ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା

କୁନ୍ଦୁରା,୩୦।୧(ଡି.ଏନ୍‌.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ଅଭାବରେ ବୁଡ଼ି ଜରାଜୀର୍ଣ୍ଣ ଘରେ ପଡ଼ିରରହିଛନ୍ତି ଗୋରୀମଣି ଓ ତାଙ୍କ ପରିବାର।
କୋରାପୁଟ ଜିଲା କୁନ୍ଦୁରାରୁ ମାତ୍ର ୩ କି.ମି. ଦୂରରେ ରହିଛି ଝରିଗଁା। ସେଠାକାର ବାସିନ୍ଦା ଆଦିବାସୀ ପରଜା ସମ୍ପ୍ରଦାୟର ସେନାପତି ପରଜା (୫୦) ଓ ଧରମା ପରଜାଙ୍କ ଝିଅ ଗୋରୀମଣି (୧୯) ଦୃଷ୍ଟିହୀନ। କୁନ୍ଦୁରା, ଜୟପୁର ଓ କୋରାପୁଟରେ ଝିଅର ଆଖି ଚିକିତ୍ସା କରାଇବା ସହ ଥରେ ଅପରେଶନ ମଧ୍ୟ କରି ବିଫଳ ହୋଇଛନ୍ତି ସେନାପତି। ବର୍ତ୍ତମାନ ଗୋରୀମଣିଙ୍କୁ ଆଧାରକାର୍ଡ ଅନୁଯାୟୀ ୧୯ ବର୍ଷ ହୋଇଥିବାବେଳେ ଦେଖିପାରୁ ନ ଥିବା ଯୋଗୁ କିଛି କାମ କରିପାରୁ ନାହାନ୍ତି। ବୃଦ୍ଧ ପିତାମାତା ହିଁ କେବଳ ଏକମାତ୍ର ଭରସା। ଗୋରୀମଣିଙ୍କୁ ୫/୬ ବର୍ଷ ବୟସ ହୋଇଥିବା ଯାଏ ସେ ଅଳ୍ପ ଦେଖି ପାରୁଥିଲେ। ବର୍ତ୍ତମାନ ତାଙ୍କୁ ବିଲ୍‌କୁଲ୍‌ ଦେଖାଯାଉନି। କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଗୋରୀମଣି ପରଜା ୧୦୦ ପ୍ରତିଶତ ଭିନ୍ନକ୍ଷମ ବୋଲି କୋରାପୁଟ ଜିଲା ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ରେଜିଷ୍ଟ୍ରେଶନ ନଂ. ୮ ଏବଂ ସିରିଏଲ୍‌ ନଂ.-୮ରେ ରୋଗ ଭିଜୁଆଲି ହାଣ୍ଡିକ୍ୟାପ୍‌ଡ ବୋଲି ୧୦ ସେପ୍ଟେମ୍ବର ୨୦୧୮ରେ ସାର୍ଟିଫିକେଟ ଦିଆଯାଇଛି। ସେହି ସାର୍ଟିଫିକେଟକୁ ଛାଡ଼ିଦେଲେ ପ୍ରଶାସନ ତାଙ୍କୁ ଟ୍ରେନ୍‌, ବସ୍‌ ପାସ କିମ୍ବା ଆଇଡି କାର୍ଡ ଦେଇନାହିଁ। ଦୀର୍ଘଦିନ ହେଲା ଭତ୍ତା ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଗୋରୀମଣିଙ୍କ ଦୁଃଖ ଶୁଣୁନି ପ୍ରଶାସନ। ସରକାରୀ ନିୟମ ଅନୁଯାୟୀ ଦୃଷ୍ଟିହୀନଙ୍କୁ ଅନ୍ତ୍ୟୋଦୟ, ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରାଯିବା ସହ ୩୫ କେଜି ଚାଉଳ ଦିଆଯିବା କଥା। କିନ୍ତୁ ୫ କେଜି ଚାଉଳ ଦେଇ ଚୁପ୍‌ ବସିଛି ପ୍ରଶାସନ। ୩୦/୪୦ ବର୍ଷ ତଳର ମାଟି ତିଆରି ଚାଳଘର ଏବେ ଭାଙ୍ଗିବାକୁ ବସିଲାଣି। ସେହିଘରେ ୫ ପ୍ରାଣୀ କୁଟୁମ୍ବ ରହୁଛନ୍ତି। ସେମାନଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ପ୍ରଶାସନ ଗୋରୀମଣିଙ୍କ ଚିକିତ୍ସା କରାଇବା ସହ ତାଙ୍କୁ ଭତ୍ତା ଓ ପରିବାରକୁ ଆବାସ ଦେବା ଲାଗି ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ବଦ୍ରି, ଅଭିମନ୍ୟୁ, ଶମ୍ଭୁନାଥ, ସୌମ୍ୟଙ୍କ ନାମାଙ୍କନପତ୍ର ଦାଖଲ

ହାଟଡିହୀ/ସୋସୋ,୬ା୫(ଶୁଭକାନ୍ତ ନାୟକ/ସତ୍ୟବ୍ରତ ଜେନା): କେନ୍ଦୁଝର ଜିଲା ଘସିପୁରା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ବିରୋଧୀମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସ ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri