Posted inଜାତୀୟ

ପ୍ରଶ୍ନର କାଠଗଡ଼ାରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ପ୍ରସଙ୍ଗ ଖୋଜୁଥିବାବେଳେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଳିଯାଇଛି ଏକ ‘ବ୍ରହ୍ମାସ୍ତ୍ର’। ମୋଦି ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ପ୍ଲଟ୍‌କୁ ନେଇ ନିର୍ବାଚନ କମିଶନ(ଇସି)ଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରିଛନ୍ତି ବୋଲି ମଙ୍ଗଳବାର କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଭାଜପା ଅଭିଯୋଗକୁ ଖଣ୍ଡନ କରି ଏହାକୁ ଅପପ୍ରଚାର ବୋଲି ଜବାବ ରଖିଛି।
କଂଗ୍ରେସ ମୁଖପାତ୍ର ପବନ ଖେରା ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ମୋଦି ପୂର୍ବରୁ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଥିଲେ ଯେ, ଗାନ୍ଧୀନଗରର ସେକ୍ଟର ୧ ସ୍ଥିତ ପ୍ଲଟ୍‌ ନମ୍ବର ୪୧୧ର ସେ ହେଉଛନ୍ତି ସ୍ବତ୍ୱାଧିକାରୀ। ପରେ ସେ ଏହି ପ୍ଲଟ୍‌ ସମ୍ପର୍କିତ ତଥ୍ୟକୁ ହଟାଇ ନିଜକୁ ଅନ୍ୟ ଏକ ପ୍ଲଟର ମାଲିକ ବୋଲି ସତ୍ୟପାଠରେ ଦର୍ଶାଇଥିଲେ। ସତ୍ୟପାଠରେ ଦିଆଯାଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ମୋଦି ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ନିର୍ବାଚନ କମିଶନ ଲୋକ ପ୍ରତିନିଧି ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନିଜ ନାମରେ ଥିବା ପ୍ଲଟର ବିବରଣୀ ସତ୍ୟପାଠରେ ଉଲ୍ଲେଖ କରୁ ନ ଥିବା ଦର୍ଶାଇ ଦାଏର ହୋଇଥିବା ଏକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଏହାର ଯାଞ୍ଚ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ପାଇଁ ସୋମବାର ନିଷ୍ପତ୍ତି ନେବାର ଦିନକ ପରେ କଂଗ୍ରେସ ଏହି ଅଭିଯୋଗ ଆଣିଛି।
ପ୍ରକାଶ ଯେ, ମହାରାଷ୍ଟ୍ରର ସାକେତ ଗୋଖଲେ ୨୦୦୨ ଅକ୍ଟୋବରରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସରକାରଙ୍କ ନୀତି ଅନୁସାରେ ତାଙ୍କୁ ଏକ ପ୍ଲଟ୍‌ ମିଳିଥିଲା ବୋଲି ଏଥିରେ ସେ ଉଲ୍ଲେଖ କରିଥିଲେ। ପବନ ଖେରାଙ୍କ ଅଭିଯୋଗ ହେଉଛି, ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ମୋଦି ନିଜ ସତ୍ୟପାଠରେ ପ୍ଲଟ୍‌ ନଂ. ୪୧୧ ସମ୍ପର୍କରେ କିଛି ସୂଚନା ଦେଇ ନ ଥିଲେ। ଏହା ବଦଳରେ ସେ ସମାନ ଠିକଣାରେ ଥିବା ପ୍ଲଟ୍‌ ନଂ, ୪୦୧/ଏର ଏକଚତୁର୍ଥାଂଶ ମାଲିକ ବୋଲି ନିଜକୁ ଦର୍ଶାଇଥିଲେ। ୨୦୧୪ ଲୋକ ସଭା ନିର୍ବାଚନ ପାଇଁ ମୋଦି ନାମାଙ୍କନପତ୍ର ଦାଖଲ ବେଳେ ୪୧୧ ପ୍ଲଟ୍‌ ନେଇ ସତ୍ୟପାଠରେ ଉଲ୍ଲେଖ ନ କରି ପ୍ଲଟ୍‌ ନଂ ୪୦୧/ଏ ସମ୍ପର୍କରେ ଅବତାରଣା କରିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଓ୍ବେବ୍‌ସାଇଟ୍‌ରେ ମଧ୍ୟ ମୋଦି ନିଜକୁ ‘୪୦୧/ଏ’ର ଏକଚତୁର୍ଥାଂଶ ସ୍ବତ୍ୱାଧିକାରୀ ବୋଲି ଘୋଷଣା କରିଥିଲେ। ୨୦୦୭ରୁ ୨୦୧୫ ମଧ୍ୟରେ ପ୍ଲଟର ଏରିଆ ସମାନ ରହିଥିଲା। କିନ୍ତୁ ଏହାର ମାଲିକାନା ସ୍ବତ୍ୱ ବଦଳିଯାଇଥିଲା। ମୋଦି ପ୍ଲଟ ନଂ. ୪୧୧ର ପୂରା ମାଲିକ ଥିବାବେଳେ ୪୦୧/ଏର ଆଂଶିକ ସ୍ବତ୍ୱାଧିକାରୀ କିପରି ହେଲେ ବୋଲି ପବନ ପ୍ରଶ୍ନ କରିଛନ୍ତି।
ପବନ ଆହୁରି କହିଛନ୍ତି, ଗୁଜରାଟ ରାଜସ୍ବ ବିଭାଗର ଜମି ରେକର୍ଡରେ ‘୪୦୧/ଏ’ ନାମରେ ଗାନ୍ଧୀନଗରର କୌଣସି ପ୍ଲଟ୍‌ ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ୨୦୧୪ ସାଧାରଣ ନିର୍ବାଚନ ବେଳେ ସତ୍ୟପାଠରେ ନିଜକୁ ମୋଦିଙ୍କ ଭଳି ୪୦୧/ଏ ପ୍ଲଟ୍‌ର ଏକଚତୁର୍ଥାଂଶ ମାଲିକ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ସାର୍ବଜନୀନ ତଥ୍ୟାନୁସାରେ ୪୦୧ ପ୍ଲଟର ସମ୍ପୂର୍ଣ୍ଣ ମାଲିକ ହେଉଛନ୍ତି ଜେଟ୍‌ଲୀ। ସେ ନିର୍ବାଚନ କମିଶନଙ୍କ ନିକଟରେ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠ ଓ ୨୦୧୪ର ସତ୍ୟପାଠ ମଧ୍ୟରେ ତାଳମେଳ ଖାଉନାହିଁ। ୨୦୧୨ରେ ସୁପ୍ରିମକୋର୍ଟ ଗୁଜରାଟରେ ସରକାରୀ କର୍ମଚାରୀଙ୍କୁ ଆବଣ୍ଟିତ ଜମି ମାମଲାର ଶୁଣାଣି କରିବାବେଳେ ଭାଜପା ନେତା ତଥା ଓକିଲ ମୀନାକ୍ଷୀ ଲେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିତ୍ଥିଲେ। ଗୁଜରାଟ ସରକାର ୨୦୦୦ ମସିହାରୁ କୌଣସି ଏମ୍‌ପି/ବିଧାୟକଙ୍କୁ ନୂଆ ଜମି ଆବଣ୍ଟନ କରିନାହାନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ। ତେବେ ନରେନ୍ଦ୍ର ମୋଦି ଗାନ୍ଧୀନଗରରେ ଏହି ପ୍ଲଟ୍‌ କେଉଁଠୁ ପାଇଲେ ବୋଲି ପବନ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲରେ ଏହାକୁ ଖଣ୍ଡନ କରାଯାଇଛି। କଂଗ୍ରେସ ଦଳରେ ପ୍ରସଙ୍ଗର ଦେବାଳିଆପଣ ସୃଷ୍ଟି ହୋଇଛି ବୋଲି ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି: ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ,…

ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ: ଗିରଫ କରି ସିଧାସଳଖ BSFକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କୋଲକାତା, ୨୦।୬: ପଶ୍ଚିମବଙ୍ଗରୁ ବେଆଇନ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟର ନବର୍ନିବାଚିତ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ରାଜ୍ୟ…

ଜାତିସଂଘର ଚେତାବନୀ, ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ! ଦେଖାଦେଇପାରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୨୦।୫:  ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ବୁଧବାରଏକ ଗମ୍ଭୀର ବିଶ୍ୱ ଖାଦ୍ୟ ସଙ୍କଟ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି । FAO ଅନୁଯାୟୀ,…

ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ପରିବାରକୁ ବଡ଼ ଝଟ୍‌କା: କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ହେବ ନାହିଁ…

ଭୋପାଳ,୨୦।୫: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ମଡେଲ୍‌ ତଥା ଅଭିନେତ୍ରୀ ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୀଡ଼ିତ ପରିବାରକୁ ଏକ ବଡ଼ ଝଟ୍‌କା ଲାଗିଛି। ମୃତଦେହର ଦ୍ୱିତୀୟ…

ଏହି ଜିଲା ବିଶ୍ବରେ ସବୁଠୁ ଉତ୍ତପ୍ତ, ତାପମାତ୍ରା ୪୭.୬ ଡିଗ୍ରୀ ରେକର୍ଡ

ଲକ୍ଷ୍ନୌ,୨୦ା୫: ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲା ଚଳିତ ବର୍ଷ ଗ୍ରୀଷ୍ମ ରେକର୍ଡକୁ ଲଗାତାର ଭାଙ୍ଗିବାରେ ଲାଗିଛି । ଗତ ମାସରେ ଦ୍ୱିତୀୟ ଥର ବାନ୍ଦା…

ମେଲୋଡିକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ, ବେକାରି ଯୋଗୁଁ….

ନୂଆଦିଲ୍ଲୀ,୨୦ା୫: “ମେଲୋଡି”କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ବନ୍ଧୁତା…

ମୋଦି ମେଲୋନିକୁ ମେଲୋଡି ଉପହାର ଦେବା ପରେ ଏଭଳି କହିଲା ଚକୋଲେଟ କମ୍ପାନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଏକ ସ୍ୱତନ୍ତ୍ର ଉପହାର ସ୍ୱରୂପ ‘ମେଲୋଡି’ ଟଫି ପ୍ରଦାନ କରିଛନ୍ତି । ଏହାର ଭିଡିଓ ବର୍ତ୍ତମାନ…

କ’ଣ ଏହି କକ୍ରୋଚ ଜନତା ପାର୍ଟି? ଦଳ ଜଏନ କରିବାର ଯୋଗ୍ୟତା ଶୁଣିଲେ ହୋଇଯିବେ ତାଜୁବ…

ନୂଆଦିଲ୍ଲୀ,୨୦।୫: ସୋସିଆଲ ମିଡିଆ ବର୍ତ୍ତମାନ ଗୋଟିଏ ନାରା “କକ୍ରୋଚ ଜନତା ପାର୍ଟି” (CJP)। ଏହା ଏକ ପାରମ୍ପରିକ ରାଜନୈତିକ ଦଳ ନୁହେଁ, ବରଂ ଏକ ଡିଜିଟାଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri