‘ପ୍ରେମ ହିଁ ଜୀବନ’: ସାଢ଼େ ୧୭ ଶହ ବର୍ଷର ବାର୍ତ୍ତା

ପ୍ରେମର ପରିଭାଷା ମଣିଷଙ୍କଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପରିଲକ୍ଷିତ ହୋଇଥାଏ। ସ୍ନେହ ପ୍ରେମରେ ସାରା ଦୁନିଆକୁ ଜୟ କରାଯାଇପାରେ ବୋଲି ବୁଦ୍ଧିଜୀବି ମତ ଦେଇଥାନ୍ତି। ତେଣୁ ତ କୁହାଯାଇଥାଏ ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ଜୟ ପ୍ରକୃତ ଜୟ ନୁହେଁ। ସ୍ନେହ ପ୍ରେମ ଦ୍ୱାରା ହୋଇଥିବା ହୃଦୟର ଜୟ ହିଁ ପ୍ରକୃତ ଜୟ। ଏହା ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସର ପ୍ରକୃତ ଉଦ୍ଦେଶ୍ୟ। ଫେବୃୟାରୀ ୧୪କୁ ପୃଥିବୀ ବ୍ୟାପି ଭାଲେଣ୍ଟାଇନ୍ସ୍‌ ଡେ’ ଭାବେ ପାଳନ କରାଯାଇଥାଏ। ଦୀର୍ଘ ସାଢ଼େ ୧୭ ଶହ ବର୍ଷ ଧରି ଏହି ଦିନଟି ପୃଥିବୀବାସୀଙ୍କୁ ‘ପ୍ରେମ ହିଁ ଜୀବନ’ ବାର୍ତ୍ତା ଦେଇ ଚାଲିଛି। ଏହି ଦିନଟି ଯୁବବର୍ଗଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଥିଲେ ମଧ୍ୟ ସମାଜର ପ୍ରତିବର୍ଗର ଲୋକେ ନିଜ ନିଜ ମଧ୍ୟରେ ଥିବା ଭଲ ପାଇବାକୁ ପରିପ୍ରକାଶ କରିଥାନ୍ତି। ତୃତୀୟ ଶତାବ୍ଦୀରୁ ଏହି ଦିବସ ପାଳିତ ହୋଇ ଆସୁଛି। ସେତେବେଳେ ରୋମର କ୍ୟାଥଲିକ୍‌ ଚର୍ଚ୍ଚରେ ଭାଲେଣ୍ଟାଇନ ନାମକ ଜଣେ ପାଦ୍ରୀ ଥିଲେ। ସେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବିବାହ କରାଉଥିଲେ। ତେବେ ତତ୍‌କାଳୀନ ରୋମର ରାଜା କ୍ଲାଡିୟସ ନିଜ ସୈନ୍ୟବଳ ବୃଦ୍ଧି ପାଇଁ ଦେଶରେ ପ୍ରେମ ବିବାହ ଉପରେ ରୋକ ଲଗାଇ ଦେଇଥିଲେ। ରାଜା ଭାବୁଥିଲେ ପ୍ରେମ ଓ ବିବାହ ଯୋଗୁଁ ଯୁବକମାନେ ସୈନ୍ୟ ବିଭାଗରେ ଭର୍ତ୍ତି ହେବାକୁ ଚାହୁଁନାହାଁନ୍ତି । ଯୁବକମାନେ ନିଜ ପ୍ରେମିକାଙ୍କୁ ଛାଡି ଦୂରରେ ରହି ବର୍ଷ ବର୍ଷ ଧରି ଯୁଦ୍ଧ କରିବାକୁ ଅମଙ୍ଗ ହେଉଛନ୍ତି ବୋଲି ରାଜା ଚିନ୍ତା କରୁଥିଲେ। ରାଜାଙ୍କ ମନା କରିବା ପରେ ମଧ୍ୟ ପାଦ୍ରୀ ଭାଲେଣ୍ଟାଇନ ପ୍ରେମୀଯୁଗଳଙ୍କ ବିବାହ କରିବା ଜାରି ରଖିଲେ। ପାଦ୍ରୀ ଅନେକ ସୈନିକଙ୍କ ବିବାହ ମଧ୍ୟ କରାଇଲେ । ରାଜା ତାଙ୍କୁ ଗିରଫ କରି ଜେଲରେ ରଖିଦେଲେ । ହତ୍ୟା କରିବା ଲାଗି ତାଙ୍କ ଉପରେ ଚାବୁକ ଏବଂ ପଥର ମାଡ଼ କରାଗଲା। ଏହାଦ୍ୱାରା ତାଙ୍କର ମୃତ୍ୟୁ ନ ହେବାରୁ ଶେଷରେ ୧୪ ଫେବୃୟାରୀ ୨୬୯ ମସିହାରେ ଭାଲେଣ୍ଟାଇନଙ୍କ ମୁଣ୍ଡକାଟ କରାଗଲା। ଲୋକେ କୁହନ୍ତି ଜେଲରେ ଥିବା ସମୟରେ ପାଦ୍ରୀ ଜେଲରଙ୍କ ଝିଅଙ୍କ ପାଖକୁ ଏକ ପ୍ରେମ ଚିଠି ଲେଖିଥିଲେ। ଏହାର ଶେଷରେ ଲେଖାଯାଇଥିଲା ଇତି ‘ତୁମର ଭାଲେଣ୍ଟାଇନ’। ପାଦ୍ରୀ ଭାଲେଣ୍ଟାଇନଙ୍କ ତ୍ୟାଗକୁ ପ୍ରେମର ପ୍ରତୀକ ଭାବେ ମନେ ରଖିବା ପାଇଁ ୧୪ ଫେବୃୟାରୀକୁ ଭାଲେଣ୍ଟାଇନ୍ସ୍‌ ଡେ’ ଭାବେ ପାଳନ କରାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା

କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri