Posted inଜାତୀୟ

ପ୍ରଶ୍ନର କାଠଗଡ଼ାରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ପ୍ରସଙ୍ଗ ଖୋଜୁଥିବାବେଳେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଳିଯାଇଛି ଏକ ‘ବ୍ରହ୍ମାସ୍ତ୍ର’। ମୋଦି ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ପ୍ଲଟ୍‌କୁ ନେଇ ନିର୍ବାଚନ କମିଶନ(ଇସି)ଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରିଛନ୍ତି ବୋଲି ମଙ୍ଗଳବାର କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଭାଜପା ଅଭିଯୋଗକୁ ଖଣ୍ଡନ କରି ଏହାକୁ ଅପପ୍ରଚାର ବୋଲି ଜବାବ ରଖିଛି।
କଂଗ୍ରେସ ମୁଖପାତ୍ର ପବନ ଖେରା ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ମୋଦି ପୂର୍ବରୁ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଥିଲେ ଯେ, ଗାନ୍ଧୀନଗରର ସେକ୍ଟର ୧ ସ୍ଥିତ ପ୍ଲଟ୍‌ ନମ୍ବର ୪୧୧ର ସେ ହେଉଛନ୍ତି ସ୍ବତ୍ୱାଧିକାରୀ। ପରେ ସେ ଏହି ପ୍ଲଟ୍‌ ସମ୍ପର୍କିତ ତଥ୍ୟକୁ ହଟାଇ ନିଜକୁ ଅନ୍ୟ ଏକ ପ୍ଲଟର ମାଲିକ ବୋଲି ସତ୍ୟପାଠରେ ଦର୍ଶାଇଥିଲେ। ସତ୍ୟପାଠରେ ଦିଆଯାଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ମୋଦି ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ନିର୍ବାଚନ କମିଶନ ଲୋକ ପ୍ରତିନିଧି ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନିଜ ନାମରେ ଥିବା ପ୍ଲଟର ବିବରଣୀ ସତ୍ୟପାଠରେ ଉଲ୍ଲେଖ କରୁ ନ ଥିବା ଦର୍ଶାଇ ଦାଏର ହୋଇଥିବା ଏକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଏହାର ଯାଞ୍ଚ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ପାଇଁ ସୋମବାର ନିଷ୍ପତ୍ତି ନେବାର ଦିନକ ପରେ କଂଗ୍ରେସ ଏହି ଅଭିଯୋଗ ଆଣିଛି।
ପ୍ରକାଶ ଯେ, ମହାରାଷ୍ଟ୍ରର ସାକେତ ଗୋଖଲେ ୨୦୦୨ ଅକ୍ଟୋବରରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସରକାରଙ୍କ ନୀତି ଅନୁସାରେ ତାଙ୍କୁ ଏକ ପ୍ଲଟ୍‌ ମିଳିଥିଲା ବୋଲି ଏଥିରେ ସେ ଉଲ୍ଲେଖ କରିଥିଲେ। ପବନ ଖେରାଙ୍କ ଅଭିଯୋଗ ହେଉଛି, ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ମୋଦି ନିଜ ସତ୍ୟପାଠରେ ପ୍ଲଟ୍‌ ନଂ. ୪୧୧ ସମ୍ପର୍କରେ କିଛି ସୂଚନା ଦେଇ ନ ଥିଲେ। ଏହା ବଦଳରେ ସେ ସମାନ ଠିକଣାରେ ଥିବା ପ୍ଲଟ୍‌ ନଂ, ୪୦୧/ଏର ଏକଚତୁର୍ଥାଂଶ ମାଲିକ ବୋଲି ନିଜକୁ ଦର୍ଶାଇଥିଲେ। ୨୦୧୪ ଲୋକ ସଭା ନିର୍ବାଚନ ପାଇଁ ମୋଦି ନାମାଙ୍କନପତ୍ର ଦାଖଲ ବେଳେ ୪୧୧ ପ୍ଲଟ୍‌ ନେଇ ସତ୍ୟପାଠରେ ଉଲ୍ଲେଖ ନ କରି ପ୍ଲଟ୍‌ ନଂ ୪୦୧/ଏ ସମ୍ପର୍କରେ ଅବତାରଣା କରିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଓ୍ବେବ୍‌ସାଇଟ୍‌ରେ ମଧ୍ୟ ମୋଦି ନିଜକୁ ‘୪୦୧/ଏ’ର ଏକଚତୁର୍ଥାଂଶ ସ୍ବତ୍ୱାଧିକାରୀ ବୋଲି ଘୋଷଣା କରିଥିଲେ। ୨୦୦୭ରୁ ୨୦୧୫ ମଧ୍ୟରେ ପ୍ଲଟର ଏରିଆ ସମାନ ରହିଥିଲା। କିନ୍ତୁ ଏହାର ମାଲିକାନା ସ୍ବତ୍ୱ ବଦଳିଯାଇଥିଲା। ମୋଦି ପ୍ଲଟ ନଂ. ୪୧୧ର ପୂରା ମାଲିକ ଥିବାବେଳେ ୪୦୧/ଏର ଆଂଶିକ ସ୍ବତ୍ୱାଧିକାରୀ କିପରି ହେଲେ ବୋଲି ପବନ ପ୍ରଶ୍ନ କରିଛନ୍ତି।
ପବନ ଆହୁରି କହିଛନ୍ତି, ଗୁଜରାଟ ରାଜସ୍ବ ବିଭାଗର ଜମି ରେକର୍ଡରେ ‘୪୦୧/ଏ’ ନାମରେ ଗାନ୍ଧୀନଗରର କୌଣସି ପ୍ଲଟ୍‌ ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ୨୦୧୪ ସାଧାରଣ ନିର୍ବାଚନ ବେଳେ ସତ୍ୟପାଠରେ ନିଜକୁ ମୋଦିଙ୍କ ଭଳି ୪୦୧/ଏ ପ୍ଲଟ୍‌ର ଏକଚତୁର୍ଥାଂଶ ମାଲିକ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ସାର୍ବଜନୀନ ତଥ୍ୟାନୁସାରେ ୪୦୧ ପ୍ଲଟର ସମ୍ପୂର୍ଣ୍ଣ ମାଲିକ ହେଉଛନ୍ତି ଜେଟ୍‌ଲୀ। ସେ ନିର୍ବାଚନ କମିଶନଙ୍କ ନିକଟରେ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠ ଓ ୨୦୧୪ର ସତ୍ୟପାଠ ମଧ୍ୟରେ ତାଳମେଳ ଖାଉନାହିଁ। ୨୦୧୨ରେ ସୁପ୍ରିମକୋର୍ଟ ଗୁଜରାଟରେ ସରକାରୀ କର୍ମଚାରୀଙ୍କୁ ଆବଣ୍ଟିତ ଜମି ମାମଲାର ଶୁଣାଣି କରିବାବେଳେ ଭାଜପା ନେତା ତଥା ଓକିଲ ମୀନାକ୍ଷୀ ଲେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିତ୍ଥିଲେ। ଗୁଜରାଟ ସରକାର ୨୦୦୦ ମସିହାରୁ କୌଣସି ଏମ୍‌ପି/ବିଧାୟକଙ୍କୁ ନୂଆ ଜମି ଆବଣ୍ଟନ କରିନାହାନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ। ତେବେ ନରେନ୍ଦ୍ର ମୋଦି ଗାନ୍ଧୀନଗରରେ ଏହି ପ୍ଲଟ୍‌ କେଉଁଠୁ ପାଇଲେ ବୋଲି ପବନ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲରେ ଏହାକୁ ଖଣ୍ଡନ କରାଯାଇଛି। କଂଗ୍ରେସ ଦଳରେ ପ୍ରସଙ୍ଗର ଦେବାଳିଆପଣ ସୃଷ୍ଟି ହୋଇଛି ବୋଲି ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ, ୩।୫:ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅକାଳ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ। ସେହିପରି ପୂରା ଜୀବନ କାଳ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ...

ଶେଷରେ ସବୁ ଚର୍ଚ୍ଚାର ଘଟିଲା ଅନ୍ତ: ରାଏବରେଲି-ଆମେଠିରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୩।୫: ନାମାଙ୍କନପତ୍ରର ଶେଷ ଦିନରେ କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଦୁଇଟି ଆସନରେ...

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

ସର୍ଭେ ଆଳରେ ଭୋଟର ପଞ୍ଜୀକରଣ ମନା

ନୂଆଦିଲ୍ଲୀ,୩ା୫(ପି.ଟି.):ସର୍ଭେ ଆଳରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କର ପ୍ରସ୍ତାବିତ ଲାଭଦାୟକ ଯୋଜନା ପାଇଁ ଭୋଟରମାନଙ୍କୁ ପଞ୍ଜୀକୃତ କରାଉଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ (ଇସି)...

କୋଭିଶିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟା: ସୁପ୍ରିମକୋର୍ଟରେ କ୍ଷତିପୂରଣ ଦାବି

ନୂଆଦିଲ୍ଲୀ,୩ା୫:କରୋନା ପ୍ରତିଶେଧକ ଟିକା କୋଭିଶିଲ୍ଡର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଅଷ୍ଟ୍ରାଜେନିକା କମ୍ପାନୀ ସ୍ବୀକାର କରିବା ପରେ ଏହାର ଯାଞ୍ଚ ପାଇଁ ଜଣେ ଆଇନଜୀବୀ ସୁପ୍ରିମକୋର୍ଟଙ୍କ...

ଡିସିଡବ୍ଲ୍ୟୁର ୨୨୩ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କୁ ବହିଷ୍କାର କରିବା...

ରାଏବରେଲି, ଆମେଠିରୁ କିଏ ହେବେ ପ୍ରାର୍ଥୀ? ଆଜି ରାତି ସୁଦ୍ଧା ପ୍ରିୟଙ୍କା, ରାହୁଲ ନେବେ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ୨୦୨୪ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଅନୁଷ୍ଠିତ ହେବ। କିନ୍ତୁ ଆଜିକାଲି ପଞ୍ଚମ ପର୍ଯ୍ୟାୟ (ମେ ୨୦)ରେ ମତଦାନ...

ରାଏବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri