ପ୍ରାଣୀ ଦୌଡ଼ ଓ ନିର୍ଯାତନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ବୋଧହୁଏ ମଣିଷ ଶରୀରରେ ଥିବା ଦୁଇଟି ପ୍ରମୁଖ ଜିନ୍‌ ହେଉଛି ବାଜି ମାରିବାକୁ ଭଲପାଇବା ଓ ଅନ୍ୟର ଯନ୍ତ୍ରଣା ପ୍ରତି ଉଦାସୀନ ରହିବା। ମଣିଷ ଯେତେବେଳେ ଘୋଡ଼ାଦୌଡ଼ ପ୍ରଭୃତି ପ୍ରତିଯୋଗିତାର ଆୟୋଜନ କରେ ଓ ସେଥିପାଇଁ ବାଜି ମାରେ ସେତେବେଳେ ତା’ଠାରେ ଏ ଦୁଇଟି ଜିନ୍‌ ଏକାଠି କାମ କରିଥାଏ। ଧନୀମାନେ ଘୋଡ଼ାଦୌଡ଼ରେ ଭାଗ ନିଅନ୍ତି। ଶୀଘ୍ର ଦୌଡ଼ିବା ଲାଗି ଘୋଡ଼ାର ଜନ୍ମ। ଅନେକ ଘୋଡ଼ାଙ୍କୁ ଏଥିପାଇଁ ଡ୍ରଗ୍ସ ଓ ହର୍ମୋନ ଇଞ୍ଜେକ୍‌ସନ ଦିଆଯାଏ। ଅଧିକ ଶ୍ୱାସ ଗ୍ରହଣ କରି ଶୀଘ୍ର ଦୌଡିବା ଲାଗି ଅସ୍ତ୍ରୋପଚାର ମାଧ୍ୟମରେ ଅନେକଙ୍କ ଶ୍ୱାସନଳୀ ଚଉଡ଼ା କରାଯାଇଥାଏ। ଘୋଡ଼ାଦୌଡ଼ର ସଇସ (ଜକି)ମାନେ ସେମାନଙ୍କୁ ଭୀଷଣ ଭାବେ ଚାବୁକ୍‌ରେ ପ୍ରହାର କରନ୍ତି। ଯଦି ପଡି କାହାର ଗୋଡ ଭାଙ୍ଗିଯାଏ, ତେବେ ତାକୁ ଗୁଳିକରି ମାରିଦିଆଯାଏ। ଆଉ ଯିଏ ରେସ୍‌ରେ ହାରିଯାଏ ତାକୁ ଜୀବନ୍ତ ପ୍ରତିଷେଧକ ଟିକା ଉତ୍ପାଦକ ଭାବେ ବ୍ୟବହାର ପାଇଁ ଲାବୋରେଟୋରିକୁ ବିକ୍ରି କରିଦିଆଯାଏ। ଏହି ଘୋଡ଼ାଙ୍କୁ ବିଷ ଇଞ୍ଜେକ୍‌ସନ ଦିଆଯାଏ ଓ ତାହା ରକ୍ତରେ ମିଶି ପରିପକ୍ୱ ହେବା ପରେ ସେହି ରକ୍ତକୁ ଶରୀରରୁ କାଢ଼ିନିଆଯାଏ। କେତେକଙ୍କୁ ଧନୀ ମାଲିକମାନେ ପାହାଡ଼ିଆ ସ୍ଥାନରେ ପର୍ଯ୍ୟଟକଙ୍କୁ ନେବା ଆଣିବା କରୁଥିବା ଲୋକଙ୍କୁ ବିକ୍ରି କରିଦିଅନ୍ତି। ଖରାପ ଖାଦ୍ୟ ଓ କ୍ଳାନ୍ତି ଯୋଗୁ ମଲା ପର୍ଯ୍ୟନ୍ତ ସେମାନଙ୍କୁ ଏହି କାର୍ଯ୍ୟରେ ଲଗାନ୍ତି ସେମାନେ। କିମ୍ବା ସେମାନଙ୍କୁ କଂସେଇଖାନାକୁ କୁକୁର ଖାଦ୍ୟ ଓ ଅଠା ପ୍ରସ୍ତୁତି ପାଇଁ ବିକ୍ରି କରିଦିଆଯାଏ। ସେମାନଙ୍କ ମାଂସ ଫ୍ରାନ୍ସ ଓ ଜାପାନକୁ ରପ୍ତାନି କରାଯାଏ।
ରେସ୍‌ ଟ୍ରାକ୍‌ରେ ଆହତ ଘୋଡ଼ାଙ୍କ ଉପରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରତି ୨୨ଟି ରେସ୍‌ରେ ଗୋଟିଏ ଘୋଡ଼ା ଆହତ ହୋଇଥାଏ। ଆଉ ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରତିଦିନ ୩ଟି ଉନ୍ନତ ପ୍ରଜାତି ଘୋଡ଼ାର ମୃତ୍ୟୁ ଘଟୁଛି। ମାଂସପେଶୀର ସଂଯୋଗକାରୀ ତନ୍ତୁ କିମ୍ବା ହାଡ଼ର ସୂକ୍ଷ୍ମ ଫ୍ରାକ୍‌ଚର ଅନେକ ସମୟରେ ଜଣାପଡେନି ଏବଂ ପରବର୍ତ୍ତୀ ସମୟରେ ତାହା ଆଉ ଭଲ ହୋଇପାରେ ନାହିଁ। ଆଘାତ କିମ୍ବା ଅଧିକ ମାତ୍ରାର ଡ୍ରଗ୍ସ ଯୋଗୁ ରେସ୍‌ଟ୍ରାକ୍‌ରେ ପ୍ରତି ସପ୍ତାହରେ ହାରାହାରି ୨୪ଟି ଘୋଡ଼ାର ମୃତ୍ୟୁ ହେଉଛି। ପ୍ରଶିକ୍ଷକ କିମ୍ବା ସ୍ବତନ୍ତ୍ର ପ୍ରଜାତିର ଘୋଡ଼ା ପ୍ରଜନନ ଫାର୍ମ ମାଲିକଙ୍କ ଦ୍ୱାରା ନିହତ ଘୋଡ଼ାଙ୍କ ସଂଖ୍ୟା ମୁଁ ଏଠାରେ ଗଣୁ ନାହିଁ।
ଗରିବ ଲୋକମାନେ ଗୋରୁଦୌଡ଼ କରାଇଥାନ୍ତି। ଏହା ମୁଖ୍ୟତଃ କର୍ନାଟକ (ମକରସଂକ୍ରାନ୍ତି ଅବସରରେ ବଳଦକୁ ପାଣିରେ ଦୌଡ଼ାଯାଏ), ମହାରାଷ୍ଟ୍ର ଓ ପଞ୍ଜାବରେ ଅନୁଷ୍ଠିତ ହୋଇଥାଏ॥ ଧୀରେ ଦୌଡ଼ୁଥିବା ଗାଈଙ୍କୁ ଏକାଠି ବାନ୍ଧି ସେମାନଙ୍କ ମଳଦ୍ୱାରରେ ଲୁହା ରଡ୍‌ ଓ ବଲ୍‌ ଭର୍ତ୍ତି କରିଦିଆଯାଏ, ଯାହା ଫଳରେ ସେମାନେ ଜୋରରେ ଦୌଡ଼ିଥାନ୍ତି। ଦୌଡ଼ର ବେଗ ବଢାଇବା ଲାଗି ସେମାନଙ୍କୁ ଚାବୁକ୍‌ ମରାଯାଏ। ଚାବୁକ୍‌ରେ ବନ୍ଧା ହୋଇଥିବା ଛୋଟ ଛୋଟ କଣ୍ଟାଯୁକ୍ତ ଲୁହା ବଲ୍‌ର ଫଟୋ ମୋ ପଖରେ ଅଛି। କେତେକ ରେସ୍‌ରେ ଘୋଡ଼ା ସହ ବଳଦକୁ ବି ବାନ୍ଧି ଦିଆଯାଏ। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥାଏ। ଦେଖାଯାଏ ଏହି ରେସ୍‌ର ମଦ୍ୟପ ଦର୍ଶକମାନେ ସାଧାରଣତଃ ଭୂମିହୀନ, କିନ୍ତୁ ଏହି ଉତ୍ସବ କୃଷକଙ୍କ ନାମରେ ଅନୁଷ୍ଠିତ ହୋଇଥାଏ। ଏହି ରେସ୍‌ଗୁଡିକ ବେଆଇନ ହୋଇଥିବାରୁ ଏହାକୁ ସାଧାରଣତଃ ସକାଳେ କରାଯାଇଥାଏ।
ମ୍ୟାକ୍‌ ଆର୍ଥର ଦୌଡ଼ରେ ପାରାମାନଙ୍କୁ ବ୍ୟବହାର କରାଯାଏ। ଫିଲିପାଇନ୍ସରେ ଅନୁଷ୍ଠିତ ଏହି ଦୌଡ଼ରେ ପାରାମାନଙ୍କ ଗୋଡରେ ଗୋଟିଏ ଗୋଟିଏ ସଂଖ୍ୟା ଲେଖି ବନ୍ଧାଯାଇଥାଏ। ପାରାମାନଙ୍କୁ ତିନୋଟି ସମୁଦ୍ରର ୬୦୦ କିଲୋମିଟର ପଥ ଅତିକ୍ରମ କରିବାକୁ ପଡିଥାଏ। ଏହି ସମୟରେ ରେସ୍‌ରେ ଭାଗ ନେଇଥିବା ପାରାମାନଙ୍କୁ ପାଣି, ଶତ୍ରୁ ଓ ତାଙ୍କୁ ଧରିବାକୁ ଜାଲ ବିଛାଇ ବସିଥିବା ଶିକାରୀଙ୍କର ସାମ୍‌ନା କରିବାକୁ ପଡିଥାଏ। ପବନରୁ ବର୍ତ୍ତିବା ପାଇଁ ପାଣିଠାରୁ କମ୍‌ ଉଚ୍ଚରେ ଉଡିବା ଦ୍ୱାରା ଢେଉ ମାଡ଼ରେ କିମ୍ବା କ୍ଲାନ୍ତ ହେବା ଯୋଗୁ ପାଣିରେ ପଡି ଅନେକଙ୍କର ମୃତ୍ୟୁ ଘଟିଥାଏ। ଅନେକଙ୍କୁ ଗୁଳି କରାଯାଏ କିମ୍ବା ବଡ଼ ପକ୍ଷୀ ଖାଇଦିଅନ୍ତି। ଏହି ରେସ୍‌ରେ ମୃତ୍ୟୁହାର ୯୦ ପ୍ରତିଶତ। ଯେଉଁମାନେ ବଞ୍ଚନ୍ତି ଉଡ଼ି ଉଡ଼ି ମାନିଲାରେ ସେମାନଙ୍କ ମାଲିକଙ୍କ ନିକଟରେ ପହଞ୍ଚିଯାଆନ୍ତି। ସେମାନେ ଗୋଡ଼ରେ ବନ୍ଧାଯାଇଥିବା ସଂଖ୍ୟାରୁ ଚିହ୍ନି ଆୟୋଜକଙ୍କ ନିକଟକୁ ଫୋନ୍‌ କରିବା ପରେ ବିଜୟ ସୁନିଶ୍ଚିତ କରାଯାଏ। ଫିଲିପାଇନ୍ସରେ ୩୦୦ କ୍ଲବ୍‌ ରହିଛି। କିନ୍ତୁ ଏହି ଭୟଙ୍କର ଖେଳ ଆରମ୍ଭ କରିଥିବା ବେଲଜିୟମ୍‌, ଭାରତ, ତାଇଓ୍ବାନ ଓ ଚାଇନା ମଧ୍ୟ ପଛରେ ନାହାନ୍ତି। ବିପଜ୍ଜନକ ରେସ୍‌ଗୁଡିକରେ ଯେଉଁଠି ଖୁବ୍‌ କମ୍‌ ପକ୍ଷୀ ସଫଳ ହେଉଛନ୍ତି ତାହାକୁ ‘ସ୍ମାଶ୍‌ ରେସ୍‌’ କୁହାଯାଉଛି। ଯେଉଁ ପାରା ଶୀଘ୍ର ଉଡିପାରେ ନାହିଁ ତାଙ୍କୁ ବ୍ରିଡିଂ ପାଇଁ ରଖା ନ ଯାଇ ଶ୍ୱାସରୁଦ୍ଧ କରି, ପାଣିରେ ବୁଡାଇ, ବେକ ମୋଡି, ବିଷାକ୍ତ ଗ୍ୟାସ ଦେଇ କିମ୍ବା ମୁଣ୍ଡ କାଟି ମାରି ଦିଆଯାଉଛି। ରେସ୍‌ ପାଇଁ ଗୋଟିଏ ଯୋଗ୍ୟ ପାରା ପାଇବା ଲାଗି ଅଧିକାଂଶ ପାରାଙ୍କୁ ମାରି ଦିଆଯାଉଛି।
ମାକାଉରେ ଶିକାରୀ କୁକୁର ଗ୍ରେହାଉଣ୍ଡ ରେସ୍‌ ଏକ ମୁଖ୍ୟ ବ୍ୟବସାୟ। ବନ୍ଧାହୋଇ ମାଡଖାଇ ଉପାସରେ ଜୀବନ ବଞ୍ଚାଇବାକୁ ଦୌଡୁଥିବା ଏହି ନିରୀହ ପ୍ରାଣୀଙ୍କୁ ଦେଖିବା, ଜୁଆ ଖେଳିବା ତଥା ମଦ୍ୟପାନ ପାଇଁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। କିଛି ରେସ୍‌ରେ ହାରିବା ପରେ ସେମାନଙ୍କୁ ମାରିଦିଆଯାଏ। ଗତ କିଛିବର୍ଷ ଭିତରେ ଏହି ରେସ୍‌ରେ ଲକ୍ଷ ଲକ୍ଷ କୁକୁରଙ୍କୁ ମାରି ଦିଆଯାଇଛି। ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଆମେରିକାରେ ଆରମ୍ଭ ହୋଇଥିବା ଏହି ଭୟଙ୍କର ତଥା ଯନ୍ତ୍ରଣାଦାୟକ ଖେଳ ଦ୍ୱିଗୁଣିତ ହୋଇଛି। ଆମେରିକା ଯେଉଁ ରାଜ୍ୟଗୁଡ଼ିକରେ ଜୁଆରୁ ଲକ୍ଷ ଲକ୍ଷ ଡଲାର ରାଜସ୍ବ ପାଉଛି ସେଠାରେ ଏହାକୁ ଅନୁମିତି ଦେଇଛି। ଶେଷରେ ଏହି ବ୍ୟବସାୟର ନିଷ୍ଠୁରତା ଏବେ ପଦାକୁ ଆସିଛି ଏବଂ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଉଛି, କିନ୍ତୁ ଯେଉଁ ଉପାୟରେ ଏବଂ ଅବସ୍ଥାରେ ଏହି କୁକୁରଙ୍କୁ ରଖାଯାଇଛି ତାହା ଅହୁରି ଖରାପ ହେବାରେ ଲାଗିଛି।
ଭିଏତ୍‌ନାମରେ ପ୍ରତିବର୍ଷ ମାର୍ଚ୍ଚରେ ବୁନ୍‌ ଡନ୍‌ ହାତୀ ଦୌଡ଼ ଅନୁଷ୍ଠିତ ହୋଇଥାଏ। ହାତୀମାନେ ସ୍ଥଳ ଓ ଜଳରେ ଏକ ମାଇଲ୍‌ ଦୌଡିଥାନ୍ତି। ଶୀଘ୍ର ଦୌଡିବା ପାଇଁ ହାତୀ ଉପରେ ଦୁଇଜଣ ମାହୁନ୍ତ ବସି ତା’ ମୁଣ୍ଡର କୋମଳ ଅଂଶରେ ଲୁହା ରଡ୍‌ରେ ଓ ଶରୀରକୁ ଶକ୍ତ ଠେଙ୍ଗାରେ ଆଘାତ କରିଥାନ୍ତି। ହାତୀମାନଙ୍କୁ ଆଘାତ ଦିଆଯାଉଥିବା ସମୟରେ ଲୋକମାନେ ଖୁସିରେ ତାଳି ମାରିଥାନ୍ତି। ହାତୀମାନେ ଘଣ୍ଟାକୁ ୨୫ ମାଇଲ ବେଗରେ ଦୌଡିଥାନ୍ତି। ପ୍ରାଣୀ ସୁରକ୍ଷା କର୍ମୀମାନେ ଏହାକୁ ବନ୍ଦ କରିବା ପାଇଁ ଅନ୍ଦୋଳନ କରୁଛନ୍ତି। ଭାରତ ଏହାକୁ ବନ୍ଦ କରିଦେଇଛି। ନେପାଳରେ ଗୋଟିଏ ରେସ୍‌ ହେଉଛି ଯାହା ବନ୍ଦ ହେବା ଉଚିତ, କିନ୍ତୁ ଏହି ରୋଗ ଏବେ ଆଫଗାନିସ୍ତାନକୁ ବ୍ୟାପିଛି। ପ୍ରାଚୁର୍ଯ୍ୟ ଭିତରେ ଥିବା ମଧ୍ୟପ୍ରାଚ୍ୟ ଏହାକୁ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନେଉନାହିଁ। ସେମାନେ ଏବେ ବି ଘୋଡ଼ା ଏବଂ ଓଟ ଦୌଡ଼ କରୁଛନ୍ତି। ପାକିସ୍ତାନ, ମଙ୍ଗୋଲିଆ ଓ ଅଷ୍ଟ୍ରେଲିଆରେ ମଧ୍ୟ ଏହା ହେଉଛି। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଓ ବୈଧ ସଟ୍ଟାବାଜି ପାଇଁ ଏହି ରେସ୍‌ ଏଠାରେ ଆୟୋଜିତ ହେଉଛି। ଏଠାରେ ଓଟକୁ ସାଂଘାତିକ ଭାବେ ଚାବୁକରେ ପ୍ରହାର କରି ଘଣ୍ଟାକୁ ୬୫ କିଲୋମିଟର ବେଗରେ ଦୌଡାଯାଏ। ଏହି ରେସ୍‌ରେ ଜକି (ଆରୋହୀ) ହେବା ଲାଗି ବାଂଲାଦେଶ ଭଳି ଦେଶଗୁଡିକରୁ ପିଲାମାନଙ୍କୁ ଅପହରଣ କରାଯାଇ ଚାଲାଣ କରାଯାଉଛି। ସେମାନଙ୍କୁ କ୍ରୀତଦାସ ଭଳି ରଖାଯାଉଛି ଓ ସେମାନେ ଯେମିତି କମ୍‌ ଓଜନର ହେବେ ସେଥିପାଇଁ ସମାନଙ୍କୁ ଅଳ୍ପ ଖାଦ୍ୟ ଦିଆଯାଉଛି। ବହୁ ପିଲାଙ୍କର ରେସ୍‌ ସମୟରେ ମୃତ୍ୟୁ ଘଟିଥାଏ। ଅଧିକାଂଶ ଦେଶ ଆନ୍ତର୍ଜାତିକ ଚାପ ଆଗରେ ମୁଣ୍ଡ ନୁଆଁଇ ପିଲାଙ୍କୁ ଜକି କରିବା ଧାରାକୁ ବନ୍ଦ କରିଦେଇଥିବାବେଳେ ଆୟୋଜକମାନେ ପ୍ରାଣୀ ନିର୍ଯାତନାର ଆଉ ଏକ ନୂଆ ଉପାୟ ଆବିଷ୍କାର କରିଛନ୍ତି। ପିଲାଙ୍କ ବଦଳରେ ସେମାନେ ରୋବୋ ଚାବୁକ ବ୍ୟବହାର କରୁଛନ୍ତି। ମାଲିକମାନେ ଓଟକୁ ରିମୋଟ୍‌ କଣ୍ଟ୍ରୋଲ ମାଧ୍ୟମରେ ଚାବୁକ୍‌ ମାରୁଛନ୍ତି। ଏହାଦ୍ୱାରା ଚାବୁକ୍‌ ପ୍ରହାର ତିନିଗୁଣ ବଢିଯାଇଛି। ଏହା ଫଳରେ ଏବେ ଓଟ ମୃତ୍ୟୁ ଆଶାତୀତ ଭାବେ ବଢିଯାଇଛି। ଅଷ୍ଟ୍ରେଲିଆ କୁଇନ୍ସଲାଣ୍ଡରେ ସବୁଠୁ ବଡ଼ ଓଟ ରେସ୍‌ ଅନୁଷ୍ଠିତ ହୋଇଥାଏ। ଲୋକମାନେ ବିଶେଷକରି ସଟ୍ଟାବାଜି, ଦେକାନବଜାର ଓ ମନୋରଞ୍ଜନ ଲାଗି ଏହି ରେସ୍‌କୁ ଆସିଥାନ୍ତି। ଏଠାରେ ଏବେ ଗୋଟିଏ ଦିନରେ ୧୦ ହଜାର ଓଟକୁ ଗୁଳିକରି ମାରିଦିଆଯାଇଛି ଏବଂ ଜଙ୍ଗଲ ନିଆଁ କାରଣରୁ ୧୦ ଲକ୍ଷ ଅନ୍ୟ ଜୀବ ବି ମରିଛନ୍ତି। ଏଣୁ ଏହି ରେସ୍‌ ଚାଲୁ ରହିବ କି ନାହିଁ ତାହା କହିହେଉନି। ସମ୍ଭବତଃ ଅଷ୍ଟ୍ରେଲୀୟମାନେ ରେସ୍‌ ପାଇଁ ଅନ୍ୟ ପ୍ରଜାତିର ଜୀବ ପାଇଯିବେ ଓ ତା’ ଉପରେ ଜୁଆ ଖେଳିବେ। ଶେଷରେ ବିଶ୍ୱ ଧ୍ୱଂସ ହୋଇଯାଇପାରେ, କିନ୍ତୁ ଶେଷ ଯାଏ ଆମେ ନିଷ୍ଠୁର ଓ ଲୋଭୀ ହୋଇ ରହିଯିବା।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri