ପ୍ରଫୁଲ୍ଲ ଭୀମଭୋଇ ସାମର୍ଥ୍ୟ ଅଭିଯାନ: ଚିହ୍ନଟ ହେଲେ ୮୪୯ ଦିବ୍ୟାଙ୍ଗ

ପୁରୀ ଅଫିସ,୬।୧୧: ବାତ୍ୟା ପ୍ରପୀଡ଼ିତ ଦିବ୍ୟାଙ୍ଗ ମାନଙ୍କୁ ସହାୟତା କରିବା ପାଇଁ ପୁରୀ ଜିଲାରେ ପ୍ରଫୁଲ୍ଲ ଯୋଜନା ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପୁରୁଣା କ୍ୟାମ୍ପସଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।

ପୁରୀ ଜିଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗରେ ମୋଟ ୮୪୯ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ଭିନ୍ନକ୍ଷମଙ୍କ ମଧ୍ୟରେ ଶ୍ରବଣ ବାଧିତ ୧୩୭, ମାନସିକ ଅନଗ୍ରସର ୧୨୮, ଶାରୀରିକ ଅକ୍ଷମ ୪୮୮ ଜଣଙ୍କୁ ଚିହ୍ନଟ କରାଯାଇଛି। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ବିଭିନ୍ନ ବିଭାଗରେ ଭିନ୍ନକ୍ଷମମାନଙ୍କୁ ଚିନ୍ହଟ କରିଥିଲେ। ଏହି ଶିବିରକୁ ପୁରୀ ଜିଲା ସମାଜ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ, ବି.ଏସ୍‌.ଏସ୍‌.ଓ. ପୂର୍ଣ୍ଣିମା ବେହେରା, ସୁକଦେବ ମହାରଣା, ପିଙ୍ଗଳାକ୍ଷୀ ସାମାଜିକ ଅନୁଷ୍ଠାନର ଗନବିହାରି ଦାସ,ପଦ୍ମଲୋଚନ ମହାନ୍ତି ତଥା ପ୍ରଫୁଲ୍ଲ ଜିଲା ପରାମର୍ଶଦାତା ସିଦ୍ଧାର୍ଥ ରାୟ, ଯଶସ୍ବିନୀ ଦାସ ଓ ସନ୍ତୋଷ କୁମାର ବେହେରା ପରିଚାଳନା କରିଥିଲେ। ପରବର୍ତ୍ତୀ ଶିବିର ଚଳିତ ମାସ ୮ ତାରିଖ ଦିନ ଡେଲାଙ୍ଗ ଆଭା ସାମାଜିକ ଅନୁଷ୍ଠାନଠାରେ ଆୟୋଜିତ ହେବ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?