ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବିବାଦ”: ‘ପ୍ରଶାସନର ଉଦାସୀନତାକୁ ବରଦାସ୍ତ କରାଯିବନି’

କାଳିଆପାଣି,୧୭ା୮(ଡି.ଏନ୍‌.ଏ.)- ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନକୁ ଶୁକ୍ରବାର କ୍ଷତିର ସମ୍ମୁଖୀନ ହେଉଥିବା ଶତାଧିକ ଟ୍ରକ୍‌ ମାଲିକଙ୍କୁ ନେଇ ଏକ ସାଧାରଣ ବୈଠକ ଅଶୋକଝରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁକିନ୍ଦା ଭାଜପା ନେତା ପ୍ରଦୀପ ବଳ ସମାନ୍ତ ଯୋଗଦେଇ କ୍ରୋମାଇଟ୍‌ ଲୋଡିଂକୁ ନେଇ ପ୍ରଶାସନର ବୈମାତୃକ ଓ ଉଦାସୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଏହି ଅବସରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଦିଗରେ ଜିଲା ପ୍ରଶାସନକୁ ସାହାଯ୍ୟ କରିବାକୁ ବୈଠକରେ ଏକ ସମନ୍ବିତ କମିଟି ଗଠନ କରାଯାଇଛି। କମିଟିରେ ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ କୋଷାଧ୍ୟକ୍ଷ ପ୍ରଭାତ ସିଂ, ଦୁଶାସନ ଦାଶ, ହୃଦାନନ୍ଦ ସାମଲ, ସୁରେନ୍ଦ୍ର କୁମାର ଶର୍ମା, ରାଜକିଶୋର ପ୍ରଧାନ, ରଣଜିତ କୁମାର ଜେନା, ସନ୍ତୋଷ କୁମାର ମହାନ୍ତି, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପୂର୍ବତନ ସଭାପତି ସୂର୍ଯ୍ୟମଣି ବେହେରା, ପ୍ରଶାନ୍ତ କୁମାର ସାମଲ, ସେକ ତୁଫାନୀ, ସୁରେନ୍ଦ୍ର ସାମଲ, ସୁଧାଂଶୁ ଶେଖର ସାହୁ, କୁହିକା ଟ୍ରକ୍‌ ମାଲିକ ସଂଘ ସଭାପତି ବିଶ୍ୱଜିତ ରାଜ, ସମ୍ପାଦକ ଅରୁଣ ପରିଡ଼ା, ସୁଦର୍ଶନ ପାତ୍ର, ପ୍ରଭାକର ମହାନ୍ତ, ଦଶରଥ ମହାନ୍ତ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଛି। କମିଟି ଆଗାମୀ ଦିନର କାର୍ଯ୍ୟପନ୍ଥା ଗ୍ରହଣ କରିବାର ନିଷ୍ପତି ନେବେ ବୋଲି ଜଣାପଡ଼ିଛି ା ପ୍ରକାଶ ଯେ, କ୍ରୋମାଇଟ୍‌ ଲୋଡିଂକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କଡାକଡି ପାଳନକୁ ନେଇ କୁହିକା ଟ୍ରକ୍‌ ମାଲିକ ସଂଘ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ରିପିଟିଶନ ୧୨୯୯୫ ଆଧାରରେ ୪ ସପ୍ତାହ ମଧ୍ୟରେ ଫାଷ୍ଡ କମ୍‌ ଫାଷ୍ଟ୍‌ ନିୟମ ଲାଗୁ କରିବାକୁ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଗତ ୯ ତାରିଖରେ କୁହିକା, ଯାଜପୁର ରୋଡ଼, ଚଣ୍ଡିିଖୋଲ, ଟମକା ଓ ସୁକିନ୍ଦା ଅଞ୍ଚଳର ଟ୍ରକ ମାଲିକମାନେ ଜିଲାପାଳଙ୍କୁ ଭେଟି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଦାବି କରିଥିଲେ ା ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହଁି। ଏହାର ପ୍ରତିବାଦରେ କ୍ଷତିର ସମ୍ମୁଖୀନ ହୋଇଥିବା ଟ୍ରକ୍‌ ମାଲିକମାନେ ବୈଠକ କରିଥିଲେ।
ଫଟୋ–


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ୟୁଟ୍ୟୁବର ମୋନାଲିସା, ବଦ୍ରି

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ବେଆଇନ ଭାବେ ଘରେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରୁଥିବା ୟୁଟ୍ୟୁବର...

ବିରଜା ମନ୍ଦିରରେ ପୂଜା ପରେ ସମ୍ବଲପୁର ଗଲେ ପ୍ରଣବ

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ସମ୍ବଲପୁର ସାଂସଦ ପ୍ରାର୍ଥୀ...

ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କାଳିଆପାଣି,୨୯ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ଅଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏଭଳି...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଝୁଲି ରହିଲା କୋରେଇ,ବରୀ, ବଡ଼ଚଣା

ଯାଜପୁର,୨୮ା୩(ହର୍ଷବର୍ଦ୍ଧନ ବେହେରା) :ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ୭୨...

ସାହିତ୍ୟ ହେଉଛି ଲେଖକଙ୍କ ବୈଭବ

ଯାଜପୁରରୋଡ୍‌,୨୭ା୩: ଯାଜପୁରରୋଡ୍‌ ସ୍ଥିତ ଉତ୍ସବ ପ୍ୟାଲେସ୍‌ରେ ‘ଅଭିମାନ’ ପ୍ରକାଶନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ କବି ପ୍ରଭାକର ଶତପଥୀ,ରାଜକିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri