Posted inରାଜ୍ୟ

ଫାଷ୍ଟ୍‌ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ନେଇ ବୈଠକ

କାଳିଆପାଣି,୨୧|୬(ଡି.ଏନ୍‌.ଏ.)- ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମକୁ ଅବମାନନା କରିବା ନେଇ ଗୁରୁବାର କାଳିଆପାଣି ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଡିସ୍‌ନାଲ ଏସ୍‌ପି ରାଜ୍‌କିଶୋର ଦୋରାଙ୍କ ସଭାପତିତ୍ୱରେ ଡୁବୁରୀ, ଚଣ୍ଡିଖୋଲ, ସୁକିନ୍ଦା ଅଞ୍ଚଳର ଟ୍ରକ୍‌ ମାଲିକମାନେ ଯୋଗଦେଇ ନିଜନିଜ ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ସର୍ବସମ୍ମତିକ୍ରମେ ୯ଟି ବିଷୟ ଉପରେ ପ୍ରସ୍ତାବ ଗୃହିତ ହୋଇଥିବା ଜଣାପଡିଛି। ବିଶେଷକରି ଖଣି ଅଞ୍ଚଳକୁ ଆସୁଥିବା ସମସ୍ତ ଟ୍ରକ୍‌ଗୁଡିକୁ ମାଲିକମାନେ ସୁକିନ୍ଦା ମିନେରାଲ ଟ୍ରକ୍‌ ମାଲିକ ସଂଘ ସଭ୍ୟ ଦ୍ୱାରା ପଞ୍ଜିକୃତ କରାଇବେ। ଏହାପରେ ସଭ୍ୟଦେୟ ସଂଘ ନିର୍ଦ୍ଧାରଣ କରିବ ଏବଂ ୧ ମାସ ମଧ୍ୟରେ ସମସ୍ତ ଟ୍ରକ୍‌ଗୁଡ଼ିକର ପରିଚୟ ପତ୍ର ସଂଘ ପ୍ରଦାନ କରିବ। ସେହପରି ପରିବହନ ଠିକାଦାରମାନେ ସଂଘର ମୁଖ୍ୟ ମିନେରାଲ୍‌ ସଂଘକୁ ଟାର୍ଗେଟ ପ୍ରଦାନ କରିବେ ଉକ୍ତ ଲୋଡିଂ ଟାରର୍ଗେଟକୁ ଶାଖା ସଂଘଗୁଡିକୁ ବିତରଣ କରାଯିବ। ପରେ ଶାଖା ସଂଘ ଅନୁପାତ ଅନୁଯାୟୀ ଟାର୍ଗେଟ ବଣ୍ଟନ କରିବେ। ତେବେ ଲୋଡିଂ ପାଇଁ ଟାର୍ଗେଟ ନେଇ ମଧ୍ୟ ଲୋଡ଼ିଂ କରିବାକୁ ନ ଆସିଲେ ଉକ୍ତ ଗାଡିକୁ ୭ ଦିନ ପାଇଁ ଲୋଡିଂରୁ ବଞ୍ଚତ୍ତ ହେବେ । କ୍ରୋମାଇଟ ଚୋରିରେ ସମ୍ପୃକ୍ତ ଟ୍ରକ୍‌ଗୁଡିକୁ ୧ ବର୍ଷ ପାଇଁ ଲୋଡ଼ିଂ ସୁବିଧାରୁ ବଞ୍ଚତ୍ତ କରାଯିବ। ସମସ୍ତ ଖଣି ମାଲିକ ନିଜସ୍ବ ପାର୍କିଂୟାର୍ଡ କରି ସିସିଟିଭି, ଆଲୋକ, ପାନୀୟଜଳ, ଶୌଚାଳୟ ସୁବିଧା କରିବେ। ଏଥିସହ ପ୍ରତି ୩ ମାସରେ ଥରେ ସଂଘ ପକ୍ଷରୁ ଶାଖା କର୍ମକତ୍ତର୍ର୍ାଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ ଆଦି ବିଭିନ୍ନ ପ୍ରସ୍ତାବମାନ ବୈଠକରେ ଗୃହିତ ହୋଇଛି। ଅପରପକ୍ଷେ ପୂର୍ବ ଦାବି ମୁତାବକ ଖଣି ଅଞ୍ଚଳରେ ୧୦, ୧୨ ଓ ୧୪ ଚକିଆ ଗାଡିକୁ ଫାଷ୍ଟକମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାରେ ଲାଗୁ ନ କରିବା ନେଇ ବୈଠକରେ ଅସନ୍ତୋଷ ଦେଖାଦେଇଥିଲା। ବୈଠକରେ ପ୍ରଶାସନ ପକ୍ଷରୁ ପୂର୍ବ ଦାବିଗୁଡିକ ଉପରେ ଅଲୋଚନା କରା ନ ଯାଇ ଚରାଚରିତ ପ୍ରଥା ଅନୁଯାଇ ନିଷ୍ପତି ନିଆଯାଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଆଗାମୀ ଦୀନରେ କୁହିକା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଅରୁଣ କୁମାର ପରିଡ଼ା, ଉପସଭାପତି ରଞ୍ଜନ ନାୟକ, ଡୁବୁରୀର ସଂଘ ପକ୍ଷରୁ ପ୍ରଫୁଲ୍ଲ ପାତ୍ର, ସୁର୍ଦଶନ ପାତ୍ର, ଚିତରଞ୍ଜନ ରାଜ, ଟମକାରୁ ପ୍ରଭାକର ମହାନ୍ତ, ଟୁକୁ ଚୌଧରୀ, ଦାନଗୀରୁ ସେକ୍‌ ତନିର ଅସନ୍ତୁଷ୍ଟ ପ୍ରକାଶ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି। ପ୍ରକାଶ ଯେ, ଖଣି ଅଞ୍ଚଳରେ ଫାଷ୍ଟକମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥା ଲାଗୁ କରିବା ପାଇଁ ଟ୍ରକ୍‌ ମାଲିକଙ୍କ ପକ୍ଷରୁ ଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଦାବି ହୋଇଥିଲା। ସେହପରି ଚଳିତ ମାସ ୮ ତାରିଖରେ ଟ୍ରକ୍‌ ମାଲିକମାନେ ଯାଜପୁର ଏସ୍‌ପିଙ୍କୁ ଜଣାଇଥିଲେ। ପରେ ହାଇକୋର୍ଟ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କଳିଙ୍ଗନଗର ଆଡିସିନାଲ ଏସ୍‌ପି ଏବଂ ସୁକିନ୍ଦା ତହସିଲଦାରଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ସୁକିନ୍ଦା ତହସିଲଦାର ବିଶ୍ୱଜିତ ଦାସ, ଆଇଆଇସି ରମାକାନ୍ତ ମୁଦୁଲୀ, ମିନେରାଲ ଟ୍ରକ୍‌ ମାଲିକ ସଂଘ ସଭାପତି ବିଦ୍ୟାଧର ପାତ୍ର, ଅମଳେନ୍ଦୁ ବେହୁରା, କୃତିବାସ ଭଞ୍ଜ, ବିଜୟ ରାଜ, ଜ୍ୟୋତିପ୍ରକାଶ ସାହୁ, କିଶୋର ଚନ୍ଦ୍ର ରାଉତ, ସନ୍ତୋଷ କୁମାର ରାଉତ, ପ୍ରଭାକର ମହାନ୍ତ ପ୍ରମୁଖ କର୍ମକର୍ତ୍ତା ବୈଠକରେ ଉପସ୍ଥିତଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣି ଅଞ୍ଚଳରେ କାର୍ଯ୍ୟକରୁଥିବା ପରିବହନ ସଂସ୍ଥା ମାଲିକ, ଖଣି କର୍ତ୍ତୃପକ୍ଷ ପ୍ରତିନିଧି ଆକାଶ ଶୁକ୍ଲା, ଇମ୍ଫାର ଶୁଭାଶିଶ ପଟ୍ଟନାୟକ, ମିଶ୍ରଲାଲ ହିମାଂଶୁ ମିଶ୍ର, ନିଗମାନନ୍ଦ ସେଠୀ, ବାଲେଶ୍ୱର ଆଲଏଜ ଅନୁପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri