ପ୍ରହସନ ପାଲଟିଛି ବିଦ୍ୟୁତୀକରଣ ଯୋଜନା : ବର୍ଷେ ତଳୁ ବସିଛି ମିଟର, ସଂଯୋଗ ନାହ

ବଅଁରପାଳ,୧୯ା୫(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନା ଅନେକ ସ୍ଥାନରେ ପ୍ରହସନରେ ପରିଣତ ହୋଇଛି। ଫଳରେ ବହୁ ଗରିବ ଜନସାଧାରଣ ଏହାର ସୁଫଳ ପାଇପାରୁ ନାହାନ୍ତି। ବଅଁରପାଳ ବ୍ଲକ ତୁରଙ୍ଗ ଅଞ୍ଚଳକୁ ଏହାର ଉଦାହରଣ ବୋଲି କୁହାଯାଉଛି।
କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପରିବାରକୁ ରିହାତିରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବା କଥା। ମାତ୍ର ତୁରଙ୍ଗରେ ଉକ୍ତ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନାହଁି। ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ୱ ହେଲା ତୁରଙ୍ଗ ଗୋଚ୍ଛାୟତ ସାହିର ୨୦ରୁ ଊର୍ଦ୍ଧ୍ୱ ବିପିଏଲ ହିତାଧିକାରୀଙ୍କ ଘରେ ମିଟର ବସିବା ସହ ଓ୍ବେୟାରିଂ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ। ଫଳରେ ବହୁ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବାରୁ କେତେଜଣଙ୍କ ମିଟର ଓ ଓ୍ବେୟାରିଂ ନଷ୍ଟ ହେବାକୁ ବସିଲାଣି। ତୁରନ୍ତ ସମ୍ପୃକ୍ତ ହିତାଧିକାରୀଙ୍କୁ ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ବିପିଏଲ୍‌ଧାରୀମାନେ ଦାବି କରି ଆସୁଥିଲେ ସୁଦ୍ଧା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏ ସମ୍ପର୍କରେ ସାହିର ସୂର୍ଯ୍ୟ ଗୋଛାୟତ, ବିଜୁ ଗୋଚ୍ଛାୟତ, ସନ୍ତୋଷ ଗୋଚ୍ଛାୟତ ପ୍ରମୁଖ କହିଛନ୍ତି, ବର୍ଷେ ହେଲା ଘରେ ସରକାରଙ୍କ ପକ୍ଷରୁ ବିଦ୍ୟୁତ୍‌ ତାର ଟଣାଯାଇଛି। ମାତ୍ର କେବେ ସଂଯୋଗ ହେବ ତାହାର ଠିକଣା ନାହିଁ। ଏ ନେଇ ଆମେ ଖୁବ୍‌ଶୀଘ୍ର ପୁଣି ପ୍ରଶାସନର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

ଡହଡହ ଖରାରେ କାମ କରୁଥିଲେ ସୋମନାଥ, ଅଂଶୁଘାତରେ ଚାଲିଗଲା ଜୀବନ; ପରିବାରକୁ ସହାୟତା ଯୋଗାଇ ଦେବାକୁ…

ବଲାଙ୍ଗୀର, ୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଓ୍ବାର୍ଡ ନମ୍ବର ୧୮ ଅନ୍ତର୍ଗତ ତୁଲସୀନଗର ପଡାର ଦୁର୍ଗାମଣ୍ଡପ ପଛପଟେ ରହୁଥିବା ସୋମନାଥ ବନଗୁଲା (୬୫)ଙ୍କ ଶୁକ୍ରବାର ଅଂଶୁଘାତରେ…

ଟୋକନ ସମସ୍ୟା ନେଇ ଆମରଣ ଅନଶନରେ ଚାଷୀ : ସ୍ଥାୟୀ ସମାଧାନ ନ ହେଲେ…

ଝାରବନ୍ଧ, ୧।୬ (ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ଇନ୍ଦ୍ରମଣି ସ୍କୁଲ ଚୋରି ଘଟଣା; ୱାଚମ୍ୟାନକୁ ଉଠାଇନେଲା ଧାମନଗର ପୋଲିସ

ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି…

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

ପୂର୍ବତନ ଏମପି ବାଳଗୋପାଳ ମିଶ୍ରଙ୍କୁ ଅସମ୍ମାନ ପ୍ରସଙ୍ଗ; କୋଶଲବାଦୀ ସଙ୍ଗଠନ ପକ୍ଷରୁ ଅଭିନଵ ପ୍ରତିବାଦ, ଚୌକି ଧରି…

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପୂର୍ବତନ ଏମ୍‌ପି ତଥା ବର୍ଷିୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ…

ଥାନାରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗ; ଦେହରେ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ଫିଙ୍ଗିଦେଲେ, ଚାଲିଗଲା ଜୀବନ

କବିସୂର୍ଯ୍ୟନଗର,୧।୬(କୃପାସିନ୍ଧୁ ସ୍ବାଇଁ): କବିସୂର୍ଯ୍ୟନଗର ପୋଲିସ ନାଁରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଥାନା ଭିତରେ ଯୁବକଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri