Posted inଫୁରସତ

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ସାମାଜିକ କର୍ମୀ ଡ. ସୁଶାନ୍ତ ସାହୁ

ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ଗାଁରେ ମୋର ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଏମ୍‌.ଏସ୍‌ସି। ତା’ପରେ ‘ଚିଲିକା ଉପରେ ଏକପ୍ରକାର ଦଳ ବଢିଯିବା ଦ୍ୱାରା କିପରି ଜଳ ପ୍ରଦୂଷଣ ହୋଇ ମାଛମାନଙ୍କର କ୍ଷତି ହୁଏ ଆଉ ଏହାର ସମାଧାନ ନିମନ୍ତେ କି କି ଉପାୟ ଅବଲମ୍ବନ କରିବା ଦରକାର’ ଏହି ବିଷୟବସ୍ତୁକୁ ନେଇ ମୁଁ ପି.ଏଚ୍‌ଡି କାମ ଆରମ୍ଭ କରିଥିଲି। ହେଲେ ତା’ରି ଭିତରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିଭାଗରେ ସାଇଣ୍ଟିଫିକ୍‌ ଅଫିସର ଭାବେ କାମ କରିବାର ସୁଯୋଗ ମୋତେ ମିଳିଥିଲା। ସେଠାରେ ମୁଁ ବର୍ଷେ କାମ କଲି। ଆଉ ସେଠୁ ଯେଉଁ ପ୍ରଥମ ଦରମା ପାଇଲି, ତାକୁ ନେଇ ବାପାଙ୍କ ହାତରେ ଦେଇଥିଲି। ବାପା ବହୁତ ଖୁସି ହୋଇଥିଲେ। ତା’ପରେ ଚାକିରି ଛାଡି ନାଚୁଣୀରେ ଏକ କମ୍ପ୍ୟୁଟର ସେଣ୍ଟର ଖୋଲିଲି। କିଛିଦିନ ପରେ ଅର୍ଥାତ୍‌ ୧୯୯୮ରେ ମୋତେ ଡକ୍ଟରେଟ୍‌ ଡିଗ୍ରୀ ମିଳିଗଲା। ତା’ପରେ ଟ୍ରେଡିଂ ବିଜ୍‌ନେସ୍‌ କରିବା ପାଇଁ ଚିନ୍ତା କଲି। ଏଥିପାଇଁ ଭୁବନେଶ୍ୱର ସବୁଠୁ ଭଲ ସ୍ଥାନ ବୋଲି ଭାବି ୨୦୦୨ରେ କମ୍ପ୍ୟୁଟର ସେଣ୍ଟର ବନ୍ଦ କରି ଭୁବନେଶ୍ୱର ଚାଲିଆସିଲି। ସେବେଠାରୁ ଭୁବନେଶ୍ୱରରେ ଏକ ଷ୍ଟୋର୍‌ ଖୋଲି ଗ୍ରାନାଇଟ୍ସର ଟ୍ରେଡିଂ ବିଜ୍‌ନେସ୍‌ କରୁଅଛି। ତା’ସହିତ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ବି ନିଜକୁ ନିୟୋଜିତ କରିପାରିଛି। ବିଦେଶୀ ଶାସନବେଳେ ବିଧର୍ମୀମାନଙ୍କ ଶ୍ରୀମନ୍ଦିର ଆକ୍ରମଣରେ ଆମ ଗାଁ ନଇରୀଠାରେ ପ୍ରଭୁଙ୍କୁ ୨ଥର ଗୋପନରେ ରଖାଯାଇଥିଲା। କିନ୍ତୁ ଏଭଳି ଏକ ପୁଣ୍ୟକ୍ଷେତ୍ର ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଅବଗତ ଥିବାରୁ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ସାଧାରଣରେ ଆମେ କେତେଜଣ ବ୍ୟକ୍ତି ଆଗେଇ ଅସିଥିଲୁ। ଫଳରେ ୨୦୧୪ରେ ନଇରୀର ହରିହରେଶ୍ୱରଙ୍କ ପୀଠରେ ଏକ ସିଂହାସନ ପ୍ରତିଷ୍ଠା କରି ତା’ଉପରେ ପ୍ରଭୁଙ୍କ ରହଣି ସମୟରେ ନିର୍ମିତ ହୋଇଥିବା ୩ଟି ଚକାପଥରକୁ ପୁନଃ ସ୍ଥାପନ କରିବାର ସୁଯୋଗ ପାଇଲୁ। ତା’ପରଠୁ ଗୋଟେ ପରେ ଗୋଟେ ଉନ୍ନତିମୂଳକ କାମ ଚାଲୁରହିଛି। ଶ୍ରଦ୍ଧାଳୁମାନଙ୍କର ବି ସହଯୋଗ ବଢ଼ିବାରେ ଲାଗିଛି। ଆମ ଗାଁ ନିକଟ ଚିଲିକା ମଧ୍ୟରେ ଥିବା ମହାପ୍ରଭୁଙ୍କର ଗୋପନ ଆଶ୍ରୟସ୍ଥଳୀ କାଙ୍କଣ ଶିଖରୀର ପୁନରୁଦ୍ଧାର ଓ ବିକାଶ ଦିଗରେ ବି କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଛି। କାଙ୍କଣ ଶିଖରୀକୁ ଶ୍ରଦ୍ଧାଳୁମାନେ ଜଳପଥରେ କିପରି ସୁବିଧାରେ ଯାଇପାରିବେ, ସେଥିପାଇଁ ସମସ୍ତଙ୍କ ସହଯୋଗରେ ଏବେ ସେଠାରେ ଦୁଇଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ଗାଁ ନିକଟସ୍ଥ ଗଙ୍ଗାଧରପୁର ରେଳଷ୍ଟେଶନଠାରେ ଏକ ଫାଷ୍ଟ ପାସେଞ୍ଜର୍‌ ଟ୍ରେନ୍‌ ରହଣିର ସୁବିଧା ମଧ୍ୟ କରାଯାଇଛି। ଯଦ୍ଦ୍ବାରା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି କି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଓ ସହଯୋଗ ଯୋଗୁ ମହାପ୍ରଭୁଙ୍କର ଏହି ପବିତ୍ର ପୀଠ ଧୀରେ ଧୀରେ ଉନ୍ନତି ପଥରେ ଆଗେଇ ଚାଲିଛି। ତା’ସହିତ ବିଭିନ୍ନ ସାମାଜିକ କର୍ମୀ ଓ ଲୋକପ୍ରତିନିଧିଙ୍କ ସହଯୋଗ ବି ରହିଛି। ଯେଉଁଥିପାଇଁ ଗତବର୍ଷ ଉକ୍ତ ପୀଠରେ ପାଳିତ ହୋଇଥିବା ଶ୍ରୀଜଗନ୍ନାଥ ମହୋତ୍ସବ ଅବସରରେ ପୁରୀ ଗଜପତି ମହାରାଜାଙ୍କ ଆଗମନ ମୋ ପାଇଁ ଓ ମୋ ଅଞ୍ଚଳବାସୀଙ୍କ ଲାଗି ବେଶ୍‌ ସୌଭାଗ୍ୟର ବିଷୟ ହୋଇପାରିଛି। ତେବେ ପ୍ରଭୁଙ୍କର ଏସବୁ କାମ ବ୍ୟତୀତ ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟ, ଲୀଳାକ୍ଷେତ୍ର ସମ୍ପର୍କିତ ଅନେକ ପ୍ରବନ୍ଧ ବି ମୋର ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତା’ସହିତ ‘ଦ ହେରିଟେଜ୍‌ ଅଫ୍‌ ଲର୍ଡ ଜଗନ୍ନାଥ’ ନାମକ ଏକ ୩୦ ମିନିଟ୍‌ର ଡକ୍ୟୁମେଣ୍ଟାରି ଫିଲ୍ମ ବି ମୁଁ କରିଛି, ଯାହା ଏକାମ୍ର ପୁସ୍ତକମେଳାରେ ଲୋକାର୍ପଣ ହୋଇସାରିଛି। ତା’ଛଡ଼ା ଏବେ ମୁଁ ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ ଓ ଚିଲିକା ଆଞ୍ଚଳିକ ବିକାଶ ପରିଷଦର ସଭାପତି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ଭୁବନେଶ୍ୱରର ଜଣେ ସଦସ୍ୟ ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇଅଛି। ଶ୍ରୀଜଗନ୍ନାଥ ମହାପ୍ରଭୁ ମୋତେ ତାଙ୍କର କିଛି ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?