ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବିବାଦ”: ‘ପ୍ରଶାସନର ଉଦାସୀନତାକୁ ବରଦାସ୍ତ କରାଯିବନି’

କାଳିଆପାଣି,୧୭ା୮(ଡି.ଏନ୍‌.ଏ.)- ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନକୁ ଶୁକ୍ରବାର କ୍ଷତିର ସମ୍ମୁଖୀନ ହେଉଥିବା ଶତାଧିକ ଟ୍ରକ୍‌ ମାଲିକଙ୍କୁ ନେଇ ଏକ ସାଧାରଣ ବୈଠକ ଅଶୋକଝରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁକିନ୍ଦା ଭାଜପା ନେତା ପ୍ରଦୀପ ବଳ ସମାନ୍ତ ଯୋଗଦେଇ କ୍ରୋମାଇଟ୍‌ ଲୋଡିଂକୁ ନେଇ ପ୍ରଶାସନର ବୈମାତୃକ ଓ ଉଦାସୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଏହି ଅବସରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଦିଗରେ ଜିଲା ପ୍ରଶାସନକୁ ସାହାଯ୍ୟ କରିବାକୁ ବୈଠକରେ ଏକ ସମନ୍ବିତ କମିଟି ଗଠନ କରାଯାଇଛି। କମିଟିରେ ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ କୋଷାଧ୍ୟକ୍ଷ ପ୍ରଭାତ ସିଂ, ଦୁଶାସନ ଦାଶ, ହୃଦାନନ୍ଦ ସାମଲ, ସୁରେନ୍ଦ୍ର କୁମାର ଶର୍ମା, ରାଜକିଶୋର ପ୍ରଧାନ, ରଣଜିତ କୁମାର ଜେନା, ସନ୍ତୋଷ କୁମାର ମହାନ୍ତି, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପୂର୍ବତନ ସଭାପତି ସୂର୍ଯ୍ୟମଣି ବେହେରା, ପ୍ରଶାନ୍ତ କୁମାର ସାମଲ, ସେକ ତୁଫାନୀ, ସୁରେନ୍ଦ୍ର ସାମଲ, ସୁଧାଂଶୁ ଶେଖର ସାହୁ, କୁହିକା ଟ୍ରକ୍‌ ମାଲିକ ସଂଘ ସଭାପତି ବିଶ୍ୱଜିତ ରାଜ, ସମ୍ପାଦକ ଅରୁଣ ପରିଡ଼ା, ସୁଦର୍ଶନ ପାତ୍ର, ପ୍ରଭାକର ମହାନ୍ତ, ଦଶରଥ ମହାନ୍ତ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଛି। କମିଟି ଆଗାମୀ ଦିନର କାର୍ଯ୍ୟପନ୍ଥା ଗ୍ରହଣ କରିବାର ନିଷ୍ପତି ନେବେ ବୋଲି ଜଣାପଡ଼ିଛି ା ପ୍ରକାଶ ଯେ, କ୍ରୋମାଇଟ୍‌ ଲୋଡିଂକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କଡାକଡି ପାଳନକୁ ନେଇ କୁହିକା ଟ୍ରକ୍‌ ମାଲିକ ସଂଘ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ରିପିଟିଶନ ୧୨୯୯୫ ଆଧାରରେ ୪ ସପ୍ତାହ ମଧ୍ୟରେ ଫାଷ୍ଡ କମ୍‌ ଫାଷ୍ଟ୍‌ ନିୟମ ଲାଗୁ କରିବାକୁ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଗତ ୯ ତାରିଖରେ କୁହିକା, ଯାଜପୁର ରୋଡ଼, ଚଣ୍ଡିିଖୋଲ, ଟମକା ଓ ସୁକିନ୍ଦା ଅଞ୍ଚଳର ଟ୍ରକ ମାଲିକମାନେ ଜିଲାପାଳଙ୍କୁ ଭେଟି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଦାବି କରିଥିଲେ ା ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହଁି। ଏହାର ପ୍ରତିବାଦରେ କ୍ଷତିର ସମ୍ମୁଖୀନ ହୋଇଥିବା ଟ୍ରକ୍‌ ମାଲିକମାନେ ବୈଠକ କରିଥିଲେ।
ଫଟୋ–


Enter your email to get our daily news in your inbox.

All Right Reserved By Dharitri.Com

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri