ପ୍ରଦୂଷଣକୁ ଅଣଦେଖା: ଧୂଆଁ, ଧୂଳି ବଳୟରେ ଉପକୂଳ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ସହରାଞ୍ଚଳ ଓ ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ଯାନବାହନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି। ଦେଶର ରାଜଧାନୀ ଦିଲ୍ଲୀ ପ୍ରଦୂଷଣ ବଳୟରେ ଅଣନିଃଶ୍ୱାସୀ ହେଉଛି। ଖୋଲା ନିଃଶ୍ୱାସପ୍ରଶ୍ୱାସ ନେବା ଏକପ୍ରକାର ଅସମ୍ଭବ ହେଲାଣି। ଏହି ମନୁଷ୍ୟକୃତ ବିପତ୍ତି ଏବେ ଅନ୍ୟ ସହରଗୁଡ଼ିକୁ ବ୍ୟାପିବା ଆରମ୍ଭ କଲାଣି। ରାଜଧାନୀ ଭୁବନେଶ୍ୱର ମଧ୍ୟ ପ୍ରଦୂଷଣ ବଳୟ ଭିତରକୁ ଧୀରେ ଧୀରେ ଚାଲିଯାଉଛି। ଶନିବାର ଭୋରରୁ ସହରର ଚତୁର୍ଦ୍ଦିଗକୁ ଧୂଆଁମୟ ପରିବେଶ ଢାଙ୍କି ରହିଥିଲା। ଏହା କୁହୁଡ଼ିର ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ ବାସ୍ତବରେ ତାହା କୁହୁଡ଼ି ନ ଥିଲା। ଧୂଳି ଧୂଆଁମିଶା ଏକ ଆସ୍ତରଣ ଦିନତମାମ ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଥିଲା। ପାଣିପାଗ ବିଭାଗ ସୂଚନା ମୁତାବକ, ଓଡ଼ିଶା ଉପକୂଳରେ ଆଣ୍ଟି ସାଇକ୍ଲୋନ୍‌ ପରିବେଶ ରହିଛି। ଅର୍ଥାତ୍‌ ବାୟୁ ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଛି। ଉପକୂଳରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ବାୟୁ ପ୍ରବାହ ଥିଲେ ମଧ୍ୟ ଘଣ୍ଟା ପ୍ରତି ୫ କିଲୋମିଟରରୁ କମ୍‌ ରହିଛି। ବାୟୁ ଚଳାଚଳ ନ ଥିବାରୁ ସହରର ଧୂଳି, ଧୂଆଁ ଓ ପ୍ରଦୂଷଣ ସୃଷ୍ଟିକାରୀ କଣିକା ଯାଇ ନ ପାରି ଏକ ଆସ୍ତରଣ ଭଳି ଭୂପୃଷ୍ଠରୁ ୧ କିଲୋମିଟର ବ୍ୟାପୀ ରହିଥିଲା। ଏଭଳି ପରିସ୍ଥିତି ଆହୁରି ଦୁଇ ତିନିଦିନ ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌.ଆର. ବିଶ୍ୱାସ କହିଛନ୍ତି।

୨୦୧୪ ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜାତୀୟ ବାୟୁ ସୂଚକାଙ୍କ(ଏକ୍ୟୁଆଇ) ଅନୁଯାୟୀ, ବାୟୁମଣ୍ଡଳରେ ବିଭିନ୍ନ ଗ୍ୟାସ୍‌ ଓ ଧୂଳିକଣାର ଅନୁପାତ ୦ରୁ ୫୦ ମଧ୍ୟରେ ରହିଲେ ମଣିଷ ସ୍ବାସ୍ଥ୍ୟ ପାଇଁ ଉତ୍ତମ। ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ଚଳନୀୟ, ୨୦୧ରୁ ୩୦୦ କ୍ଷତିକାରକ, ୩୦୧ରୁ ୪୦୦ ଅତ୍ୟନ୍ତ କ୍ଷତିକାରକ ଏବଂ ୪୦୧ରୁ ୫୦୦ ରହିଲେ ଭୟଙ୍କର କ୍ଷତିକାରକ। ଅର୍ଥାତ୍‌ ଏଭଳି ପରିସ୍ଥିତିରେ ମନୁଷ୍ୟ ଅଧିକ ସମୟ ତିଷ୍ଠିପାରିବ ନାହିଁ। ମାତ୍ର ଆଶ୍ଚର୍ଯ୍ୟର କଥା ଯେ, ସହରାଞ୍ଚଳର ପ୍ରଦୂଷଣ ମାପିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଶନିବାର ଭୁବନେଶ୍ୱରରେ ପ୍ରଦୂଷଣ ହାର କେତେ ରହିଥିଲା, ସେନେଇ ତଥ୍ୟ ପାଣିପାଗ ବିଭାଗ କିମ୍ବା ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ନାହିଁ। କେତେକ ସହରରେ ମାନୁଆଲ ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ଲଗାଯାଇଛି। ତାହା ପୁଣି ମାସେ କିମ୍ବା ଦୁଇମାସରେ ଥରେ ଅପ୍‌ଡେଟ୍‌ କରାଯାଉଛି। ରାଜ୍ୟ ସରକାର ବାୟୁ ପ୍ରଦୂଷଣକୁ ଅତ୍ୟନ୍ତ ହାଲୁକା ଭାବେ ନେଉଥିବାରୁ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଓଡ଼ିଶାର ଅନେକ ସହର ବାୟୁ ପ୍ରଦୂଷଣର ବିଷ ବଳୟ ଭିତରକୁ ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ମଧ୍ୟ ଏ ନେଇ ସତର୍କ କଲାଣି। ଓଡ଼ିଶାରେ ବାୟୁ ପ୍ରଦୂଷଣ ଯେ ଚିନ୍ତାର କାରଣ ପାଲଟିଲାଣି, ତାହା ଜଳଜଳ ହୋଇ ଦିଶିଲାଣି। ନିକଟରେ ସିପିସିବି ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ଦେଶର ୧୦୬ଟି ଅତ୍ୟନ୍ତ ପ୍ରଦୂଷିତ ସହର ମଧ୍ୟରୁ ଓଡିଶାର ୭ଟି ସହରକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହି ସହରଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର ଏବଂ କଳିଙ୍ଗନଗର। ସହରାଞ୍ଚଳଗୁଡ଼ିକର ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଉକ୍ତ ସହରରେ ପ୍ରଦୂଷଣ ମାତ୍ରା ହ୍ରାସ କରିବା ନେଇ କି ପଦକ୍ଷେପ ନିଆଯାଇଛି ସେନେଇ ଏନ୍‌ଜିଟି କୈଫିୟତ ତଲବ କରିଛନ୍ତି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୭ଟି ସହର ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର ଏବଂ କଳିଙ୍ଗନଗର ପାଇଁ ସମନ୍ବିତ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଜନସଚେତନତା ସୃଷ୍ଟି କରିବା ସହ ସହର ଓ ଖଣି ଅଞ୍ଚଳଗୁଡ଼ିକରେ ସବୁଜ ବଳୟ ସୃଷ୍ଟି ଲାଗି ବ୍ୟାପକ ବୃକ୍ଷ ରୋପଣ କରିବ।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦେଶରେ ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକଙ୍କର ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟୁଛି। ଏହି ବାୟୁ ପ୍ରଦୂଷଣ ମନୁଷ୍ୟର ହାରାହାରି ବଞ୍ଚିବା ସମୟରୁ ମଧ୍ୟ ୨୦ ମାସ କମ୍‌ କରିଦେଉଛି। ସରକାର ଓ ଜନସାଧାରଣ ସଚେତନ ନ ହେଲେ ପ୍ରଦୂଷଣଜନିତ ସମସ୍ୟା ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri