Posted inଖେଳ

ପ୍ରଥମ ଦୁଇଟି ଟି୨୦ ପାଇଁ ନାରିନ, ପୋଲାର୍ଡ ଓ୍ବେଷ୍ଟଇଣ୍ଡିଜ ଦଳରେ ସାମିଲ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୩।୭ (ପି.ଟି.)- ଭାରତ ବିପକ୍ଷ ଟି୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ରହସ୍ୟମୟୀ ଭେଟେରାନ ସ୍ପିନର ସୁନୀଲ ନାରିନ ଓ ଅଲ୍‌ରାଉଣ୍ଡର କିରନ ପୋଲାର୍ଡ ପ୍ରଥମ ୨ ମ୍ୟାଚ୍‌ ପାଇଁ ଦଳରେ ସାମିଲ ହୋଇଛନ୍ତି। ସେହିଭଳି ଉଇକେଟ୍‌କିପର ଆନ୍ଥୋନୀ ବ୍ରାମ୍ବଲେ ଏକମାତ୍ର ନୂଆମୁହଁ ଭାବେ ୧୪ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ତିନି ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ ଅଗଷ୍ଟ ୩ ଓ ୪ରେ ଆମେରିକାର ଫ୍ଲୋରିଡାସ୍ଥିତ ବ୍ରୋଓ୍ବାର୍ଡ କାଉଣ୍ଟି ଷ୍ଟାଡିୟମରେ ଖେଳାଯିବ। ତେବେ ଗୁଏନା ନ୍ୟାଶନାଲ ଷ୍ଟାଡିୟମରେ ଅଗଷ୍ଟ ୬ରେ ଖେଳାଯିବାକୁ ଥିବା ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ ଲାଗି ଟିମ୍‌ରେ ପରିବର୍ତ୍ତନ କରାଯାଇପାରେ ବୋଲି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି।
୧୪ ଜଣିଆ ଦଳର ନେତୃତ୍ୱ କାର୍ଲୋସ ବାର୍ଥଓ୍ବେଟ୍‌ଙ୍କୁ ପ୍ରଦାନ କରାଯାଇଥିବାବେଳେ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ମଧ୍ୟ ଡାକରା ମିଳିଛି। କିନ୍ତୁ ରସେଲଙ୍କୁ ଏଥିପାଇଁ ଫିଟ୍‌ନେସ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବରୁ ବାମ ଗୋଇଠିରେ ଆଘାତଜନିତ ସମସ୍ୟା ଲାଗି ରସେଲ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ସେହିଭଳି କାନାଡାରେ ହେବାକୁ ଥିବା ଗ୍ଲୋବାଲ ଟି୨୦ ଟୁର୍ନାମେଣ୍ଟରେ ଖେଳିବା ଲାଗି ପ୍ରତିଶ୍ରୁତି ଦେଇଥିବାରୁ ବିସ୍ଫୋରକ ଓପନର୍‌ କ୍ରିସ ଗେଲ୍‌ ନିଜ ଆଡ଼ୁ ଏହି ସିରିଜରୁ ଓହରି ଯାଇଛନ୍ତି ବୋଲି ଓ୍ବେଷ୍ଟଇଣ୍ଡିଜ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ରର୍ବଟ୍‌ ହେନ୍ସ ସୂଚନା ଦେଇଛନ୍ତି। ବାମହାତୀ ଓପନର୍‌ ଜନ୍‌ କ୍ୟାମ୍ପବେଲ୍‌ ଓ ସ୍ପିନର ଖେରୀ ପିଏରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆରେ ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ନଜରରେ ରଖାଯାଇ ଦଳ ଚୟନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ହେନ୍ସ କହିଛନ୍ତି। ୨୮ ବର୍ଷୀୟ ବ୍ରାମ୍ବଲେ ଉଇକେଟ୍‌କିପର ଭାବେ ସ୍ଥାନ ପାଇଥିଲେ ମଧ୍ୟ ନିକୋଲାସ ପୁରାନ ପ୍ରଥମ ପସନ୍ଦ ରହିବେ। ଟି୨୦ ସିରିଜ ପରେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।
ପ୍ରଥମ ଦୁଇଟି ଟି୨୦ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ: କାର୍ଲୋସ ବାର୍ଥଓ୍ବେଟ୍‌ (ଅଧିନାୟକ), ସୁନୀଲ ନାରିନ, କେମୋ ପଲ୍‌, ଖେରୀ ପିଏର, କିରନ ପୋଲାର୍ଡ, ନିକୋଲାସ ପୁରାନ (ଉଇକେଟ୍‌କିପର), ରୋଭମାନ ପାଓ୍ବଲେ, ଆନ୍ଦ୍ରେ ରସେଲ, ଓଶାନେ ଥୋମାସ, ଆନ୍ଥୋନୀ ବ୍ରାମ୍ବଲେ (ଉଇକେଟ୍‌କିପର), ଜନ୍‌ କ୍ୟାମ୍ପ୍‌ବେଲ, ଶେଲଡନ କୋଟ୍ରେଲ, ଶିମରନ ହେଟ୍‌ମେୟର ଓ ଏଭିନ୍‌ ଲୁଇସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri