Posted inରାଜ୍ୟ

ଫାଷ୍ଟ୍‌ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ନେଇ ବୈଠକ

କାଳିଆପାଣି,୨୧|୬(ଡି.ଏନ୍‌.ଏ.)- ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମକୁ ଅବମାନନା କରିବା ନେଇ ଗୁରୁବାର କାଳିଆପାଣି ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଡିସ୍‌ନାଲ ଏସ୍‌ପି ରାଜ୍‌କିଶୋର ଦୋରାଙ୍କ ସଭାପତିତ୍ୱରେ ଡୁବୁରୀ, ଚଣ୍ଡିଖୋଲ, ସୁକିନ୍ଦା ଅଞ୍ଚଳର ଟ୍ରକ୍‌ ମାଲିକମାନେ ଯୋଗଦେଇ ନିଜନିଜ ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ସର୍ବସମ୍ମତିକ୍ରମେ ୯ଟି ବିଷୟ ଉପରେ ପ୍ରସ୍ତାବ ଗୃହିତ ହୋଇଥିବା ଜଣାପଡିଛି। ବିଶେଷକରି ଖଣି ଅଞ୍ଚଳକୁ ଆସୁଥିବା ସମସ୍ତ ଟ୍ରକ୍‌ଗୁଡିକୁ ମାଲିକମାନେ ସୁକିନ୍ଦା ମିନେରାଲ ଟ୍ରକ୍‌ ମାଲିକ ସଂଘ ସଭ୍ୟ ଦ୍ୱାରା ପଞ୍ଜିକୃତ କରାଇବେ। ଏହାପରେ ସଭ୍ୟଦେୟ ସଂଘ ନିର୍ଦ୍ଧାରଣ କରିବ ଏବଂ ୧ ମାସ ମଧ୍ୟରେ ସମସ୍ତ ଟ୍ରକ୍‌ଗୁଡ଼ିକର ପରିଚୟ ପତ୍ର ସଂଘ ପ୍ରଦାନ କରିବ। ସେହପରି ପରିବହନ ଠିକାଦାରମାନେ ସଂଘର ମୁଖ୍ୟ ମିନେରାଲ୍‌ ସଂଘକୁ ଟାର୍ଗେଟ ପ୍ରଦାନ କରିବେ ଉକ୍ତ ଲୋଡିଂ ଟାରର୍ଗେଟକୁ ଶାଖା ସଂଘଗୁଡିକୁ ବିତରଣ କରାଯିବ। ପରେ ଶାଖା ସଂଘ ଅନୁପାତ ଅନୁଯାୟୀ ଟାର୍ଗେଟ ବଣ୍ଟନ କରିବେ। ତେବେ ଲୋଡିଂ ପାଇଁ ଟାର୍ଗେଟ ନେଇ ମଧ୍ୟ ଲୋଡ଼ିଂ କରିବାକୁ ନ ଆସିଲେ ଉକ୍ତ ଗାଡିକୁ ୭ ଦିନ ପାଇଁ ଲୋଡିଂରୁ ବଞ୍ଚତ୍ତ ହେବେ । କ୍ରୋମାଇଟ ଚୋରିରେ ସମ୍ପୃକ୍ତ ଟ୍ରକ୍‌ଗୁଡିକୁ ୧ ବର୍ଷ ପାଇଁ ଲୋଡ଼ିଂ ସୁବିଧାରୁ ବଞ୍ଚତ୍ତ କରାଯିବ। ସମସ୍ତ ଖଣି ମାଲିକ ନିଜସ୍ବ ପାର୍କିଂୟାର୍ଡ କରି ସିସିଟିଭି, ଆଲୋକ, ପାନୀୟଜଳ, ଶୌଚାଳୟ ସୁବିଧା କରିବେ। ଏଥିସହ ପ୍ରତି ୩ ମାସରେ ଥରେ ସଂଘ ପକ୍ଷରୁ ଶାଖା କର୍ମକତ୍ତର୍ର୍ାଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ ଆଦି ବିଭିନ୍ନ ପ୍ରସ୍ତାବମାନ ବୈଠକରେ ଗୃହିତ ହୋଇଛି। ଅପରପକ୍ଷେ ପୂର୍ବ ଦାବି ମୁତାବକ ଖଣି ଅଞ୍ଚଳରେ ୧୦, ୧୨ ଓ ୧୪ ଚକିଆ ଗାଡିକୁ ଫାଷ୍ଟକମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାରେ ଲାଗୁ ନ କରିବା ନେଇ ବୈଠକରେ ଅସନ୍ତୋଷ ଦେଖାଦେଇଥିଲା। ବୈଠକରେ ପ୍ରଶାସନ ପକ୍ଷରୁ ପୂର୍ବ ଦାବିଗୁଡିକ ଉପରେ ଅଲୋଚନା କରା ନ ଯାଇ ଚରାଚରିତ ପ୍ରଥା ଅନୁଯାଇ ନିଷ୍ପତି ନିଆଯାଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଆଗାମୀ ଦୀନରେ କୁହିକା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଅରୁଣ କୁମାର ପରିଡ଼ା, ଉପସଭାପତି ରଞ୍ଜନ ନାୟକ, ଡୁବୁରୀର ସଂଘ ପକ୍ଷରୁ ପ୍ରଫୁଲ୍ଲ ପାତ୍ର, ସୁର୍ଦଶନ ପାତ୍ର, ଚିତରଞ୍ଜନ ରାଜ, ଟମକାରୁ ପ୍ରଭାକର ମହାନ୍ତ, ଟୁକୁ ଚୌଧରୀ, ଦାନଗୀରୁ ସେକ୍‌ ତନିର ଅସନ୍ତୁଷ୍ଟ ପ୍ରକାଶ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି। ପ୍ରକାଶ ଯେ, ଖଣି ଅଞ୍ଚଳରେ ଫାଷ୍ଟକମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥା ଲାଗୁ କରିବା ପାଇଁ ଟ୍ରକ୍‌ ମାଲିକଙ୍କ ପକ୍ଷରୁ ଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଦାବି ହୋଇଥିଲା। ସେହପରି ଚଳିତ ମାସ ୮ ତାରିଖରେ ଟ୍ରକ୍‌ ମାଲିକମାନେ ଯାଜପୁର ଏସ୍‌ପିଙ୍କୁ ଜଣାଇଥିଲେ। ପରେ ହାଇକୋର୍ଟ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କଳିଙ୍ଗନଗର ଆଡିସିନାଲ ଏସ୍‌ପି ଏବଂ ସୁକିନ୍ଦା ତହସିଲଦାରଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ସୁକିନ୍ଦା ତହସିଲଦାର ବିଶ୍ୱଜିତ ଦାସ, ଆଇଆଇସି ରମାକାନ୍ତ ମୁଦୁଲୀ, ମିନେରାଲ ଟ୍ରକ୍‌ ମାଲିକ ସଂଘ ସଭାପତି ବିଦ୍ୟାଧର ପାତ୍ର, ଅମଳେନ୍ଦୁ ବେହୁରା, କୃତିବାସ ଭଞ୍ଜ, ବିଜୟ ରାଜ, ଜ୍ୟୋତିପ୍ରକାଶ ସାହୁ, କିଶୋର ଚନ୍ଦ୍ର ରାଉତ, ସନ୍ତୋଷ କୁମାର ରାଉତ, ପ୍ରଭାକର ମହାନ୍ତ ପ୍ରମୁଖ କର୍ମକର୍ତ୍ତା ବୈଠକରେ ଉପସ୍ଥିତଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣି ଅଞ୍ଚଳରେ କାର୍ଯ୍ୟକରୁଥିବା ପରିବହନ ସଂସ୍ଥା ମାଲିକ, ଖଣି କର୍ତ୍ତୃପକ୍ଷ ପ୍ରତିନିଧି ଆକାଶ ଶୁକ୍ଲା, ଇମ୍ଫାର ଶୁଭାଶିଶ ପଟ୍ଟନାୟକ, ମିଶ୍ରଲାଲ ହିମାଂଶୁ ମିଶ୍ର, ନିଗମାନନ୍ଦ ସେଠୀ, ବାଲେଶ୍ୱର ଆଲଏଜ ଅନୁପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri