ପ୍ରଦୂଷଣକୁ ଅଣଦେଖା: ଧୂଆଁ, ଧୂଳି ବଳୟରେ ଉପକୂଳ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ସହରାଞ୍ଚଳ ଓ ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ଯାନବାହନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି। ଦେଶର ରାଜଧାନୀ ଦିଲ୍ଲୀ ପ୍ରଦୂଷଣ ବଳୟରେ ଅଣନିଃଶ୍ୱାସୀ ହେଉଛି। ଖୋଲା ନିଃଶ୍ୱାସପ୍ରଶ୍ୱାସ ନେବା ଏକପ୍ରକାର ଅସମ୍ଭବ ହେଲାଣି। ଏହି ମନୁଷ୍ୟକୃତ ବିପତ୍ତି ଏବେ ଅନ୍ୟ ସହରଗୁଡ଼ିକୁ ବ୍ୟାପିବା ଆରମ୍ଭ କଲାଣି। ରାଜଧାନୀ ଭୁବନେଶ୍ୱର ମଧ୍ୟ ପ୍ରଦୂଷଣ ବଳୟ ଭିତରକୁ ଧୀରେ ଧୀରେ ଚାଲିଯାଉଛି। ଶନିବାର ଭୋରରୁ ସହରର ଚତୁର୍ଦ୍ଦିଗକୁ ଧୂଆଁମୟ ପରିବେଶ ଢାଙ୍କି ରହିଥିଲା। ଏହା କୁହୁଡ଼ିର ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ ବାସ୍ତବରେ ତାହା କୁହୁଡ଼ି ନ ଥିଲା। ଧୂଳି ଧୂଆଁମିଶା ଏକ ଆସ୍ତରଣ ଦିନତମାମ ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଥିଲା। ପାଣିପାଗ ବିଭାଗ ସୂଚନା ମୁତାବକ, ଓଡ଼ିଶା ଉପକୂଳରେ ଆଣ୍ଟି ସାଇକ୍ଲୋନ୍‌ ପରିବେଶ ରହିଛି। ଅର୍ଥାତ୍‌ ବାୟୁ ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଛି। ଉପକୂଳରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ବାୟୁ ପ୍ରବାହ ଥିଲେ ମଧ୍ୟ ଘଣ୍ଟା ପ୍ରତି ୫ କିଲୋମିଟରରୁ କମ୍‌ ରହିଛି। ବାୟୁ ଚଳାଚଳ ନ ଥିବାରୁ ସହରର ଧୂଳି, ଧୂଆଁ ଓ ପ୍ରଦୂଷଣ ସୃଷ୍ଟିକାରୀ କଣିକା ଯାଇ ନ ପାରି ଏକ ଆସ୍ତରଣ ଭଳି ଭୂପୃଷ୍ଠରୁ ୧ କିଲୋମିଟର ବ୍ୟାପୀ ରହିଥିଲା। ଏଭଳି ପରିସ୍ଥିତି ଆହୁରି ଦୁଇ ତିନିଦିନ ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌.ଆର. ବିଶ୍ୱାସ କହିଛନ୍ତି।

୨୦୧୪ ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜାତୀୟ ବାୟୁ ସୂଚକାଙ୍କ(ଏକ୍ୟୁଆଇ) ଅନୁଯାୟୀ, ବାୟୁମଣ୍ଡଳରେ ବିଭିନ୍ନ ଗ୍ୟାସ୍‌ ଓ ଧୂଳିକଣାର ଅନୁପାତ ୦ରୁ ୫୦ ମଧ୍ୟରେ ରହିଲେ ମଣିଷ ସ୍ବାସ୍ଥ୍ୟ ପାଇଁ ଉତ୍ତମ। ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ଚଳନୀୟ, ୨୦୧ରୁ ୩୦୦ କ୍ଷତିକାରକ, ୩୦୧ରୁ ୪୦୦ ଅତ୍ୟନ୍ତ କ୍ଷତିକାରକ ଏବଂ ୪୦୧ରୁ ୫୦୦ ରହିଲେ ଭୟଙ୍କର କ୍ଷତିକାରକ। ଅର୍ଥାତ୍‌ ଏଭଳି ପରିସ୍ଥିତିରେ ମନୁଷ୍ୟ ଅଧିକ ସମୟ ତିଷ୍ଠିପାରିବ ନାହିଁ। ମାତ୍ର ଆଶ୍ଚର୍ଯ୍ୟର କଥା ଯେ, ସହରାଞ୍ଚଳର ପ୍ରଦୂଷଣ ମାପିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଶନିବାର ଭୁବନେଶ୍ୱରରେ ପ୍ରଦୂଷଣ ହାର କେତେ ରହିଥିଲା, ସେନେଇ ତଥ୍ୟ ପାଣିପାଗ ବିଭାଗ କିମ୍ବା ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ନାହିଁ। କେତେକ ସହରରେ ମାନୁଆଲ ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ଲଗାଯାଇଛି। ତାହା ପୁଣି ମାସେ କିମ୍ବା ଦୁଇମାସରେ ଥରେ ଅପ୍‌ଡେଟ୍‌ କରାଯାଉଛି। ରାଜ୍ୟ ସରକାର ବାୟୁ ପ୍ରଦୂଷଣକୁ ଅତ୍ୟନ୍ତ ହାଲୁକା ଭାବେ ନେଉଥିବାରୁ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଓଡ଼ିଶାର ଅନେକ ସହର ବାୟୁ ପ୍ରଦୂଷଣର ବିଷ ବଳୟ ଭିତରକୁ ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ମଧ୍ୟ ଏ ନେଇ ସତର୍କ କଲାଣି। ଓଡ଼ିଶାରେ ବାୟୁ ପ୍ରଦୂଷଣ ଯେ ଚିନ୍ତାର କାରଣ ପାଲଟିଲାଣି, ତାହା ଜଳଜଳ ହୋଇ ଦିଶିଲାଣି। ନିକଟରେ ସିପିସିବି ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ଦେଶର ୧୦୬ଟି ଅତ୍ୟନ୍ତ ପ୍ରଦୂଷିତ ସହର ମଧ୍ୟରୁ ଓଡିଶାର ୭ଟି ସହରକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହି ସହରଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର ଏବଂ କଳିଙ୍ଗନଗର। ସହରାଞ୍ଚଳଗୁଡ଼ିକର ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଉକ୍ତ ସହରରେ ପ୍ରଦୂଷଣ ମାତ୍ରା ହ୍ରାସ କରିବା ନେଇ କି ପଦକ୍ଷେପ ନିଆଯାଇଛି ସେନେଇ ଏନ୍‌ଜିଟି କୈଫିୟତ ତଲବ କରିଛନ୍ତି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୭ଟି ସହର ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର ଏବଂ କଳିଙ୍ଗନଗର ପାଇଁ ସମନ୍ବିତ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଜନସଚେତନତା ସୃଷ୍ଟି କରିବା ସହ ସହର ଓ ଖଣି ଅଞ୍ଚଳଗୁଡ଼ିକରେ ସବୁଜ ବଳୟ ସୃଷ୍ଟି ଲାଗି ବ୍ୟାପକ ବୃକ୍ଷ ରୋପଣ କରିବ।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦେଶରେ ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକଙ୍କର ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟୁଛି। ଏହି ବାୟୁ ପ୍ରଦୂଷଣ ମନୁଷ୍ୟର ହାରାହାରି ବଞ୍ଚିବା ସମୟରୁ ମଧ୍ୟ ୨୦ ମାସ କମ୍‌ କରିଦେଉଛି। ସରକାର ଓ ଜନସାଧାରଣ ସଚେତନ ନ ହେଲେ ପ୍ରଦୂଷଣଜନିତ ସମସ୍ୟା ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri