Posted inରାଜ୍ୟ

ଓଡ଼ିଶା ଖଣି ନିଗମ କାର୍ଯ୍ୟାଳୟ: ପ୍ରତିଶ୍ରୁତି ପାଳନ ଦାବିରେ ବିସ୍ଥାପିତଙ୍କ ଧାରଣା

କାଳିଆପାଣି,୨୧|୬(ଡି.ଏନ୍‌.ଏ.)- ଓଡ଼ିଶା ଖଣି ନିଗମ ପକ୍ଷରୁ ବିସ୍ଥାପିତ ପୁରୁଣାପାଣି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କାରଖାନା ପକ୍ଷରୁ ବିସ୍ଥାପିତଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ କର୍ତ୍ତୃପକ୍ଷ ଟାଳଟୁଳନୀତି ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦରେ ଗୁରୁବାର ଗ୍ରାମର ଶତାଧିକ ମହିଳା ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତଙ୍କୁ ଧାରଣା ପ୍ରତ୍ୟାହାର କରିବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ ଜିଦ୍‌ରେ ଅଟଳ ରହିଥିଲେ। ନିଗମର ପ୍ରଶାସନିକ ଅଧିକାରୀ ଲକ୍ଷ୍ମଣ ହଁାସଦା, ମ୍ୟାନେଜର କାଠି ପ୍ରଧାନ ଓ ନିଗମାନନ୍ଦ ସେଠୀ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ନିଗମ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ କେତେକ କାର୍ଯ୍ୟକାରୀ ହୋଇଛି। ଅନ୍ୟଗୁଡିକ ଚାଲୁ ରହିଥିବାବେଳେ କିଛି କାମ ପାଇଁ ଟେଣ୍ଡର କରାଯାଇଛି। ଏଥିସହ ଯଥାଶୀଘ୍ର କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ଅଧିକାରୀମାନେ କହିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ରାମଚନ୍ଦ୍ର ହଁାସଦା, ଆଶିଷ ଜେନାଙ୍କ ସମେତ ଗ୍ରାମର ଶତାଧିକ ମହିଳା ଆଲୋଚନାରେ ସାମିଲ ହୋଇଥିଲେ ା
ପ୍ରକାଶ ଯେ, ଓଡ଼ିଶା ଖଣି ନିଗମ କାଳିଆପାଣି ପକ୍ଷରୁ କାଳିଆପାଣି ପଞ୍ଚାୟତ ଅଧୀନ ପୁରୁଣାପାଣି ଗ୍ରାମର ୯୮ ପରିବାରକୁ ବିସ୍ଥାପିତ କରିବା ପରେ ସେଠାରେ କମ୍ପାନୀ ପକ୍ଷରୁ କ୍ରୋମାଇଟ ଡମ୍ଫି କରାଯାଇଥିଲା। ଏ ନେଇ ପ୍ରତି ବିସ୍ଥାପିତ ପରିବାରକୁ ଘର ନିର୍ମାଣ ପାଇଁ ଦେଢ ଗୁଣ୍ଠ ଜମି ପଟ୍ଟା ପ୍ରଦାନ କରାଯିବା ସହ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ବିସ୍ଥାପିତଙ୍କ ସାମଗ୍ରିକ ବିକାଶ ଦିଗରେ ଶିକ୍ଷା ପାଇଁ ସ୍କୁଲ, ପାନୀୟ ଜଳ, ବିଦ୍ୟୁତ୍‌କରଣ, ରାସ୍ତା ନିର୍ମାଣ କରିବା ସହ ସ୍ବାସ୍ଥ୍ୟସେବା ପାଇଁ ଭ୍ରାମ୍ୟମାଣ ଡାକ୍ତରଖାନା ପରି ସୁବିଧା ଯୋଗାଇବାକୁ ମଧ୍ୟ କମ୍ପାନୀ ପକ୍ଷରୁ ପ୍ରତଶ୍ରୁତି ଦିଆଯାଇଥିଲା। ଓଡ଼ିଶା ଖଣି ନିଗମ ଏମ୍‌ଡି ଶାଶ୍ୱତ ମିଶ୍ରଙ୍କଠାରୁ ଘୋଷଣା ମୁତାବକ ଅର୍ଥରାଶି ଓ ଜମି ପଟ୍ଟାର ଅବିକଳ ନକଲ ଗ୍ରାମବାସୀ ଗ୍ରହଣ କରିଥିଲେ। ତେବେ ପ୍ରଦାନ କରାଯାଇଥିବା ଜମି ପଟ୍ଟା କାଙ୍କଡ଼ପାଳ ପଞ୍ଚାୟତର ସଂରକ୍ଷିତ କାଜୁ ଜଙ୍ଗଲରେ ରହିଥିଲା। ତେଣୁ ବହୁ ପୁରାତନ କାଜୁ ଜଙ୍ଗଲକୁ କାଟିବା ସମୟରେ ବିସ୍ଥାପିତମାନେ ନିକଟସ୍ଥ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପରେ ବହୁ ବାଦ ବିବାଦ ପରେ ବିସ୍ଥାପିତମାନେ ଗୃହ ନିର୍ମାଣ କରିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା, ପାନୀୟଜଳ, ପାଠ ପଢିବାକୁ ସ୍କୁଲ, ବିଦ୍ୟୁତ୍‌, ସ୍ବାସ୍ଥ୍ୟସେବା ପାଇ ପାରିନାହାନ୍ତି। ଏ ନେଇ ଗ୍ରାମବାସୀ ବହୁ ବାର ଓଡ଼ିଶା ଖଣି ନିଗମ ଅଧିକାରୀଙ୍କୁ ଭେଟି ସମାଧାନ କରିବାକୁ ଦାବି କରିଥିଲେ। ସେହିପରି ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରି ନାହଁି। ତେଣୁ ବାଧ୍ୟ ହୋଇ ବିସ୍ଥାପିତ ଗ୍ରାମର ଶତାଧିକ ମହିଳାମାନେ ଖଣି ନିଗମ କାଳିଆପାଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ବୋଲି କହିଛନ୍ତି।
ଫଟୋ—


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri