭୟ ସାଙ୍ଗକୁ ସାମାଜିକ ଦୂରତା ରଖିବାର କଟକଣା ଭିତରେ ନା ଦେଖିବାକୁ ମିଳୁଛି ଭଳିକି ଭଳି ନୂତନ ବସ୍ତ୍ର ପିନ୍ଧି ସଜେଇ ହୋଇ ଏକାଠି ବୁଲୁଥିବା କୁଆଁରୀମାନଙ୍କୁ ନା ଶୁଭୁଛି ରଜ ଦୋଳିର କଟମଟ…

ବର୍ତ୍ତମାନ କରୋନା ମହାମାରୀ ଚାରିଆଡେ ଭୟର ବାତାବରଣ ଖେଳାଇ ସାରିଛି। ଏମିତିରେ ସମ୍ପୂର୍ଣ୍ଣ ଫିକା ପଡିଛି ରଜପର୍ବ। ଏଥର ନା ଅଛି ନୂଆ ନୂଆ ପୋଷାକ ପିନ୍ଧି ବାହାରେ ବୁଲିବା, ସାମୂହିକ ରଜ ଉତ୍ସବ ପାଳିବା, ଏକାଠି ଦୋଳି ଖେଳିବାର ମଜା ନା ପରସ୍ପରକୁ ପିଠା ଆଉ ପାନ ଖୁଆବାର ଆନନ୍ଦ। ତେବେ ପ୍ରଥମ ଥର ଲାଗି ଏଭଳି ରଜ ପାଳନର ଅନୁଭୂତି ସମ୍ପର୍କରେ ଯାହା କୁହନ୍ତି ଏମାନେ…

ରଜରେ ଗାଁ ଦାଣ୍ଡ ଖାଁ ଖାଁ: ପ୍ରତିବର୍ଷ ରଜ ଉତ୍ସବକୁ ସମସ୍ତେ ଅପେକ୍ଷା କରିଥାଉ । କାରଣ ଆମ ଅଞ୍ଚଳରେ ରଜ ଉତ୍ସବକୁ ସାମୂହିକ ଭାବରେ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଏହି ଅବସରରେ ଗାଁ ମୁଣ୍ଡରେ ବିଭିନ୍ନ ପ୍ରକାରର ଦୋଳି ବସେ ଓ ମିନା ବଜାର ବସେ । ଏହି ଦିନରେ ରଜବତୀ ବିଭାଘର ମୁଖ୍ୟ ଆକର୍ଷଣ ହୋଇଥାଏ । ମାଟିରେ ପ୍ରସ୍ତୁତ ରଜବତୀଙ୍କ ବିଭାଘର ଦେଖିବାକୁ ଆଖପାଖ ଅଞ୍ଚଳର ଲୋକମାନେ ଆସିଥାନ୍ତି । ଆମ ଘରକୁ ମଧ୍ୟ ବାହାରେ ଥିବା ଘରର ସମସ୍ତ ସଦସ୍ୟ ଫେରିଥାନ୍ତି ଏବଂ କୁଣିଆ ମଧ୍ୟ ଆସିଥାନ୍ତି । ଘର ପରିପୂର୍ଣ୍ଣ ଲାଗିଥାଏ। ପିଠାପଣା ସହିତ ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ । ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ନୂଆ ପୋଷାକ ପିନ୍ଧିଥାନ୍ତି ।
ହେଲେ କରୋନା କଟକଣା ପାଇଁ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ପାଇଁ ଚଳିତବର୍ଷ ରଜ ଉତ୍ସବ ପାଳନ ହେଉନାହିଁ । ଏଣୁ ରଜରେ ଘର ଓ ଗାଁ ସବୁ ଖାଁ ଖାଁ ଲାଗୁଛି। ପିଠାପଣା ହୋଇଛି ଓ ପିଲାମାନେ ନୂଆ ପୋଷାକ ବି ପିନ୍ଧିଛନ୍ତି ହେଲେ ସେ ରଜର ମଜା କିନ୍ତୁ ନାହିଁ।
– ସସ୍ମିତା ସାହୁ( ହର୍ଷପୁର,
ରାଇସୁଆଁ, କେନ୍ଦୁଝର)
ଆର ବର୍ଷ ରଜକୁ ଅପେକ୍ଷା: ଓଡିଆ ଘରେ ସବୁ ବେଳେ ପର୍ବପର୍ବାଣି ଲାଗି ରହିଥାଏ। ହେଲେ ସେସବୁ ମଧ୍ୟରେ ରଜ ପର୍ବର ମଜା ଟିକେ ସ୍ବତନ୍ତ୍ର। ଗତ ବର୍ଷ ସାଙ୍ଗସାଥୀମାନେ ମିଶି ଏକାଠି ରଜ ପାଳନ କରିଥିଲୁ। ହେଲେ ଏଥର ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ହେଲାଣି ମହାମାରୀ କରୋନା ଲାଗି ଘରୁ ବାହାରକୁ ଯିବା କିମ୍ବା କାହା ସହ ଭେଟିବା ବନ୍ଦ ହୋଇଯାଇଛି। ସ୍ବାସ୍ଥ୍ୟ ହିଁ ସମ୍ପଦ, ତେଣୁ ପ୍ରଥମେ ନିଜ ତଥା ପରିବାରର ସ୍ବାସ୍ଥ୍ୟକୁ ଆଖି ଆଗରେ ରଖି ସରକାରଙ୍କ ନିୟମ ପାଳନ କରୁଛୁ। ଯଦିଓ ଏମିତିରେ ରଜ ମଉଜ ଫିକା ଲାଗୁଛି, ତଥାପି ମନ ଦୁଃଖ ନ କରି ଶୀଘ୍ର ବିଶ୍ୱରୁ ଏହି ସଂକଟ ଦୂର ହୋଇଗଲେ ଆର ବର୍ଷକୁ ପୁଣି ଭଲରେ ରଜ ପାଳନ ହେବ ବୋଲି ଆଶା ରଖିଛି। ଘରେ ରହି ପିଠାପଣା ଓ ପାନ ଖାଇ ପରିବାରବର୍ଗଙ୍କ ସହିତ ପାଳୁଛି।
– ପୌଲମି ପାତ୍ର (ଗୃହିଣୀ, ବାରିପଦା)
କରୋନା ପାଇଁ ଫିକା ରଜ ମଉଜ: ଭଦ୍ରକ ଜିଲା ବନ୍ତ ବ୍ଲକରେ ନିମପଡ଼ା କପାଳୀ କ୍ଷେତ୍ର, ଆଗରପଡ଼ା ରାମଗଡ ମେଳନ ପଡିଆ, ଟିକିରା ସାଳନ୍ଦୀ ନଦୀ କୂଳ ଓ ଗଣିଜାଙ୍ଗଠାରେ ରଜ ମହୋସତ୍ବ ପ୍ରତିବର୍ଷ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ ହୁଏ। ରଜର ୭ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ। ପାଣିବୁହା ଠାରୁ ଶେଷ ରଜ ପର୍ଯ୍ୟନ୍ତ ମହୋସତ୍ବ ପଡ଼ିଆ ଲୋକାରଣ୍ୟ ରୁହେ। ଆମେ ସେଠାରେ ମିନାବଜାର ସାଙ୍ଗକୁ ରାମ ଦୋଳି, ଡ୍ରାଗନ ଆଦିରେ ବସିବାଠାରୁ ଚାଟ, ଗୁପଚୁପ, ୬୪ ମସଲାର ପାନ ଖାଇବାର ମଜା ନେଉ। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ନାମୀଦାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅର୍କେଷ୍ଟ୍ରା ପରିବେଷଣ ହୁଏ। ଏଥର କିନ୍ତୁ କରୋନା ମହାମାରୀ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା କଟକଣା ଯୋଗୁଁ ରଜ ପର୍ବ ଫିକା ପଡିଛି । ଖାଁ ଖାଁ ଲାଗୁଛି ରଜ ମହୋସତ୍ବ ପଡିଆ ସବୁ। ରଜରେ ମଉଜ କରିବା ପାଇଁ ଆମର ଗୋଟେ ବର୍ଷର ଦୀର୍ଘ ଅପେକ୍ଷା ପାଣି ଫୋଟକା ପରି ମିଳେଇ ଗଲା। ଏଥର କେବଳ ଘରେ ରହି ରଜ ପାଳନ କରୁଛୁ।
-ଶୁଭଶ୍ରୀ ରାଉତ(ସରମରା, ଭଦ୍ରକ)
ଏଭଳି ରଜ ପାଳିବାରେ ନାହିଁ ଆନନ୍ଦ: ପ୍ରତିଥର ଭଳି ଏଥର ବି ରଜ ପର୍ବ ଲାଗି ନୂଆ ଡ୍ରେସ କିଣା ହୋଇଛି, ଘରେ ପିଠାପଣା ହୋଇଛି, କିନ୍ତୁ ଘର ଭିତରେ ଏହି ପର୍ବ ପାଳିବାରେ ସେ ଆନନ୍ଦ ନାହିଁ। ସାଙ୍ଗସାଥୀଙ୍କ ସହ ବୁଲିବା, ଏକାଠି ରଜଗୀତ ଗାଇ ଦୋଳି ଖେଳିବା ସହ ଭଳିକି ଭଳି ଢଙ୍ଗରେ ଫଟୋ ଉଠାଇବାର ମଜାକୁ ବହୁତ ମିସ୍‌ କରୁଛି। ତା’ଛଡା ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ରଜ ମହୋତ୍ସବ ବି କରୋନା କଟକଣା କାରଣରୁ ବାତିଲ ହୋଇଥିବାରୁ ସେ ସବୁ ଦେଖିବାରୁ ବି ବଞ୍ଚତ୍ତ ହେବାକୁ ପଡିଛି। ତେଣୁ ଘରେ ରହି ଭଉଣୀମାନଙ୍କ ସହ ତାସ, ଲୁଡୁ, ଚେସ୍‌, କ୍ୟାରମ ଖେଳରେ ରଜପର୍ବ ପାଳୁଛି।
-ମୀତାଞ୍ଜଳି ବେହେରା(ଛାତ୍ରୀ, ଭଦ୍ରକ)
ଲକ୍‌ଡାଉନ୍‌ରେ ରଜ ଏକ ଭିନ୍ନ ଅନୁଭୂତି: ରଜ ପର୍ବରେ ପାଦରେ ଅଳତା, ହାତରେ ମେହେନ୍ଦୀ ସାଙ୍ଗକୁ ନୂଆ ବସ୍ତ୍ର ପିନ୍ଧି ଦୋଳି ଖେଳର ଆନନ୍ଦ ନେବାକୁ କାହାକୁ ବା ଭଲ ନ ଲାଗେ। ହେଲେ ସବୁବେଳେ ପରିସ୍ଥିତି ସମାନ ନ ଥାଏ। ଠିକ୍‌ ଯେମିତି ଏବର୍ଷ କରୋନା ନାମକ ବିଶ୍ୱବ୍ୟାପୀ ମହାମାରୀ ସଭିଙ୍କ ଖୁସିରେ ଯେପରି ଗ୍ରହଣ ଲଗାଇଦେଇଛି। ଲକ୍‌ଡାଉନ୍‌ ଲାଗି ବାହାରେ ବୁଲିବା, ଏକାଠି ରଜ ପାଳିବାରେ ବ୍ରେକ୍‌ ଲାଗିଛି। କେବଳ ଅନ୍‌ଳାଇନ୍‌ରେ ସମସ୍ତଙ୍କୁ ଓ୍ବିଶ୍‌ ଜଣାଇଛି। ତେବେ ଅପରପକ୍ଷେ ଦେଖିବାକୁ ଗଲେ ପ୍ରଥମ ଥର ଲାଗି ଘରେ ରହି କେବଳ ପରିବାର ସଦସ୍ୟଙ୍କ ସହ ରଜ ପାଳିବାରେ ଏକ ଭିନ୍ନ ମଜା ରହିଛି।
– ସାଗରିକା ରଥ, ରାମେଶ୍ୱର, ଖୋର୍ଦ୍ଧା

 


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ: ମିଳିଲା ବଡ଼ ସଙ୍କେତ! ଧର୍ମେନ୍ଦ୍ରଙ୍କୁ…

ଭୁବନେଶ୍ୱର, ୩୦।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ…

କେସିଙ୍ଗା ସହର ଜଳମଗ୍ନ: ଗାଁ ଗାଁ ବୁଲିଲେ ଜିଲାପାଳ-ଅଧିକାରୀ

କେସିଙ୍ଗା,୩୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସବୁଠାରୁ ଜଳମଗ୍ନ ଅଞ୍ଚଳ ହେଉଛି ବେଲଖଣ୍ଡି, ହାତୀଖୋଜ, ସିର୍ଜା ପାଳି ଅଞ୍ଚଳରେ ଲଗାଣ ବର୍ଷାରେ ରାସ୍ତା ଘାଟ ଜଳମଗ୍ନ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ…

ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି…

ମୋଦିଙ୍କ ଇନ୍‌ଷ୍ଟା ଭିଡିଓକୁ ନେଇ ଅଭିଜିତଙ୍କ କଟାକ୍ଷ, କହିଲେ-ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଇନଫ୍ଲୁଏନ୍ସର ହୋଇଯିବା ଉଚିତ୍‌…

ନୂଆଦିଲ୍ଲୀ,୩୦।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ୍‌ ଏବଂ ଜଣେ ଇନଫ୍ଲୁଏନ୍ସର (Influencer)…

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri